ସୁଶାନ୍ତଙ୍କ ବାପା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 19, 2020

ସୁଶାନ୍ତଙ୍କ ବାପା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ ଅସୁସ୍ଥ । ତାଙ୍କୁ ଫରିଦାବାଦର ଏସିଆନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହୃଦରୋଗ ଜନିତ ସମସ୍ୟା ଯୋଗୁଁ ହସ୍ପିଟାଲରେ ଆଡମିଟ କରାଯାଇ ତାଙ୍କ ଚିକିତ୍ସା ଚାଲିଛି । ତେବେ ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ସୂଚନା ମିଳିଛି ।

ସୋଶାଲ ମିଡିଆରେ ସୁଶାନ୍ତଙ୍କ ବାପା କେକେ ସିଂହ ଅସୁସ୍ଥ ଥିବା ନେଇ ପ୍ରସିଦ୍ଧ ଫଟୋଗ୍ରାଫର ବିରଲ ଭୟାନୀ ସୂଚନା ଦେଇଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମରେ କେକେ ସିଂହଙ୍କ ଏକ ଫଟୋ ଶେଆର କରିଛନ୍ତି । ଏହି ଫଟୋରେ ସେ ହସ୍ପିଟାଲର ବେଡ ଉପରେ ବସିଛନ୍ତି। ତାଙ୍କ ଦୁଇ ପାର୍ଶ୍ୱରେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ଏବଂ ମିତୁ ସିଂହ ଛିଡା ହୋଇଛନ୍ତି ।

 

View this post on Instagram

 

A post shared by Viral Bhayani (@viralbhayani)


ସୂଚନାଯୋଗ୍ୟ ଯେ, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଏହାରି ଭିତରେ ୬ ମାସରୁ ଅଧିକ ସମୟ ବିତିଗଲାଣି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେ ନେଇ ସସପେନ୍ସ ଜାରି ରହିଛି । ୩ଟି ତଦନ୍ତକାରୀ ସଂସ୍ଥା ଏନସିବି, ଇଡି ଏବଂ ସିବିଆଇ ଏହି ମାମଲାରେ ତଦନ୍ତ ଜାରି ରଖିଛି । ସୁଶାନ୍ତଙ୍କ ପରିବାର ଲୋକେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ କରିଛନ୍ତି । କେକେ ସିଂହ ରିଆ ଚକ୍ରବର୍ତ୍ତୀ, ତାଙ୍କ ପରିବାର ଓ ସୁଶାନ୍ତଙ୍କ କିଛି କର୍ମଚାରୀ ତାଙ୍କୁ ଧୋକା ଦେଇଥିବା ମଧ୍ୟ ଅଭିଯୋଗ ଉଠାଇଛନ୍ତି ।

The post ସୁଶାନ୍ତଙ୍କ ବାପା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି appeared first on Odisha Reporter.



from Odisha Reporter https://ift.tt/3ari41Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages