ସାନଟିଆଗୋ: କରୋନା ନିୟମ ଉଲ୍ଲଂଘନ କରିବା ପରେ ଜୋରିମାନା ହୋଇଛି ଚିଲି ରାଷ୍ଟ୍ରପତିଙ୍କୁ। ଶୁକ୍ରବାର ତାଙ୍କୁ ଅଢ଼େଇ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ନୋଟିସ୍ ପଠାଇଛି ଚିଲି ପ୍ରଶାସନ। ବିଚ୍ (ସମୁଦ୍ର କୂଳ)ରେ ଜଣେ ମହିଳାଙ୍କ ସହ ସେଲଫି ନେଇଥିଲେ ରାଷ୍ଟ୍ରପତି ସେବାସ୍ତିଆନ୍ ପିନେରା। ସେଲଫି ନେବା ସ୍ଥାନରେ ବିନା ମାସ୍କରେ ଫଟୋ ଉଠାଇବା ନେଇ କଟକଣା ରହିଛି। ଡିସେମ୍ୱର ପ୍ରଥମ ସପ୍ତାହରେ ଏହି ଫଟୋ ଥିଲା। ରାଷ୍ଟ୍ରପତିଙ୍କ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଏଭଳି ଫାଇନ୍ ଲଗାଇଛି ପ୍ରଶାସନ। ପରେ ରାଷ୍ଟ୍ରପତି ନିଜର ଏଭଳି ଆଭିମୁଖ୍ୟ ପାଇଁ ଅନୁତପ୍ତ ବୋଲି କହିଛନ୍ତି।
#Coronavirus Chilean President Sebastián Piñera has been fined $3,500 for breaching coronavirus rules by posing for a selfie with no facemask on.
Mr Piñera apologised after the photo of him with a woman – also without a mask
The president admitted he should have worn a mask. pic.twitter.com/CwB4P1TUGh— datastocks (@Renepdata) December 20, 2020
ପିନେରା କହିଛନ୍ତି ସେ ତାଙ୍କ ଘର ପାଖରେ ଚାଲୁଥିଲେ। ଏହି ସମୟରେ ଜଣେ ମହିଳା ତାଙ୍କୁ ଚିହ୍ନି ପକାଇଥିଲେ। ଏହାପରେ ମହିଳା ଜଣଙ୍କ ସେଲଫି ନେବା ପାଇଁ ଅନୁରୋଧ କରିଥିଲେ। ଫଟୋ ଉଠାଇବା ବେଳେ ଉଭୟ ମାସ୍କ ପିନ୍ଧିବା ଆବଶ୍ୟକ ଥିଲା ବୋଲି ସେ କହିଛନ୍ତି।
The post ସେଲଫି ନେବାରୁ ରାଷ୍ଟ୍ରପତିଙ୍କୁ ୨.୫ ଲକ୍ଷ ଜୋରିମାନା appeared first on Odisha Reporter.
from Odisha Reporter https://ift.tt/37zJ5P1
No comments:
Post a Comment