ଟାଇଫଏଡ଼ ହୋଇଥିଲେ ଖା’ନ୍ତୁ ଏହି ସବୁ ଖାଦ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 5, 2020

ଟାଇଫଏଡ଼ ହୋଇଥିଲେ ଖା’ନ୍ତୁ ଏହି ସବୁ ଖାଦ୍ୟ

ଶରୀରରେ ‘ସଲମାନେଲା ଟାଇଫି’ ନାମକ ଜୀବାଣୁ ସଂକ୍ରମଣ ହେଲେ ଟାଇଫଏଡ ଜ୍ୱର ହୋଇଥାଏ । ଏହି ରୋଗ ହେଲେ ମଣିଷ ଶରୀରର ରକ୍ତ କମିଯାଏ ଏବଂ ପ୍ରତିରକ୍ଷା ପ୍ରଣାଳି ଓ ଯକୃତ ଠିକ୍ ଭାବ କାମ କରେନି । ଟାଇଫଏଡ ଯୋଗୁଁ ଅନେକଙ୍କ ଝାଡା ହେବା ଭଳି ସମସ୍ୟା ଦେଖାଯାଏ । ଏଥିପାଇଁ ଟାଇଫଏଡ ରୋଗୀଙ୍କୁ ଡାକ୍ତରମାନେ ଏକ ନିର୍ଦ୍ଦିଷ୍ଟ ଡାଏଟ ଫଲୋ କରିବାକୁ ପରାମର୍ଶ ଦେଇଥାନ୍ତି । ତେବେ ଟାଇଫଏଡ ହୋଇଥିଲେ କ’ଣ ସବୁ ଖାଇବା ଉଚିତ ଆସନ୍ତୁ ଜାଣିବା ।

  • ଟାଇଫଏଡରେ ରୋଗୀଙ୍କୁ ଶୋଷ ହୁଏନି । ତେଣୁ ଡିଇହାଇଡ୍ରେସନ ଭଳି ସମସ୍ୟା ଦେଖାଯାଏ। ଏହି ସମୟରେ ରୋଗୀଙ୍କୁ ଯଥାସମ୍ଭବ ତରଳ ଖାଦ୍ୟ ଖାଇବା ଉଚିତ । ପ୍ରତିଦିନ ଅତିକମରେ ୮ ଗ୍ଲାସ ପାଣି ପିଅନ୍ତୁ । ଟାଇଫଏଡ ରୋଗୀଙ୍କ ପାଇଁ ନଡିଆ ପାଣି ତଥା ପଇଡ ପିଇବା ଅତ୍ୟନ୍ତ ଲାଭଦାୟକ ।
  • କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ଟାଇଫଏଡ ରୋଗୀଙ୍କୁ ଲଭା ମିଳିଥାଏ । ତେଣୁ ସିଝା ଆଳୁ ତଥା ଭାତ ଖାଇପାରିବେ। ଏଥିରେ କାର୍ବୋହାଇଡ୍ରେଟ ଭରପୁରା ମାତ୍ରାରେ ରହିଛି ।
  • ଟାଇଫଏଡ୍ ଜ୍ୱରରୁ ମୁକ୍ତି ପାଇବା ପାଇଁ କିସମିସ୍ ସବୁଠୁ ଭଲ ଖାଦ୍ୟ । ଏହାକୁ ଔଷଧ ରୂପେ ବ୍ୟବହାର କରାଯାଏ । କିସମିସରେ ସନ୍ଧର୍ଭ ଲୁଣ ମିଶାଇ ଅବା ଏହାକୁ ଅଳ୍ପ ଭାଜି ଖାଇବା ଦ୍ୱାରା ଜ୍ୱର କମ ହୋଇଥାଏ । ଯଦି ଜ୍ୱର ଅଧିକ ବଢ଼େ ତେବେ ୪ରୁ ୫ଟି କିସମିସକୁ ଭାଜି ପ୍ରତିଦିନ ଖାଇପାରିବେ ।
  • ଟାଇଫଏଡ୍ ଜ୍ୱରରେ ରୋଗୀ ବହୁତ ଦୁର୍ବଳତା ଅନୁଭବ କରନ୍ତି । ଏପରି ପରିସ୍ଥିତିରେ ଶରୀରକୁ ଶକ୍ତି ଯୋଗାଇବା ପାଇଁ ଦୁଗ୍ଧଜାତ ଦ୍ରବ୍ୟଗୁଡ଼ିକ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୁଏ । ଶରୀରକୁ ଶକ୍ତି ଦେବା ପାଇଁ ଆପଣ ଦହି ଭଳି ଅନ୍ୟ ଦୁଗ୍ଧଜାତ ଦ୍ରବ୍ୟ ଖାଇପାରିବେ।
  • ଟାଇଫଏଡ୍ ଜ୍ୱରରେ ଡାକ୍ତର ରୋଗୀଙ୍କୁ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଅନ୍ତି ।  ବାସ୍ତବରେ, ଏହି ଜ୍ୱରରେ ଜଣେ ବ୍ୟକ୍ତିର ଶରୀର ଦୁର୍ବଳ ହୋଇଯାଏ ଏବଂ ଧୀରେ ଧୀରେ ଓଜନ ମଧ୍ୟ କମିବାକୁ ଲାଗେ । ଏପରି ସ୍ଥିତିରେ ଶରୀରକୁ ଶକ୍ତି ଦେବା ପାଇଁ ଉଚ୍ଚ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଉଚିତ। ଆପଣ କଦଳୀ, ମିଠା ଆଳୁ ବା କନ୍ଧମୂଳ ଏବଂ ପନିର କିମ୍ବା ବଟର ଭଳି ଖାଦ୍ୟ ଖାଇପାରିବେ।

The post ଟାଇଫଏଡ଼ ହୋଇଥିଲେ ଖା’ନ୍ତୁ ଏହି ସବୁ ଖାଦ୍ୟ appeared first on Odisha Reporter.



from Odisha Reporter https://ift.tt/3qyOahF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages