ମେଲବର୍ଣ୍ଣ: ଭାରତ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟରେ ବ୍ୟାକଫୁଟ୍କୁ ଠେଲି ହୋଇଯାଇଛି ଅଷ୍ଟ୍ରେଲିଆ। ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲା। ହେଲେ ଦଳ ଏବେ ସୁଦ୍ଧା ୧୪୩ ରନ୍ରେ ୫ ୱିକେଟ ହରାଇ ସଙ୍କଟରେ ପଡ଼ିଛି। ଅଧିନାୟକ ଟିମ ପେନ୍ ୬ ଓ କ୍ୟାମେରନ ଗ୍ରୀନ ୭ ରନ୍ କରି ଅପରାଜିତ ରହିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜି ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରିଥିବା ମହମ୍ମଦ ସିରାଜ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ୱିକେଟ ଦଖଲ କରିଛନ୍ତି। ସେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାସମ୍ୟାନ ତଥା ବ୍ୟାଟିଂ ଲାଇନ ଅପ୍ର ମେରୁଦଣ୍ଡ କୁହାଯାଉଥିବା ମାର୍ନସ ଲାବୁଶେନଙ୍କୁ ଆଉଟ କରି ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ୱିକେଟ ହାସଲ କରିଛନ୍ତି।
ଅଷ୍ଟ୍ରେଲିଆ ୩୮ ରନ୍ରେ ୩ ୱିକେଟ ହରାଇ ସଂଘର୍ଷ କରୁଥିବା ବେଳେ ଲାବୁଶେନ ଓ ଟ୍ରାଭିସ ହେଡ୍ ସ୍ଥିତି ସମ୍ଭାଳିଥିଲେ। ଉଭୟ ୪ର୍ଥ ୱିକେଟ ପାଇଁ ୮୬ ରନ୍ର ଭାଗିଦାରୀ ମଧ୍ୟ କରିଥିଲେ। ହେଲେ ପ୍ରଥମେ ଯଶପ୍ରୀତ ବୁମ୍ରା ୩୮ ରନ୍ କରିଥିବା ହେଡ୍ଙ୍କୁ ଆଉଟ କରି ଦେଇଥିଲେ।
ଏହାପରେ ୪୮ ରନ୍ କରିଥିବା ଲାବୁଶେନଙ୍କୁ ସିରାଜ ଆଉଟ କରି ଅଷ୍ଟ୍ରେଲିଆକୁ ବଡ଼ ଝଟକା ଦେଇଥିଲେ। ଚା’ ପାନ ବିରତି ସୁଦ୍ଧା ଅଷ୍ଟ୍ରେଲିଆ ୫୨ ଓଭର୍ରେ ୧୩୬ ରନ୍ କରି ୫ ୱିକେଟ ହରାଇଥିଲା। ଏହାପରେ ଦଳ ପୁଣି ବ୍ୟାଟିଂ ଆରମ୍ଭ କରିଛି।
The post ବ୍ୟାକଫୁଟ୍ରେ ଅଷ୍ଟ୍ରେଲିଆ, ଟେଷ୍ଟରେ ପ୍ରଥମ ୱିକେଟ ଦଖଲ କଲେ ସିରାଜ appeared first on Odisha Reporter.
from Odisha Reporter https://ift.tt/38BJXlh
No comments:
Post a Comment