କୁକୁର ଭିଡିଓ ଭାଇରାଲ୍ ହେବା ପରେ ୬୨ ବର୍ଷୀୟ ବୃଦ୍ଧ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 11, 2020

କୁକୁର ଭିଡିଓ ଭାଇରାଲ୍ ହେବା ପରେ ୬୨ ବର୍ଷୀୟ ବୃଦ୍ଧ ଗିରଫ

ତିରୁଅନ୍ତପୁରମ: କାର୍ ପଛରେ ଦଉଡ଼ି ସାହାଯ୍ୟରେ ଏକ କୁକୁରକୁ ବନ୍ଧା ଯାଇଥିଲା। ଏତିକିରେ କଥା ସରିଥିଲେ ଭିଡିଓ ଭାଇରାଲ ହୋଇ ନଥା’ନ୍ତା। କିନ୍ତୁ ଚଳନ୍ତା କାର୍‌ରେ କୁକୁରଟିକୁ ଏମିତି ବନ୍ଧା ଯାଇଥିଲା। ଆଉ ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ୍ ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରିଛି। ତାଙ୍କ ନାଁ ୟୁସୁଫ। ଘଟଣାଟି କେରଳର ଏର୍ଣ୍ଣାକୁଲମ ଅଞ୍ଚଳର।

ପୁଲିସ୍ କହିଛି, ୟୁସୁଫ ଏହି କୁକୁରଟିକୁ ତାଙ୍କ ଅଞ୍ଚଳରୁ ବହୁ ଦୂରରେ ନେଇ ଛାଡ଼ି ଦେବାକୁ ଚାହୁଁଥିଲେ। ୟୁସୁଫଙ୍କ କହିବା ମୁତାବକ ଏହା ତାଙ୍କ ଘର ପାଖରେ ରହୁଥିଲା ଓ ଭାରି ହଇରାଣ କରୁଥିଲା। ସେଥିପାଇଁ ସେ କୁକୁରଟିକୁ ଦଉଡ଼ି ସାହାଯ୍ୟରେ କାର୍ ପଛରେ ବାନ୍ଧି ଦେଇଥିଲେ ଏବଂ କାର୍‌ ଚଲାଇ ଏହାକୁ ବହୁ ଦୂରରେ କୌଣସି ସ୍ଥାନରେ ଛାଡ଼ି ଦେବାକୁ ନେଉଥିଲେ।

ଘଟଣାଟି ଗତକାଲି ପ୍ରାୟ ୧୧ଟା ବେଳେ ଘଟିଥିଲା। କୁକୁରଟିକୁ ଏଭଳି ଭାବେ ନିଆଯାଉଥିବା ଦେଖି ଅଖିଳ ନାମକ ଜଣେ ବ୍ୟକ୍ତି ମୋବାଇଲ୍‌ରେ ଏହାର ଶୁଟିଂ କରିଥିଲେ। ଅଖିଳ ଡାକ୍ତରଖାନାରୁ ବାଇକ୍ ଯୋଗେ ଫେରୁଥିବା ବେଳେ ଏହି ଭିଡିଓ ଶୁଟ୍ କରିଥିଲେ। ପ୍ରଥମେ ତାଙ୍କୁ ଲାଗିଲା ଯେ କୁକୁରଟି କାର୍ ପଛରେ କୌଣସି କାରଣରୁ ଦୌଡୁଛି। କିନ୍ତୁ ଯେତେବେଳେ ସେ କାର୍‌ର ନିକଟବର୍ତ୍ତୀ ହେଲେ ସେତେବେଳେ କୁକରଟିକୁ ଦଉଡ଼ି ଯୋଗେ ବନ୍ଧା ଯାଇଥିବା ଦେଖିବାକୁ ପାଇଥିଲେ।

ଭିଡିଓରେ ପ୍ରଥମେ କୁକୁରଟି ଦୌଡ଼ୁଥିବା ଦେଖିବାକୁ ମିଳିଛି। କିନ୍ତୁ କାର୍‌ର ଗତି ବଢ଼ିବା ସହ କୁକୁରଟି ଘୋଷାଡ଼ି ହୋଇ ଯାଉଥିବା ଦେଖିବାକୁ ମିଳିଛି। ଭିଡିଓଟି ଭାଇରାଲ ହେବା ପରେ ପୁଲିସ୍ ନିଜ ଆଡ଼ୁ ମାମଲା ରୁଜୁ କରି ୟୁସୁଫଙ୍କୁ ଗିରଫ କରିଥିଲା। ତେବେ ତାଙ୍କୁ କୋର୍ଟରେ ଜାମିନ ମିଳିଯାଇଥିଲା।

The post କୁକୁର ଭିଡିଓ ଭାଇରାଲ୍ ହେବା ପରେ ୬୨ ବର୍ଷୀୟ ବୃଦ୍ଧ ଗିରଫ appeared first on Odisha Reporter.



from Odisha Reporter https://ift.tt/3oKjTLj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages