ନିର୍ମାଣ ଚାଲିଥିବା ବେଳେ ଦବିଲା ପୋଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 15, 2020

ନିର୍ମାଣ ଚାଲିଥିବା ବେଳେ ଦବିଲା ପୋଲ

ରେଢାଖୋଲ(ରମାକାନ୍ତ ମହାନନ୍ଦ): ନିର୍ମାଣର ମାସେ କି ୬ ମାସ ପରେ ନୁହେଁ, ନିର୍ମାଣ ଚାଲିଥିବା ବେଳେ ଦବିଗଲା ପୋଲ। ଏପରି ଘଟଣା ଘଟିବା ପରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ପୋଲର ସ୍ଥାୟିତ୍ୱକୁ ନେଇ ଉଠିଛି ପ୍ରଶ୍ନ। ଏପରି ଘଟଣା ସମ୍ୱଲପୁର ଜିଲ୍ଲା ଯୁଯୁମୁରା ବ୍ଲକର ଆମଲିପାଣିରେ ଦେଖିବାକୁ ମିଳିଛି। ପୋଲ ନିର୍ମାଣ କାମରେ ଦୁର୍ନୀତିର ଗନ୍ଧ ବାରି ଅଞ୍ଚଳବାସୀ ଏହାକୁ ବିରୋଧ କରି ତୁରନ୍ତ କାର୍ଯ୍ୟକୁ ବନ୍ଦ କରି ଦେଇଛନ୍ତି।

ସୂଚନାଯୋଗ୍ୟ, ଆମଲିପାଣି-ଯୁଯୁମୁରା ମଧ୍ୟରେ ପିଡବ୍ଲ୍ୟୁଡି  ବିଭାଗ ପକ୍ଷରୁ ଚାଲିଛି ରାସ୍ତା କାମ। ମାତ୍ର ଅନ୍ଧାରୀ ଗାଁ ପାଖର ଥିବା ନାଳ ଉପରେ ନିର୍ମାଣ ଚାଲିଥିବା ପୋଲଟି ଛାତ ପଡ଼ିବା ଆରମ୍ଭ ହେଉଣୁ ଦବିଯାଇଛି।

ଏଠାରେ ଚାଲିଥିବା ୪ ଟି ବକ୍ସ ପେଟେନ ବ୍ରିଜର ପ୍ରଥମ ବକ୍ସରେ ଗତକାଲି ଛାତ ପଡ଼ୁଥିଲା । ମାତ୍ର ଛାତ ପଡ଼ିବା ବେଳେ ତଳ ସେନ୍ଟ୍ରିଙ୍ଗ ପୂରା ଦବି ଯାଇଥିଲା। ଗତକାଲି କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ଉପସ୍ଥିତିରେ ଏପରି ନିମ୍ନମାନର କାମ ହୋଇଥିବା ବେଳେ ସେମାନଙ୍କ ଅନୁପସ୍ଥିତିରେ କିପରି କାମ ହେଉଥିବ ବୋଲି  ଗ୍ରାମବାସୀ ପ୍ରଶ୍ନ ପଚାରିଛନ୍ତି। ତେଣୁ ତୁରନ୍ତ ଏହି କାମ ବନ୍ଦ କରି  ଆଉ ଥରେ ଏହି କାର୍ଯ୍ୟ କରିବା ପାଇଁ ଦାବୀ କରିଛନ୍ତି।

ଅପରପକ୍ଷେ, ଏନେଇ ସାଇଟ ମ୍ୟାନେଜରଙ୍କୁ ପଚାରିବାରୁ କେମିତି ଦବିଲା ଜାଣିନୁ ବୋଲି କହିଛନ୍ତି। ସବୁଠୁ ବଡ଼ କଥା କାମ ଚାଲିଲା ବେଳେ ବିଭାଗୀୟ ଅଧିକାରୀଙ୍କ ଦର୍ଶନ ନାହିଁ, କି ସୂଚନା ଫଳକ ମଧ୍ୟ ନାହିଁ।  ଏପରିକି କେଉଁ ଠିକା ସଂସ୍ଥା କାମ କରୁଛି ତାହା ମଧ୍ୟ ଜଣା ନାହିଁ  ବୋଲି ଲୋକେ ଅଭିଯୋଗ କରିଛନ୍ତି।

The post ନିର୍ମାଣ ଚାଲିଥିବା ବେଳେ ଦବିଲା ପୋଲ appeared first on Odisha Reporter.



from Odisha Reporter https://ift.tt/383Pfps

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages