ପ୍ରେମରେ ଧୋକା ଖାଇ କାନ୍ଦିଥିଲେ ସଲମାନ, ପାକିସ୍ତାନ ଅଭିନେତ୍ରୀଙ୍କୁ ବି କରିଥିଲେ ଡେଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 26, 2020

ପ୍ରେମରେ ଧୋକା ଖାଇ କାନ୍ଦିଥିଲେ ସଲମାନ, ପାକିସ୍ତାନ ଅଭିନେତ୍ରୀଙ୍କୁ ବି କରିଥିଲେ ଡେଟ୍

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାନ। ବୟସର ପାଞ୍ଚ ଦଶକ ପାର କରି ସାରିଲେଣି ସଲମାନ। ଆଜି ସେ ୫୫ ବର୍ଷ ବୟସରେ ପାଦ ରଖିଛନ୍ତି। ଏତେ ବୟସ ପରେ ବି ସେ ବି-ଟାଉନରେ ବେଶ ଆକ୍ଟିଭ। ଦବଙ୍ଗ ଖାନଙ୍କ ଅଭିନୟ ଜୀବନ ଯେତିକି ରୋଚକ ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ସେତିକି ରୋମାଞ୍ଚକର। ଏବେ ବି ତାଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଛି।

ନିଜ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚିତ ରହୁନ୍ତି ସଲମାନ, ତାଙ୍କ ଲଭ ଅଫେଆରକୁ ନେଇ ତା’ଠାରୁ ଅଧିକ ଲାଇମ ଲାଇଟରେ ରୁହନ୍ତି ସେ। ଅତୀତ ଜୀବନରେ ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ନାଁ ଯୋଡି ହୋଇଛି। ତେବେ ପ୍ରତିଥର ସଲାମନଙ୍କୁ ପ୍ରେମରେ ମିଳିଛି ଧୋକା। ପ୍ରେମ ସମ୍ପର୍କ ଭାଙ୍ଗିବା ପରେ ପ୍ରତିଥର କାନ୍ଦିଛନ୍ତି ଭାଇଜାନ। କିନ୍ତୁ ନିଜକୁ ସମ୍ଭାଳି ପୁଣିଥରେ ପ୍ରେମ କରି ବସନ୍ତି ସଲ୍ଲୁ ମିଆଁ । ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ଏପରିକି ସେ ପାକିସ୍ତାନ ଅଭିନେତ୍ରୀଙ୍କୁ ମଧ୍ୟ ଡେଟ କରିଛନ୍ତି।

ସଲମାନଙ୍କ ପ୍ରଥମ ପ୍ରେମିକା ଥିଲେ ଶାହିନ ଜାଫରୀ। ୧୯ ବର୍ଷ ବୟସରେ ପ୍ରଥମ କରି ଶାହିନଙ୍କୁ ଡେଟ କରିଥିଲେ ସଲମାନ। ତେବେ ଏହି ପ୍ରେମ ସମ୍ପର୍କ ଅଧିକ ଦିନ ତିଷ୍ଠି ପାରିନଥିଲା। ପରେ ଅଭିନେତ୍ରୀ ସଙ୍ଗୀତା ବିଜଲାନୀଙ୍କ ପ୍ରେମରେ ପଡିଥିଲେ ଭାଇଜାନ। ଦୁହିଁଙ୍କ ପ୍ରେମ ସମ୍ପର୍କ ବେଶ ନିବିଡ ଥିଲା। ଏପରିକି ବିବାହ ପାଇଁ କାର୍ଡ ମଧ୍ୟ ଛପି ଯାଇଥିଲା। ତେବେ ହଠାତ ସଙ୍ଗୀତା ସଲମାନଙ୍କ ଠାରୁ ଦୂରେଇ ଯାଇ ପୂର୍ବତନ କ୍ରିକେଟର ମହମ୍ମଦ ଆଜାରୁଦ୍ଦିନଙ୍କୁ ବିବାହ କରିନେଇଥିଲେ।

ଏହାପରେ ତାଙ୍କ ଜୀବନରେ ଏଣ୍ଟ୍ରି  କରିଥିଲେ ପାକିସ୍ତାନୀ ଅଭିନେତ୍ରୀ ସୋମି ଅଲ୍ଲି। ସଲମାନଙ୍କ ପ୍ରଥମ ଫିଲ୍ମ ଦେଖି ତାଙ୍କ ପ୍ରେମର ପାଗଳ ହୋଇଯାଇଥିଲେ ସୋମି। ରାତାରାତି ପାକିସ୍ତାନ ଛାଡି ସେ ଭାରତ ଚାଲି ଆସିଥିଲେ। ପରେ ସେ ସଲମାନଙ୍କ ସହ ଏକାଠି କାମ କରିଥିଲେ। ଦୁହେଁ ପରସ୍ପରକୁ ୮ ବର୍ଷ ଡେଟ କରିଥିଲେ। କିନ୍ତୁ ଦୁହିଁଙ୍କ ପ୍ରେମ ସମ୍ପର୍କ ଅଧିକ ଦିନ ତିଷ୍ଠି ପାରିନଥିଲା। ଝଗଡା ଯୋଗୁଁ ସୋମି ତାଙ୍କୁ ଛାଡି ପାକିସ୍ତାନ ଫେରିଯାଇଥିଲେ।  

ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟଙ୍କ ସହ ସଲମାନ ପ୍ରେମ ସମ୍ପର୍କ ଫିଲ୍ମ ‘ହମ ଦିଲ ଦେ ଚୁକେ ସନମ’ରୁ ନିବିଡ ହୋଇଥିଲା। ଦୁହିଁଙ୍କ ସମ୍ପର୍କକୁ ନେଇ ସଲମାନ ବେଶ ସିରିଅସ ଥିଲେ। କିନ୍ତୁ ୨୦୦୨ରେ ଦୁହିଁଙ୍କ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ସଲମାନଙ୍କ ଠାରୁ ମୁହଁ ଫେରାଇ ନେଇଥିଲେ ଐଶ୍ୱର୍ଯ୍ୟା । ଏହାପରେ ଭାଇଜାନଙ୍କ ଜୀବନରେ ଆସିଥିଲେ କ୍ୟାଟ୍ରିନା କୈଫ। ଦୁଇ ଜଣଙ୍କ ପ୍ରେମ ସମ୍ପର୍କକୁ ନେଇ ଇଣ୍ଡଷ୍ଟ୍ରିରେ ବେଶ ଚର୍ଚ୍ଚା ହୋଇଥିଲା। ଏପରିକି ସଲମାନଙ୍କ ପରିବାର ଲୋକେ କ୍ୟାଟ୍ରିନାକୁ ପସନ୍ଦ ମଧ୍ୟ କରୁଥିଲେ। ଦୁହେଁ ଏକାଠି ଅନେକ ଫିଲ୍ମରେ କାମ ମଧ୍ୟ କରିଛନ୍ତି । କିନ୍ତୁ ୨୦୧୦ ରେ ସଲମାନ-କ୍ୟାଟ୍ରିନାଙ୍କ ବ୍ରେକଅପ୍ ହୋଇଯାଇଥିଲା।

କ୍ୟାଟ୍ରିନାଙ୍କ ପରେ ଏବେ ଭାଇଜାନଙ୍କ ଜୀବନରେ ଅଛନ୍ତି ରୋମାନିଆ ମଡେଲ ଲୁଲିଆ ଭନ୍ତୁର। ସଲମାନ ତାଙ୍କୁ ଡେଟ କରୁଥିବା ଚର୍ଚ୍ଚା ହେଉଛି କିନ୍ତୁ ସଲମାନ ଏହାକୁ ଖଣ୍ଡନ କରିଛନ୍ତି। ଲୁଲୁଆ ତାଙ୍କର ଜଣେ ଭଲ ବନ୍ଧୁ ବୋଲି ସର୍ବଦା କୁହନ୍ତି।

The post ପ୍ରେମରେ ଧୋକା ଖାଇ କାନ୍ଦିଥିଲେ ସଲମାନ, ପାକିସ୍ତାନ ଅଭିନେତ୍ରୀଙ୍କୁ ବି କରିଥିଲେ ଡେଟ୍ appeared first on Odisha Reporter.



from Odisha Reporter https://ift.tt/3aLPTeq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages