ଅଲିମ୍ପିକ୍ସରେ ସାମିଲ୍ ହେଲା ଆଉ ଏକ କ୍ରୀଡ଼ା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 7, 2020

ଅଲିମ୍ପିକ୍ସରେ ସାମିଲ୍ ହେଲା ଆଉ ଏକ କ୍ରୀଡ଼ା

ନୂଆଦିଲ୍ଲୀ: ବ୍ରେକ୍ ଡ୍ୟାନ୍ସକୁ ଅଲିମ୍ପିକ୍ କ୍ରୀଡ଼ାର ମାନ୍ୟତା ମିଳିଛି। ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଏହି ମାନ୍ୟତା ଦେଇଛି। ଏହାର ଅର୍ଥ ୨୦୨୪ ମସିହାରେ ପ୍ୟାରିସରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ କ୍ରୀଡ଼ାରେ ବ୍ରେକ୍ ଡ୍ୟାନ୍ସ ସାମିଲ୍ ହୋଇଛି। ବ୍ରେକ୍ ଡ୍ୟାନ୍ସ ବ୍ୟତୀତ କମିଟି ସ୍କେଟ୍ ବୋର୍ଡିଂ, ସ୍ପୋର୍ଟ କ୍ଲାଏମ୍ୱିଂ ଏବଂ ସର୍ଫିଂ ମଧ୍ୟ ସ୍ୱୀକୃତି ପାଇଛି। ତେବେ ଆସନ୍ତା ବର୍ଷ ଜୁଲାଇ ୨୩ରୁ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ ଗେମ୍ସରୁ ଏହି ତିନୋଟି କ୍ରୀଡାକୁ ସାମିଲ୍ କରାଯାଇଛି।

ବ୍ରେକ୍ ଡ୍ୟାନ୍ସ ଷ୍ଟ୍ରିଟ୍ ଡ୍ୟାନ୍ସର ଏକ ରୂପ। ଆମେରିକାର କୃଷ୍ଣକାୟଙ୍କ ଦ୍ୱାରା ଏହି ବ୍ରେକ ଡ୍ୟାନ୍ସ ଆରମ୍ଭ ହୋଇଥିଲା। ୨୦୧୮ରେ ବ୍ୟୁନସ ଆୟର୍ସରେ ଚାଲିଥିବା ଯୁବ ଅଲିମ୍ପିକ୍ସରେ ଏହାର ପ୍ରଥମ ଟ୍ରାଏଲ ହୋଇଥିଲା। ଏହାର ଦୁଇ ବର୍ଷ ପୂର୍ବରୁ କିନ୍ତୁ ପ୍ୟାରିସ୍ ଅଲିମ୍ପିକ୍ ଆୟୋଜକଙ୍କୁ ଏକ ପ୍ରସ୍ତାବ ପଠାଯାଇଥିଲା। ଏହାପରେ, ୨୦୧୯ରେ ଆଇଓସି ବୋର୍ଡ ଏବଂ ପୂର୍ଣ୍ଣ ସଦସ୍ୟଙ୍କ ଅନୁମୋଦନ ପରେ ବାକି ନିଷ୍ପତ୍ତି ହୋଇଥିଲା। ଏହାପରେ ସୋମବାର ଅନୁଷ୍ଠିତ ବୈଠକରେ ଏ ନେଇ ଏକ ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା।

ପ୍ୟାରିସ୍ ଅଲିମ୍ପିକ୍ ଗେମ୍ସ ସମ୍ବନ୍ଧରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହା ଅଧୀନରେ ପ୍ୟାରିସରେ ଟୋକିଓ ଅଲିମ୍ପିକ୍ ଗେମ୍ସ ଠାରୁ ଦଶଟି ପଦକ ଇଭେଣ୍ଟ କମ୍ ରହିବ। ପ୍ୟାରିସ୍ ଅଲିମ୍ପିକ୍ସରେ ଆଥଲେଟ୍ କୋଟା ପ୍ରାୟ ୧୦,୫୦୦ ରହିବ। ଯାହା ଟୋକିଓ ଅଲିମ୍ପିକ୍ ଠାରୁ ୬୦୦ କମ୍ ରହିଛି।

The post ଅଲିମ୍ପିକ୍ସରେ ସାମିଲ୍ ହେଲା ଆଉ ଏକ କ୍ରୀଡ଼ା appeared first on Odisha Reporter.



from Odisha Reporter https://ift.tt/2Io51Tc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages