ପ୍ରଥମ ମହିଳା ଭାବେ ଯାତ୍ରୀବାହୀ ବସ ଚଳାଇ ଉଦାହରଣ ସୃଷ୍ଟି କଲେ ପୂଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 25, 2020

ପ୍ରଥମ ମହିଳା ଭାବେ ଯାତ୍ରୀବାହୀ ବସ ଚଳାଇ ଉଦାହରଣ ସୃଷ୍ଟି କଲେ ପୂଜା

ଶ୍ରୀନଗର: ବୟସ ପ୍ରାୟ ୩୦ ହେବ। ବିବାହିତ ଓ ୩ ସନ୍ତାନର ମା’। ତଥାପି ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ସାଜିଛନ୍ତି ବସ୍‌ ଡ୍ରାଇଭର। ନିଜ ସାନ ପୁଅକୁ ସାଥୀରେ ଧରି ପ୍ରତିଦିନ ଲୋକଙ୍କୁ ବସ୍‌ ସେବା ଯୋଗାଇ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ପୂଜା ଦେବୀ। ପୂଜାଙ୍କ ଘର ଜମ୍ମୁ-କଶ୍ମୀରର କଠୁଆରେ। ସେ ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ଭାବେ ବସ୍‌ ଚଳାଇବାର ରେକର୍ଡ ସୃଷ୍ଟି କରିଛନ୍ତି। ଗୁରୁବାର ସେ ପ୍ରଥମଥର ପାଇଁ ଜମ୍ମୁ-କଠୁଆ ମଧ୍ୟରେ ବସ୍‌ ଚଳାଇଥିଲେ। ପୂଜା ଲୋକଙ୍କୁ ବସ୍‌ରେ ବସାଇ ଜଣେ ପୁରୁଷଙ୍କ ଭଳି ବେଶ ସହଜରେ ବସ୍‌ ଚଳାଉଥିବା ବେଳର ଭିଡିଓ ଏବଂ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପୂଜାଙ୍କ ପାଇଁ ବସ୍‌ ଡ୍ରାଇଭର ହେବା ଆଦୌ ସହଜ ନଥିଲା। ସେ ବସ୍‌ ଡ୍ରାଇଭର ହେବା ପୂର୍ବରୁ ଅନେକ ଘାତ ପ୍ରତିଘାତର ସମ୍ମୁଖୀନ ହୋଇଥିଲେ। ଏପରି କି ତାଙ୍କ ସ୍ୱାମୀ ଓ ପରିବାର ଲୋକଙ୍କ ଠାରୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ମହିଳାଙ୍କ ପାଇଁ ଡ୍ରାଇଭିଂ ପ୍ରଫେସନ ଠିକ ନୁହେଁ ବୋଲି ସମସ୍ତେ ପୂଜାଙ୍କୁ ବୁଝାଇଥିଲେ। ହେଲେ ସେ ସବୁ କଥାକୁ ବେଖାତିର କରି ନିଜ ସ୍ୱପ୍ନ ପୂରଣ ଦିଗରେ ଆଗେଇ ଚାଲିଥିଲେ। ଶେଷରେ ସେ ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ଭାବେ ଯାତ୍ରୀବାହୀ ବସ୍‌ ଡ୍ରାଇଭର ହେବାର ଖ୍ୟାତି ଅର୍ଜନ କରିଛନ୍ତି।

ପୂଜାଙ୍କୁ ପାଖାପାଖି ୩୦ ବର୍ଷ ବୟସ ହେବ। ହେଲେ ସେ ତାଙ୍କ ପ୍ରକୃତ ଜନ୍ମ ତାରିଖ ଜାଣି ନାହାନ୍ତି। ପ୍ରଥମେ ସେ ତାଙ୍କ ସମ୍ପର୍କୀୟ ଦାଦା ରାଜେନ୍ଦ୍ର ସିଂହଙ୍କ ଠାରୁ ଟ୍ରକ୍‌ ଚଳାଇବା ଶିଖିଥିଲେ। ଏହାପରେ ବଡ଼ ଗାଡ଼ି ପାଇଁ ଲାଇସେନ୍ସ ଆବେଦନ କରିଥିଲେ। ଏହାପୂର୍ବରୁ ସେ ଡ୍ରାଇଭିଂ ଶିଖିବା ପରେ ପ୍ରଥମେ କାର ଚଳାଉଥିଲେ। ଏହାପରେ ସେ ଗୋଟିଏ ଡ୍ରାଇଭିଂ ସ୍କୁଲରେ ଟ୍ରେନର ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ସେ କିଛି ଦିନ ଟ୍ୟାକ୍ସି ଚଳାଇବା ପରେ ଟ୍ରକ୍‌ ଚଳାଇବା ପାଇଁ ଆଗ୍ରହ ଦେଖାଇଥିଲେ। ସମ୍ପର୍କୀୟ ଦାଦା ରାଜେନ୍ଦ୍ର ହିଁ ତାଙ୍କୁ ଟ୍ରକ ଚଳାଇବାର ତାଲିମ ଦେଇଥିଲେ।

ଟ୍ରକ୍‌ ଚଳାଇବା ପରେ ସେ ବସ୍‌ ଚଳାଇବାକୁ ଚାହିଁଥିଲେ। ହେଲେ ପ୍ରାଥମିକ ଅବସ୍ଥାରେ କେହି ବି ତାଙ୍କ ଉପରେ ବିଶ୍ୱାସ ରଖି ବସ୍‌ ଚଳାଇବାକୁ ଦେଇ ନଥିଲେ। ଏଥିରେ ପୂଜା ସାମାନ୍ୟ ଭାଙ୍ଗି ପଡ଼ିଥିଲେ। ତଥାପି ସେ ନିଜ ସ୍ୱପ୍ନ ପୂରଣ କରିବା ଦିଗରେ ଆଗେଇ ଚାଲିଥିଲେ। ଶେଷରେ  ଜମ୍ମୁ-କଠୁଆ ବସ୍‌ ୟୁନିୟନ ତାଙ୍କ ଉପରେ ବିଶ୍ୱାସ କରି ବସ୍‌ ଚଳାଇବା କାର୍ଯ୍ୟରେ ନିୟୋଜିତ କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜମ୍ମୁ-କଠୁଆ ମଧ୍ୟରେ ବସ ଚଲାଉଥିବା ପୂଜାଙ୍କ ସହ ତାଙ୍କ ୭ ବର୍ଷର ପୁଅ ମଧ୍ୟ ପ୍ରତିଦିନ ଯିବା ଆସିବା କରୁଛି। ସେ ଘରେ ଏକାକୀ ରହି ପାରୁ ନଥିବାରୁ ପୂଜା ପୁଅକୁ ନିଜ ସହ ଆଣୁଥିବା କହିଛନ୍ତି। ପୂଜାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ। ତାଙ୍କ ଝିଅ ୧୦ମରେ ପଢ଼ୁଥିବା ବେଳେ ଗୋଟିଏ ପୁଅ ୭ମରେ ପାଠ ପଢ଼ୁଛନ୍ତି। ସାନ ପୁଅ ୨ୟ ଶ୍ରେଣୀରେ ପଢ଼ୁଥିବା ସେ କହିଛନ୍ତି। ତାଙ୍କ ସ୍ୱାମୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିବାରୁ ପୂଜା ସରକାରଙ୍କୁ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି।

ପୂଜା କହିଛନ୍ତି, “ମୁଁ ସବୁବେଳେ ବସ୍‌ କିମ୍ବା ଟ୍ରକ୍ସ ଡ୍ରାଇଭର ହେବାକୁ ଚାହୁଁଥିଲି। ମୁଁ ବଡ଼ବଡ଼ ଗାଡ଼ି ଚଳାଉଥିବା ଅନେକ ଥର ସ୍ୱପ୍ନରେ ଦେଖିଛି। ମୋ ବାପା ଜଣେ ଚାଷୀ। ମୁଁ ବହୁତ ଗରିବ ପରିବାରରୁ ଆସିଛି। ଅର୍ଥ ଅଭାବରରୁ ମୋ ପରିବାର ମୋତେ ଅଧିକ ପାଠ ପଢ଼ାଇ ପାରି ନଥିଲେ। ଏହାକୁ ଦୃଷ୍ଟିରେ ରଖି ମୁଁ ଡ୍ରାଇଭିଂକୁ କ୍ୟାରିୟର ଭାବେ ବାଛି ନେଇଥିଲି।”

The post ପ୍ରଥମ ମହିଳା ଭାବେ ଯାତ୍ରୀବାହୀ ବସ ଚଳାଇ ଉଦାହରଣ ସୃଷ୍ଟି କଲେ ପୂଜା appeared first on Odisha Reporter.



from Odisha Reporter https://ift.tt/3aCV5RE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages