ସନ୍ନି ଦେଓଲଙ୍କ ଜୀବନକୁ ବିପଦ, ମିଳିଲା Y ଶ୍ରେଣୀୟ ସୁରକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 15, 2020

ସନ୍ନି ଦେଓଲଙ୍କ ଜୀବନକୁ ବିପଦ, ମିଳିଲା Y ଶ୍ରେଣୀୟ ସୁରକ୍ଷା

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ସାଂସଦ ଓ ବଲିଉଡ୍ ଅଭିନେତା ସନ୍ନି ଦେଓଲଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କର ସୁରକ୍ଷା ବଢ଼ାଇ ଦିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ସନ୍ନି ଦେଓଲଙ୍କୁ Y ଶ୍ରେଣୀୟ ସୁରକ୍ଷା ପ୍ରଦାନ କରିଛି। ଅର୍ଥାତ୍ ସେ ଏବେ କେନ୍ଦ୍ରୀୟ ସୁରକ୍ଷାକର୍ମୀଙ୍କ ଟିମ୍ ସହ ରହିବେ।

ଆଇସବିର ରିପୋର୍ଟ ଓ ସନ୍ନି ଦେଓଲଙ୍କୁ ଲଗାତର ଧମକ ମିଳୁଥିବା କାରଣରୁ ଗୃହ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି। ସନ୍ନିଙ୍କୁ ଯେଉଁ Y ଶ୍ରେଣୀୟ ସୁରକ୍ଷା ମିଳିଛି, ସେଥିରେ ତାଙ୍କ ସହ ୧୧ଜଣ ଯବାନ୍ ରହିବେ। ଏହାସହ ଦୁଛଜଣ ପିଏସଓ ମଧ୍ୟ ଉପସ୍ଥିତ ରହିବେ। ସନ୍ନି ଦେଓଲ ପଞ୍ଜାବର ଗୁରଦାସପୁରରୁ ବିଜେପିର ସାଂସଦ ଅଛନ୍ତି। ଯେହେତୁ ଗୁରଦାସପୁର ପାକିସ୍ତାନ ସୀମା ସହ ଲାଗି ରହିଛି, ତେଣୁ ତାଙ୍କ ଉପରେ ବିପଦ ରହିବା ସ୍ୱାଭାବିକ।

ସନ୍ନିଙ୍କ ସୁରକ୍ଷା ଏଭଳି ସମୟରେ ବଢ଼ାଇ ଦିଆଯାଇଛି, ଯେତେବେଳେ ପଞ୍ଜାବର ଚାଷୀମାନେ ଗତ ତିନି ସପ୍ତାହ ଧରି କୃଷି ଆଇନ୍ ବିରୋଧରେ ଦିଲ୍ଲୀରେ ପ୍ରଦର୍ଶନ କରୁଛନ୍ତି। ଏଭଳି ସ୍ଥିତିରେ କିଛି ଲୋକେ ସନ୍ନି ଦେଓଲଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ପରେ ସେ ବୟାନ ଜାରି କହିଥିଲେ, ତାଙ୍କ ସରକାର ସର୍ବଦା ଚାଷୀଙ୍କ ହକ୍ ପାଇଁ ନିଷ୍ପତ୍ତି ନିଅନ୍ତି। ସରକାର ଚାଷୀଙ୍କ କଥା ଶୁଣିବାକୁ ପ୍ରସ୍ତୁତ ଏବଂ ସେମାନେ ଚାଷୀଙ୍କ ସହ ଅଛନ୍ତି।

ଅନ୍ୟପକ୍ଷରେ ସନ୍ନିଙ୍କ ପିତା ତଥା ବଲିଉଡ୍ ସୁପରଷ୍ଟାର୍ ଧର୍ମେନ୍ଦ୍ର ମଧ୍ୟ ଟୁଇଟ୍ କରି ଚାଷୀଙ୍କ ସମସ୍ୟାକୁ ନେଇ ଚିନ୍ତା ପ୍ରକାଶ କରିଥିଲେ। ସେ ଟୁଇଟ୍ କରିଥିଲେ ଯେ ‘ଥଣ୍ଡା ଦିନରେ ଚାଷୀମାନେ ଦିଲ୍ଲୀ ରାଜରାସ୍ତାରେ ବସିଛନ୍ତି। ସରକାର ତୁରନ୍ତ ଏହା ଉପରେ କୌଣସି ନିଷ୍ପତ୍ତି ନିଅନ୍ତୁ।

The post ସନ୍ନି ଦେଓଲଙ୍କ ଜୀବନକୁ ବିପଦ, ମିଳିଲା Y ଶ୍ରେଣୀୟ ସୁରକ୍ଷା appeared first on Odisha Reporter.



from Odisha Reporter https://ift.tt/3njnUWJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages