ନବରଙ୍ଗପୁର (ନବଘନ ବିଶୋୟୀ): ରାସ୍ତା ନ ଥିବାରୁ ଏହାର ଅଧିକ ପରିଣାମ ଭୋଗିବାକୁ ପଡ଼ୁଛି ରୋଗୀ ତଥା ସେମାନଙ୍କ ସମ୍ପର୍କୀୟଙ୍କୁ । ପୂର୍ବରୁ ଭାରରେ ତଥା କାନ୍ଧରେ ରୋଗୀ ମାଇଲ ମାଇଲ ବାଟ ବୁହା ହେଉଥିବା ବେଳେ ଏବେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର।
ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ଅଞ୍ଚଳରେ। ଏହି ଅଞ୍ଚଳକୁ ସ୍ଥାୟୀ ରାସ୍ତା ନ ଥିବାରୁ ବିଲ ହିଡ଼ ପାଣି କାଦୁଅ ଭିତରେ ଶଗଡ଼ରେ ବୁହା ହେଉଛନ୍ତି ରୋଗୀ । ସରକାର ଦୁଃଖ ଶୁଣୁ ନ ଥିବାରୁ ଏଠାରେ ଶଗଡ଼ ସାଜିଛି ଭରସା।
ସୂଚନାଯୋଗ୍ୟ, ପାଟଖଲିଆ ଅଞ୍ଚଳକୁ ଭଲ ରାସ୍ତା ଖଣ୍ଡେ ନ ଥିବାରୁ ଆମ୍ବୁଲାନ୍ସ ଯିବା ସମ୍ଭବ ହୋଇପାରେ ନାହିଁ। ଏହି ଗାଁର ୩ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲ ନେବାକୁ ପ୍ରଥମେ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା । ମାତ୍ର ରାସ୍ତା ଭଲ ନ ଥିବାରୁ ଆମ୍ବୁଲାନ୍ସ ଆସିପାରିଲାନି। ଏହାପରେ ଗାଁ ଲୋକେ ଉକ୍ତ ୩ ରୋଗୀଙ୍କୁ ଶଗଡ଼ରେ ବୋହି ଡାକ୍ତରଖାନା ଅଭିମୁଖେ ବାହାରିଲେ ।
କଚ୍ଚା ରାସ୍ତାରେ ୫ କି.ମି ନେବା ଯିବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଲା ଶଗଡ଼। ଏହାପରେ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କହିଛନ୍ତି।
The post ଆସି ପାରିଲାନି ଆମ୍ବୁଲାନ୍ସ, ଶଗଡ଼ରେ ବୁହା ହେଲେ ରୋଗୀ appeared first on Odisha Reporter.
from Odisha Reporter https://ift.tt/2W9ICfP
No comments:
Post a Comment