ଶୀତ ଦିନେ ଅଧିକ ପାଣି ପିଅନ୍ତୁ, ସୁସ୍ଥ ରୁହନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 19, 2020

ଶୀତ ଦିନେ ଅଧିକ ପାଣି ପିଅନ୍ତୁ, ସୁସ୍ଥ ରୁହନ୍ତୁ

ଶୀତ ଦିନେ ନିଜକୁ ସୁସ୍ଥ ରଖିବା ପାଇଁ ଶରୀରକୁ ହାଇଡ୍ରେଟ ରଖିବା ଅତ୍ୟନ୍ତ ଜରୁରୀ । ଗରମ ଦିନ ତୁଳନାରେ ଶୀତ ଦିନେ ସାଧାରଣତଃ ଶରୀରରୁ କମ ଝାଳ ବୁହେ । ଶୋଷ କମ ହେବା ଯୋଗୁଁ ପାଣି ପଇବା ମଧ୍ୟ କମିଯାଏ । ଫଳରେ ତ୍ୱଚା ଶୁସ୍କ ହେବା ଭଳି ଅନେକ ସମସ୍ୟା ଦେଖାଯାଏ, ଯାହାକୁ ସହଜରେ ଜାଣି ହୁଏ ନାହିଁ । ତେଣୁ ଶୀତ ଦନେ ପର୍ଯ୍ୟାପ୍ତମାତ୍ରାରେ ପାଣି ପିଇବା ଉଚିତ । ତେବେ ଆସନ୍ତୁ ଜାଣିବା ଏହି ଦିନେ ଅଧିକ ପାଣି ପିଇଲେ ଶରୀରକୁ କ’ଣ ସବୁ ଫାଇଦା ମିଳେ ।

  • ଶୀତ ଦିନେ ଥଣ୍ଡା ପବନ ବହିବା ଯୋଗୁଁ ଶରୀରକୁ ଗରମ ରଖିବା ପାଇଁ ସ୍ୱେଟର ତଥା ଗରମ ପୋଷାକ ପିନ୍ଧିବାକୁ ପଡେ । ଫଳରେ ପେଟ ଗରମ ହୋଇ ଡିହାଇଡ୍ରେସନ ସମସ୍ୟା ଉତ୍ପନ ହୁଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯେତେ ସମ୍ଭବ ସେତେ ଅଧିକ ପାଣି ପିଇବା ଉଚିତ। ଫଳରେ ପେଟ ଥଣ୍ଡା ରହିବା ସହ ପେଟ ଜନିତ ସମସ୍ୟା ଉତ୍ପନ୍ନ ହୁଏ ନାହିଁ ।
  • ଶୀତ ଦିନେ ଓଜନ କମ କରିବା ସବୁଠାରୁ କଷ୍ଟକର । କାରଣ ଏହି ଦିନ ଆମେ ବହୁତ କମ ପାଣି ପିଇଥାଉ । ତେଣୁ ନିଜକୁ ହାଇଡ୍ରେଟ ରଖିବା ପାଇଁ ଅଧିକ ପାଣି ପିଇବା ଉଚିତ । ଏହାଦ୍ୱାରା ଶରୀର ସୁସ୍ଥ ରହିବା ସହ ଓଜନ ମଧ୍ୟ କମ୍ ହୋଇଥାଏ ।
  • ଶୀତ ଦିନେ ତ୍ୱଚାରେ ଡ୍ରାଏନେସ ଭଳି ସମସ୍ୟା ଦେଖାଯାଏ । ମୁହଁ ଫାଟିବା ସହ ଶୁଖିଯାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ବାରମ୍ବାର ପାଣି ପିଅନ୍ତୁ । ବାରମ୍ବାର ପାଣି ପିଇବା ଦ୍ୱାରା ଶରୀରରେ ଥିବା ମଇଳା ଅଂଶ ସବୁ ବାହରିଯାଇଥାଏ । ଫଳରେ ତ୍ୱଚା ଉଜ୍ଜଳ ଏବଂ ସୁସ୍ଥ ରହିଥାଏ । ଏଥିସହ ୟୁମ୍ୟୁନ ସିଷ୍ଟମ ମଧ୍ୟ ସଫା ହୋଇଯାଇଥାଏ ।
  • ଶୀତ ହେଉ ଅବା ଗ୍ରୀଷ୍ମ । ଉଭୟ ଋତୁରେ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରିତ ହୋଇରହେ। କେବଳ ସେତିକି ନୁହେଁ ଶୀତଦିନେ ପାଣି ପିଇବା ଦ୍ୱାରା ଥଣ୍ଡା ମଧ୍ୟ ଅନୁଭୁତ ହୁଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି।
  • ସାଧାରଣତଃ ଶୀତ ଦିନେ ଥଣ୍ଡା ଏବଂ ଶୁସ୍କ ପବନ ବହିବା ଯୋଗୁଁ ଆମକୁ ଅଧିକ ଅଳସୁଆ ଅନୁଭବ ହୁଏ। ଏଭଳି ସମୟରେ ଯଦି ଆପଣ ପର୍ଯ୍ୟାପ୍ତ ପାଣି ପିଇବେ ତେବେ ଆପଣଙ୍କୁ ଫୁର୍ତ୍ତି ଲାଗିବା ସହ ସତେଜତା ମଧ୍ୟ ଅନୁଭବ କରିବେ । ଆପଣ ଚାହିଁଲେ ଅଧିକ ପାଣିଯୁକ୍ତ ଫଳ ମଧ୍ୟ ଖାଇପାରିବେ ।
  • ଶୀତ ଦିନେ ଅଧିକ ପାଣି ପିଇବା ଦ୍ୱାରା ଶରୀରରେ ସଂକ୍ରମଣ ହୁଏ ନାହିଁ । ଥଣ୍ଡା, କାଶ ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ଏହି ଦିନ ନିଶା ଦ୍ରବ୍ୟ ବା କ୍ୟାଫିନ ଜାତୀୟ ଦ୍ରବ୍ୟ ସେବନ ଠାରୁ ଦୂରେଇ ରୁହନ୍ତୁ । ନଚେତ ଡିହାଇଡ୍ରେଟ ଭଳି ସମସ୍ୟା ଦେଖାଦେଇପାରେ।

The post ଶୀତ ଦିନେ ଅଧିକ ପାଣି ପିଅନ୍ତୁ, ସୁସ୍ଥ ରୁହନ୍ତୁ appeared first on Odisha Reporter.



from Odisha Reporter https://ift.tt/3hbFU3a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages