ରାଉରକେଲା(ପବନ ତିୱାରୀ): ପୁଣି ଆସିଛି ଜିଏସ୍ଟି ଫାଙ୍କି ଅଭିଯୋଗ। ଚାଷୀ, ଡେଲିଭରି ବୟ, ମିସ୍ତ୍ରୀଙ୍କ ପରେ ଏଥର ଜିଏସ୍ଟି ଠକେଇର ମୋହରା ସାଜିଛନ୍ତି ଜଣେ ପାନ ଦୋକାନୀ। ରାଉରକେଲାର କୋଏଲନଗରରେ ପାନ ଦୋକାନ କରିଥିବା କାର୍ତ୍ତିକ କମିଲାଙ୍କ ନିକଟକୁ ଆସିଛି ୧୦୦ କୋଟି ୯ ଲକ୍ଷର ଜିଏସ୍ଟି ଠକେଇ ଅଭିଯୋଗ।
କାର୍ତ୍ତିକଙ୍କ ନାଁରେ ଲିଙ୍ଗରାଜ ଟ୍ରେଡର୍ସ ନାମକ ଏକ ଫେକ୍ କମ୍ପାନୀ କରାଯାଇ ଏହି ଠକେଇ ହୋଇଥିବା ସୂଚନା ମିଳିଛି। କମ୍ପାନୀ ବିଷୟରେ ଦୋକାନୀଜଣକ କିଛି ଜାଣି ନ ଥିବା ବେଳେ ଏତେ ଟଙ୍କାର ନୋଟିସ ଦେଖି ତାଙ୍କ ମାନସିକ ସ୍ଥିତି ବିଗିଡ଼ି ଯାଇଥିବା କହିଛନ୍ତି।
ଏ ସମ୍ପର୍କରେ କାର୍ତ୍ତିକ କହିଛନ୍ତି, ମୁଁ ଏକ ପାନ ଓ ପରିବାର ଦୋକାନ କରି ପରିବାର ଚଳାଉଛି। କିଛି ଦିନ ପୂର୍ବେ ଜିଏସ୍ଟି ଅଧିକାରୀ ଆସି ପଚରାଉଚରା କରି ମୋ ନାଁରେ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜିଏସ୍ଟି ଠକେଇ ହୋଇଥିବା ଜଣାଇଥିଲେ। ଏହାପରେ ପୁଣି ଗତକାଲି ଆସି ପଚରାଉଚରା କରିଥିଲେ। କାର୍ତ୍ତିକ କହିଛନ୍ତି, ମୁଁ କାହାକୁ କୌଣସି ଡକ୍ୟୁମେଣ୍ଟ ଦେଇ ନ ଥିବା ବେଳେ ଇଲେକ୍ଟ୍ରି ବିଲ୍କୁ ନେଇ କେହି ଏପରି କାରସାଦି କରିଥିବା ଅନୁମାନ କରୁଛି।
ରାଉରକେଲାରେ ଜିଏସ୍ଟି ଠକେଇର ଏକ ସ୍କାମ କାମ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଫଳରେ ତଳ ତଳିଆ ଲୋକଙ୍କୁ ମୋହରା କରାଯାଉଛି।
ଏନେଇ ସ୍ଥାନୀୟ ଲୋକେ କହିଛନ୍ତି, ପୂର୍ବରୁ ଲାଇସେନ୍ସ ପାଇବା ପାଇଁ ଅନୁମତି ଆବଶ୍ୟକ ହେଉଥିବା ବେଳେ ଏବେ କିନ୍ତୁ ସମ୍ପୂର୍ଣ୍ଣ ଓଲଟା। ଏବେ ଜଣେ ଲୋକ ନିଜ କମ୍ପ୍ୟୁଟରରେ ନିଜେ ଜିଏସ୍ଟି ରେଜିଷ୍ଟ୍ରେଶନ କରିପାରିବ। ପୂର୍ବରୁ କିନ୍ତୁ ଆବେଦନକାରୀଙ୍କ ନାମ, ଘର, ତଥା କାର୍ଯ୍ୟସ୍ଥଳକୁ ସମ୍ପୂର୍ଣ୍ଣ ଛାନଭିନ କରାଯାଇ ଲାଇସେନ୍ସ ଦିଆଯାଉଥିଲା। କିନ୍ତୁ ଏବେ କୌଣସି କଟକଣା ନାହିଁ। ତେଣୁ ପୂର୍ବ ପରି ଲାଇସେନ୍ସ ପ୍ରଦାନ ଉପରେ କଟକଣା ଲାଗୁ ହେଲେ ହିଁ ଏପରି ସମସ୍ୟାରୁ ମୁକୁଳିବା ସମ୍ଭବ ହେବ ବୋଲି ମତ ପ୍ରକାଶ ପାଇଛି।
The post ପାନ ଦୋକାନୀ ନାଁରେ ୧୦୦ କୋଟିର ଜିଏସ୍ଟି ଠକେଇ appeared first on Odisha Reporter.
from Odisha Reporter https://ift.tt/388mAPY
No comments:
Post a Comment