ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ଲାଲଗଡ଼ ଭାବେ ପରିଚିତ ସ୍ୱାଭିମାନ ଅଞ୍ଚଳରେ ସରକାର ବିକାଶ ପ୍ରକ୍ରିୟା କାମ ଆଗକୁ ନେଉଛନ୍ତି ବୋଲି କହୁଥିବା ବେଳେ ନାଲି ଆଖି ଦେଖାଇଛି ଲାଲବାହିନୀ। ତେଲ୍ଗୁ ଭାଷାରେ ଅଡିଓ ଟେପ୍ ଜାରି କରି AOBZC (ଆନ୍ଧ୍ର ଓଡ଼ିଶା ବୋର୍ଡ ଜୋନାଲ୍ କମିଟିର ସେକ୍ରେଟାରୀ) କୌଳାଶ କହିଛନ୍ତି, ପୁଲିସ ଷଡ଼ଯନ୍ତ୍ରକରି ଆମ ସାଥୀଙ୍କୁ ହତ୍ୟା କରିଛି। ଏହି ମିଥ୍ୟା ଏନ୍କାଉଣ୍ଟରର ପ୍ରତିଶୋଧ ନିଆଯିବ ବୋଲି ସେ ଧମକ ଦେଇଛନ୍ତି।
କୌଳାଶ ଅଡିଓ ଟେପ୍ ଜାରି କରି କହିଛନ୍ତି, ଗତ ୧୩ ତାରିଖରେ ସିଂଘରାମ ଜଙ୍ଗଲରେ ହୋଇଥିଲା ମିଥ୍ୟା ଏନ୍କାଉଣ୍ଟର। କମ୍ରେଡ୍ ମାଲେସ ଓ ମହିଳା କାନ୍ତାମା ବିଶ୍ରାମ ନେଉଥିବା ବେଳେ ପୁଲିସ ଧରି ହତ୍ୟା କରିଛି। ଆଉ ଦୁଇ ଜଣଙ୍କୁ ପୁଲିସ ଲୁଚାଇ ରଖିଛି। ଏହି ଦୁଇ ଜଣକୁ କୋର୍ଟରେ ହାଜର କରିବା ସଙ୍ଗଠନ ଦାବି କରିଛି।”
ସେ ଆହୁରି କହିଛନ୍ତି-“ବିଚ୍ଛିନ୍ନାଞ୍ଚଳର ଲୋକଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ଲଢ଼େଇ ଜାରି ରଖିଛି। ଲଢ଼େଇକୁ ଜୋରଦାର କରିବା ପାଇଁ ବିଚ୍ଛିନ୍ନାଞ୍ଚଳରେ ୧୦ଟି କେମ୍ପ ପ୍ରତିଷ୍ଠା ହୋଇଛି। ଆହୁରି ୪ଟି କ୍ୟାମ୍ପ ପ୍ରତିଷ୍ଠା କରିବାକୁ ଯୋଜନା କରୁଛୁ। ମୃତ ନକ୍ସଲ କମ୍ରେଡ୍ ମାଲେସ ଓ କାନ୍ତାମା ଦଣ୍ଡକାଅରଣ୍ୟ ଦଳର ୧୮ ବର୍ଷ ଧରି ସକ୍ରିୟ ସଦସ୍ୟ ଥିଲେ। ଏହି ଦୁହିଁଙ୍କ ବିୟୋଗ ଦଳ ପାଇଁ ଅ-ପୂରଣୀୟ କ୍ଷତି। ଏହି ଦୁହିଁଙ୍କ କ୍ଷତିକୁ ଆମେ ଭରଣ କରିବୁ ବୋଲି କଡା ଚେତାବନୀ ଦିଆଯିବ।”
The post ଲାଲ୍ବାହିନୀର ନାଲି ଆଖି: ଅଡିଓ ଜାରି କରି କହିଲେ- ଆମେ ପ୍ରତିଶୋଧ ନେବୁ appeared first on Odisha Reporter.
from Odisha Reporter https://ift.tt/3noF9pM
No comments:
Post a Comment