ମୁମ୍ୱାଇ : ଫିଲ୍ମ ଅଭିନେତା ତଥା ଭାରତୀୟ ଜନତା ପାର୍ଟିର ଗୁରୁଦାସପୁର ସାଂସଦ ସନ୍ନି ଦେଓଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ପଜିଟିଭ୍ ହେବା ନେଇ ମଙ୍ଗଳବାର ହିମାଚଳ ପ୍ରଦେଶ ସ୍ୱାସ୍ଥ୍ୟ ସଚିବ ଅମିତାଭ ଅବସ୍ତୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି ସନ୍ନି ଦେଓଲ୍ ଗତ କିଛିଦିନ ଧରି କୁଲ୍ଲୁରେ ରହୁଥିଲେ। କୁଲ୍ଲୁର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସୂଚନା ଅନୁସାରେ ସନ୍ନି ତାଙ୍କ ସାଙ୍ଗମାନଙ୍କ ସହିତ ମୁମ୍ୱାଇ ଯିବାକୁ ଯୋଜନା କରିଥିଲେ। ହେଲେ ଏହା ପୂର୍ବରୁ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା। ବର୍ତ୍ତମାନ ତାଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଅଭିନେତା ତଥା ସାଂସଦ ସନ୍ନି ଦେଓଲ ମୁମ୍ୱାଇରେ ଥିବା ସମୟରେ କାନ୍ଧର ସର୍ଜରୀ କରିଥିଲେ।
The post ସନ୍ନି ଦେଓଲଙ୍କୁ କରୋନା appeared first on Odisha Reporter.
from Odisha Reporter https://ift.tt/3lvX77I
No comments:
Post a Comment