କୋରାପୁଟ୍ (ସୂର୍ଯ୍ୟନାରାୟଣ ପଣ୍ଡା): ପଟ୍ଟାଙ୍ଗି ବ୍ଲକର ସମ୍ବାଇ ପଞ୍ଚାୟତର ସୁନାବେଡ଼ା ସୀମାନ୍ତ ପରେ ଏବେ ଜାମୁଗୁଡା ସୀମାନ୍ତ ଜମି ହାତେଇବାକୁ ଆନ୍ଧ୍ର ପ୍ରଦେଶ ଉଦ୍ୟମ କରିଛି। ଆଜି ଆନ୍ଧ୍ର ଗ୍ରାମବାସୀ ବନ କର୍ମଚାରୀଙ୍କ ସହ ମିଶି ଓଡ଼ିଶା ସୀମାନ୍ତ ଜାମୁଗୁଡ଼ାରେ ପ୍ରବେଶ କରି ପଥର ଗଦେଇ ଜମି ଚିହ୍ନଟ କରିଛନ୍ତି।
ସେମାନେ ଜାମୁଗୁଡ଼ାର ପାହାଡ଼ିଆ ଜମି ଭିତରେ ପଥର ପୋତି ଚିହ୍ନ ଦେଉଥିବା ବେଳେ ଗ୍ରାମବାସୀ ଏହାର ଘୋର ବିରୋଧ କରିଛନ୍ତି। ବିରୋଧ ପରେ ଆନ୍ଧ୍ର ଗ୍ରାମବାସୀଙ୍କ ସହିତ ବନ କର୍ମଚାରୀ ଫେରି ଯାଇଛନ୍ତି। ଅନ୍ୟପକ୍ଷରେ ଦାଦାଗିରି କରୁଥିବା ଆନ୍ଧ୍ରର ୪ଜଣ ଲୋକଙ୍କୁ ଧରି ଜାମୁଗୁଡ଼ା ଗ୍ରାମବାସୀ ଅଟକ ରଖିଥିଲେ। ପରେ ପଟାଙ୍ଗି ପୁଲିସ ଯାଇ ବୁଝାସୁଝା ପରେ ୪ ଜଣଙ୍କୁ ଛାଡ଼ିଦିଆ ଯାଇଛି।
ଖବର ପାଇ ତହସିଲଦାର ହରି ପଦ ମଣ୍ଡଳଙ୍କ ସହ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ସୂଚନା ମିଳିଛି। ଓଡ଼ିଶାର ସର୍ଭେ ପଥର ଜାମୁଗୁଡା ପାହାଡ଼ ଉପରେ ରହିଛି। କିନ୍ତୁ ଆନ୍ଧ୍ର ଗ୍ରାମବାସୀ ଓ ଡୁମୁରି ମଣ୍ଡଳ ବନକର୍ମଚାରୀ ଓଡ଼ିଶା ଜମିରେ ଚିହ୍ନ ଦେବାରୁ ବିବାଦ ସୃଷ୍ଟି ହୋଇଥିଲା। ଏହାପୂର୍ବରୁ ସମ୍ବାଇ ଓ କୁଟିଆରେ ବି ଆନ୍ଧ୍ର ଅନୁପ୍ରବେଶ କରିଥିଲା।
The post ପୁଣି କୋରାପୁଟ ସୀମାରେ ଆନ୍ଧ୍ରର ଦାଦାଗିରି appeared first on Odisha Reporter.
from Odisha Reporter https://ift.tt/2I0ePCT
No comments:
Post a Comment