ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ପଙ୍ଗା କୁଇନ୍ କଙ୍ଗନା ରଣାୱତ । ପୂର୍ବରୁ ହିଁ କୃଷକ ଆନ୍ଦୋଳନକୁ ବିରୋଧ କରୁଥିବା କଙ୍ଗନା ଏବେ ଭାରତ ବନ୍ଦକୁ ନେଇ କଟାକ୍ଷ କରିଛନ୍ତି। ସେ ମଜାଳିଆ ଢ଼ଙ୍ଗରେ ଟ୍ବିଟରରେ ଏକ ଟ୍ବିଟ କରିଛନ୍ତି। ଯାହାକୁ ନେଇ ପୁଣି ଥରେ ବିବାଦ ଭିତରକୁ ଟାଣି ହୋଇଛନ୍ତି କଙ୍ଗନା । ଭାରତ ବନ୍ଦକୁ ନେଇ ସେ ଦେଇଥିବା ମନ୍ତବ୍ୟକୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ଟ୍ବିଟ ୱାର।
ନିକଟରେ କଙ୍ଗନା ତାଙ୍କ ଟ୍ବିଟର ଆକାଉଣ୍ଟରେ ସଦ୍ଗୁରୁ ଜଗ୍ଗି ବାସୁଦେବଙ୍କ ଏକ ଭିଡିଓକୁ ରିଟ୍ବିଟ କରିଛନ୍ତି । ସେ ମଜାଳିଆ ଢ଼ଙ୍ଗରେ ଏକ କବିତା ଲେଖି ନିଜ ମନ୍ତବ୍ୟ ଦେଇଛନ୍ତି । କଙ୍ଗନା ଲେଖିଛନ୍ତି, ‘ଆଓ ଭାରତ କୋ ବନ୍ଦ କରଦେତେ ହେଁ, ୟୁଁ ତୋ ତୁଫାନୋ କି କମି ନହିଁ ଇସ୍ ନାଓ ମେଁ, ମଗର ଲାଓ କୁଲହାଡି, କୁଛ ଛେଦ ଭି କରଦେତେ ହେଁ।’
आओ भारत को बंद कर देते हैं, यूँ तो तूफ़ानों कि कमी नहीं इस नाव को, मगर लाओ कुल्हाड़ी कुछ छेद भी कर देते हैं, रह रह के रोज़ मरती है हर उम्मीद यहाँ, देशभक्तों से कहो अपने लिए देश का एक टुकड़ा अब तुम भी माँग लो, आजाओ सड़क पे और तुम भी धरना दो, चलो आज यह क़िस्सा ही ख़त्म करते हैं 🙂 https://t.co/OXLfUWl1gb
— Kangana Ranaut (@KanganaTeam) December 8, 2020
କଙ୍ଗନା ସଦଗୁରୁ ଜୀଙ୍କ ଯେଉଁ ଭିଡିଓକୁ ଟ୍ବିଟ କରିଛନ୍ତି ସେଥିରେ କୁହାଯାଇଛି ଯେ, କିଭଳି ପ୍ରତିକଥାରେ ଲୋକେ ଭାରତ ବନ୍ଦ କରିବା ପାଇଁ ଆଗକୁ ଚାଲିଆସୁଛନ୍ତି । ଗାନ୍ଧିଜୀଙ୍କ ସମୟରେ ଇଂରେଜମାନଙ୍କ ସହ ଲଢ଼ିବା ପାଇଁ ଏକ ଭିନ୍ନ ହତିଆର ଥିଲା ଅହିଂସା। କିନ୍ତୁ ଆଜି ସବୁ କିଛି ଅଲଗା। ହିଂସା ଦ୍ବାରା ଲୋକେ ପରସ୍ପରର ଜୀବନକୁ ନିଜେ ହିଁ ନର୍କ କରି ଦେଉଛନ୍ତି । ଭାରତ ବନ୍ଦକୁ ନେଇ କଙ୍ଗନାଙ୍କ ଏହି ଟ୍ବିଟକୁ କିଛି ଲୋକେ ସମର୍ଥନ କରୁଥିବା ବେଳେ ଆଉ କିଛି ଏହାକୁ ବିରୋଧ କରୁଛନ୍ତି ।
The post ଭାରତ ବନ୍ଦକୁ ନେଇ କଙ୍ଗନାଙ୍କ କଟାକ୍ଷ appeared first on Odisha Reporter.
from Odisha Reporter https://ift.tt/2JYAgoy
No comments:
Post a Comment