ଖଟ୍ଟର ସରକାର ଭାଙ୍ଗିବାକୁ ଖାପ୍ ପଞ୍ଚାୟତର ଚେତାବନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 1, 2020

ଖଟ୍ଟର ସରକାର ଭାଙ୍ଗିବାକୁ ଖାପ୍ ପଞ୍ଚାୟତର ଚେତାବନୀ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧୀ କରି ଚାଷୀଙ୍କ ଆନ୍ଦୋଳନ ଆଜି ସାତ ଦିନରେ ପହଞ୍ଚିଛି। ମଙ୍ଗଳବାର ଚାଷୀ ସଂଗଠନ ସହ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଆଲୋଚନା ବିଫଳ ହୋଇଛି। ଏହାରି ଭିତରେ ହରିଆଣାର ଖାପ୍ ପଞ୍ଚାୟତ ଆନ୍ଦୋଳନରତ ଚାଷୀଙ୍କୁ ସମର୍ଥନ କରିଛି। ଆଜି ଖାପ୍ ପଞ୍ଚାୟତର ସଦସ୍ୟ ଦିଲ୍ଲୀ ମୁହାଁ ହେବେ ବୋଲି ଜଣାପଡ଼ିଛି। ଏହାକୁ ନଜରରେ ରଖି ବିଭିନ୍ନ ସ୍ଥାନରେ ରାସ୍ତା ବନ୍ଦ କରାଯାଇଥିବା ସୂଚନା ରହିଛି। ତେଣେ ଆବଶ୍ୟକ ପଡ଼ିଲେ ହରିଆଣାର ଖଟ୍ଟର ସରକାରକୁ ଭାଙ୍ଗିଦେବାକୁ ଧମକ ଦେଇଛି ଏହି ପଞ୍ଚାୟତ।

ଖାପ୍ ପଞ୍ଚାୟତ ଦିଲ୍ଲୀ ଅଭିମୁଖେ ଆସିବ ବୋଲି ନିଷ୍ପତ୍ତି ନେବା ପରେ ହରିଆଣା ରାଜନୀତି ମଧ୍ୟ ସରଗରମ ହୋଇଛି। ହରିଆଣାର ଜିନ୍ଦରୁ ଖାପ ପଞ୍ଚାୟତ ସଦସ୍ୟ ଦିଲ୍ଲୀ ଆସୁଥିବା ସୂଚନା ରହିଛି। ମେଟାଓ୍ୱା ଜିଲ୍ଲାରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନରେ ଖାପ୍ ପଞ୍ଚାୟତର ସଦସ୍ୟ ସାମିଲେ ହେବା ବୋଲି ଜଣାପଡ଼ିଛି। ଆବଶ୍ୟକ ପଡ଼ିଲେ ଖାପ୍ ପଞ୍ଚାୟତ ଖଟ୍ଟର ସରକାର ପ୍ରତି ଥିବା ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର କରିବାକୁ ଚାପ ପକାଇବ ବୋଲି ଚେତାବନୀ ଦେଇଛି।

ଗତକାଲି ପ୍ରାୟ ୩୦ ଜଣ ଚାଷୀଙ୍କୁ ପୁଲିସ ଗିରଫ କରିଥିଲା। ଗୁରୁଗ୍ରାମରେ ପୁଲିସ ଏହି ଚାଷୀଙ୍କୁ ଅଟକ ରଖିଛି। ପୁଲିସ ଏବେ ଦିଲ୍ଲୀ-ନୋଏଡାର ସୀମାକୁ ବନ୍ଦ କରି ରଖିଥିବା କହିଛି।

The post ଖଟ୍ଟର ସରକାର ଭାଙ୍ଗିବାକୁ ଖାପ୍ ପଞ୍ଚାୟତର ଚେତାବନୀ appeared first on Odisha Reporter.



from Odisha Reporter https://ift.tt/3fZerRn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages