ରାଜ୍ୟରେ ଚିହ୍ନଟ ହେଲେ ୪୮୦ ଆକ୍ରାନ୍ତ, ପୁଣି ଆଗରେ ଖୋର୍ଦ୍ଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 1, 2020

ରାଜ୍ୟରେ ଚିହ୍ନଟ ହେଲେ ୪୮୦ ଆକ୍ରାନ୍ତ, ପୁଣି ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା କୋପ ଦିନକୁ ଦିନ କମୁଥିବା ବେଳେ ନୂଆ ୪୮୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ୨୭୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୦୪ ହେଉଛି ଲୋକାଲ୍ କେସ୍‌।  ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  

କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ତାଲିକାରେ ପୁଣି ଥରେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଉପରେ ରହିଛି। ଏହି ଜିଲ୍ଲାରୁ ୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଅନ୍ୟ ସବୁ ଜିଲ୍ଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ତଳେ ରହିଛି।

ଅନୁଗୁଳରୁ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୩୬, କଟକରୁ ୩୫, ସୁନ୍ଦରଗଡ଼ରୁ ୩୧ ଓ ବରଗଡ଼ରୁ ୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଭଦ୍ରକ ଜିଲ୍ଲାରୁ ସର୍ବନିମ୍ନ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୯,୫୮୩ରେ ପହଞ୍ଚିଥିବା ବେଳେ ୫୦୪୬ ହେଉଛି ଆକ୍ଟିଭ କେସ୍‌।  ରାଜ୍ୟରେ ୩,୧୨, ୭୩୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି।

 

ଅଧିକ ପଢନ୍ତୁ :  ପରମ୍ପରା ବାଡ଼ ଭାଙ୍ଗି ବାପାଙ୍କ ଶବକୁ କାନ୍ଧ ଦେଲେ ୪ ଝିଅ

The post ରାଜ୍ୟରେ ଚିହ୍ନଟ ହେଲେ ୪୮୦ ଆକ୍ରାନ୍ତ, ପୁଣି ଆଗରେ ଖୋର୍ଦ୍ଧା appeared first on Odisha Reporter.



from Odisha Reporter https://ift.tt/39v51w1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages