କମ୍ବିଂ ଅପରେସନ ବେଳେ ଟଳି ପଡ଼ିଲେ ମହିଳା କ୍ୟାଡର ନକ୍ସଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 11, 2020

କମ୍ବିଂ ଅପରେସନ ବେଳେ ଟଳି ପଡ଼ିଲେ ମହିଳା କ୍ୟାଡର ନକ୍ସଲ

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳରେ ନକ୍ସଲ ଅପରେସନ୍ ବେଳେ ଜଣେ  ମହିଳା କ୍ୟାଡର ନକ୍ସଲ ନିହତ ହୋଇଥିବା ଜଣାଯାଇଛି। ଏନେଇ ପୁଲିସ୍‌ ଡିଜି ଅଭୟ ସୂଚନା ଦେଇଛନ୍ତି।

ପୁଲିସ୍‌ ଡିଜି ଗଣମାଧ୍ୟକୁ ଦେଇଥିବା ସୂଚନା ଅନୁଯାୟୀ, କନ୍ଧମାଳ ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ ଏସଓଜି ଓ ଡିଭିଏଫ୍‌ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିଲା। ଏହି ସମୟରେ ନକ୍ସଲମାନେ ଗୁଳି ବର୍ଷଣ କରିଥିଲେ। ଫଳରେ  ଏସଓଜି ଓ ଡିଭିଏଫ୍‌ ପକ୍ଷରୁ ଏହାର ପାଲଟା ଜବାବ ଦିଆଯିବାରୁ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ପଳାଇଥିଲେ।

ଏହାପରେ ଘଟଣାସ୍ଥଳ ତଦନ୍ତ କରାଯିବା ସମୟରେ ୟୁନିଫର୍ମରେ ଥିବା ଜଣେ ମହିଳା ନକ୍ସଲଙ୍କ ମୃତଦେହ ଉଦ୍ଧାର ହୋଇଛି। ସେଠାରୁ ଗୁଳି ଓ ୨ ବନ୍ଧୁକ ମଧ୍ୟ ଜବତ ହୋଇଛି। ଏହାପରେ ଉକ୍ତ ଅଞ୍ଚଳରେ କମ୍ବି ଅପରେସନକୁ ଅଧିକ ଜୋରଦାର କରି ଦିଆଯାଇଛି।

ମାଓବାଦୀ ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ଏବଂ ଆତ୍ମସମର୍ପଣ କରି ସରକାରଙ୍କ ଘୋଷିତ ସୁବିଧା ନିଅନ୍ତୁ ବୋଲି ଡିଜିପି ଅଭୟ କହିଛନ୍ତି।

The post କମ୍ବିଂ ଅପରେସନ ବେଳେ ଟଳି ପଡ଼ିଲେ ମହିଳା କ୍ୟାଡର ନକ୍ସଲ appeared first on Odisha Reporter.



from Odisha Reporter https://ift.tt/3ndbPSP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages