ଏଣିକି ବିନା ଜୀବହତ୍ୟାରେ ତିଆରି ହେବ ମାଂସ, ଚାଲିଛି ପ୍ରସ୍ତୁତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 5, 2020

ଏଣିକି ବିନା ଜୀବହତ୍ୟାରେ ତିଆରି ହେବ ମାଂସ, ଚାଲିଛି ପ୍ରସ୍ତୁତି

ସିଙ୍ଗାପୁର: ଆମେରିକୀୟ କମ୍ପାନୀ ଜଷ୍ଟ ଇଟ୍  ଚିକେନ୍ ବାଇଟସ୍ ଉତ୍ପାଦନ କରିବ  ଲ୍ୟାବରେ ପ୍ରସ୍ତୁତ ହେଉଥିବା ମାଂସ । କମ୍ପାନୀର କହିବା ଅନୁସାରେ, ଲ୍ୟାବରୁ ପ୍ରସ୍ତୁତ ମାଂସରେ ସମାନ ପୋଷକ ତତ୍ତ୍ୱ ରହିବ, ଯାହା ମାର୍କେଟରେ ମିଳୁଥିବା ମାଂସରେ ଥାଏ ।

ଆମେରିକୀୟ କମ୍ପାନୀ ଜଷ୍ଟ ଇଟ୍ ଲ୍ୟାବରୁ ପ୍ରସ୍ତୁତ ମାଂସ ପାଇଁ ୧୨୦୦ ଲିଟରର ଏକ ବାୟୋରିଆକ୍ଟରରେ ଆନିମଲଙ୍କ କୋଶିକା ପ୍ରସ୍ତୁତ କରିବ ଓ ପରେ ଏଥରେ ଗଛ ସହ ଜଡ଼ିତ ସାମଗ୍ରୀକୁ ମିଶାଇବ । ପ୍ରାଥମିକ ଭାବେ ଏହି ଉତ୍ପାଦର ପରିମାଣ ଅପେକ୍ଷାକୃତ କମ୍ ରହିବ । ତେବେ କମ୍ପାନୀ ପକ୍ଷରୁ କୁହାଯାଇଛି ଖୁବଶୀଘ୍ର ରେଷ୍ଟୁରାଣ୍ଟରେ ଲ୍ୟାବ ତିଆରି ମାଂସ ମିଳିବ ।

ଲ୍ୟାବ୍ ମାଂସ ପାଇଁ ଆବଶ୍ୟକ ଆନିମଲ୍ ସେଲ୍ ବା କୋଶିକା, ସେଲ ବ୍ୟାଙ୍କରୁ ନିଆଯିବ ଏବଂ ଏଥିପାଇଁ କୌଣସି ଜୀବକୁ ପକ୍ଷୀଙ୍କୁ ହତ୍ୟା କରିବାର ଆବଶ୍ୟକତା ନାହିଁ । ଏହି ସେଲ୍ ସାଧାରଣତଃ ବଞ୍ଚିଥିବା ଜୀବଙ୍କ ବାୟୋପ୍ସିରୁ ନିଆଯାଇପାରିବ। ଆଉ ସେଲକୁ ବଢ଼ିବା ଲାଗି ବ୍ୟବହାର ହେବାକୁ ଥିବା ପୋଷକ ତତ୍ତ୍ୱ ବିଭିନ୍ନ ଗଛରୁ ନିଆଯିବ। ଆମେରିକିୟ କମ୍ପାନୀ ଜଷ୍ଟ ଇଟ୍ ପାଖରେ ପୂର୍ବରୁ ନନ୍ ଆନିମଲ୍ ପ୍ରଡକ୍ଟ ବିକ୍ରି କରିବାର ଅନୁଭବ ରହିଛି ।

ତଥ୍ୟ ଅନୁସାରେ ଲୋକଙ୍କ ମାଂସ ଭକ୍ଷଣ ଆବଶ୍ୟକତା ପୂରଣ କରିବାକୁ ସାରା ବିଶ୍ୱରେ ପ୍ରତିଦିନ ପାଖାପାଖି ୧୩ କୋଟି କୁକୁଡା ଓ ୪୦ ଲ‍କ୍ଷ ଘୁଷୁରୀଙ୍କ ସମେତ ଅନେକ ଜୀବଜନ୍ତୁଙ୍କୁ ହତ୍ୟା କରାଯାଉଛି । ଏବେ ଜୀବଜଗତରେ ୬୦ ପ୍ରତିଶତ ସ୍ତନ୍ୟପାୟୀ ଜୀବ ଥିବାବେଳେ ୩୬ ପ୍ରତିଶତ ମନୁଷ୍ୟ ଓ କେବଳ ମାତ୍ର ୪ ପ୍ରତିଶତ ଜଙ୍ଗଲୀ ଜନ୍ତୁ ଅଛନ୍ତି । ତେବେ ଆଗକୁ ମାଂସ ଭକ୍ଷଣ ପାଇଁ ଜୈବ ସନ୍ତୁଳନ ବିଗିଡି ଯିବାର ଆଶଙ୍କାକୁ ପ୍ରତିହତ କରିବା ସହ ଜଳବାୟୁଜନିତ ସଂକଟରେ ଲ୍ୟାବ ମାଂସ ଲଗାମ ଦେବ ବୋଲି ଆଶା କରାଯାଉଛି।

The post ଏଣିକି ବିନା ଜୀବହତ୍ୟାରେ ତିଆରି ହେବ ମାଂସ, ଚାଲିଛି ପ୍ରସ୍ତୁତି appeared first on Odisha Reporter.



from Odisha Reporter https://ift.tt/2JFWImj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages