ଆସିକା (ମନୋଜ ମୁନି): ବିଲରେ ଛିଡ଼ି ପଡ଼ିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ଚାଷୀ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ଥାନା ଅନ୍ତର୍ଗତ ପୁରୁଣା ବୁରୁପଡ଼ା ଗାଁର।
ମୃତକ ଦ୍ୱୟ ହେଲେ ହୀନ ସାମଲ (୬୫) ଓ ତାଙ୍କ ସ୍ତ୍ରୀ ବିଷ୍ଣୁ ସାମଲ (୫୫)।
ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୪ଟା ବେଳେ ଏହି ଦମ୍ପତି ସେମାନଙ୍କ ବିଲକୁ ଫୁଲ କୋବି ତୋଳିବାକୁ ଯାଇଥିଲେ। ତେବେ ସେମାନଙ୍କ ବିଲ ଦେଇ ଯାଇଥିବା ୧୧ କେଭି ବିତ୍ୟୁତ୍ ଲାଇନର ତାର ଛିଡ଼ି ବିଲରେ ପଡ଼ିଥିଲା ଓ ସେମାନେ ଏ ସଂପର୍କରେ ଜାଣି ପାରି ନଥିଲେ। ଫଳରେ ତାର ସଂସ୍ପର୍ଶରେ ଆସି ଯାଇଥିଲେ।
ଖବର ପାଇ ସେମାନଙ୍କ ପୁଅ ଗୌଡ଼ ସାମଲ ସେଠାରେ ପହଞ୍ଚିଥିଲେ ଓ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳି ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ସଂପର୍କରେ ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି।
The post ବିଲରେ ଛିଡ଼ି ପଡ଼ିଥିଲା ବିଦ୍ୟୁତ୍ ତାର, କୋବି ତୋଳିବାକୁ ଯାଇ ଦମ୍ପତି ମୃତ appeared first on Odisha Reporter.
from Odisha Reporter https://ift.tt/3nd4EKz
No comments:
Post a Comment