ଟିଆରପି ସ୍କାମ: ଗିରଫ ହେଲେ ବାର୍କର ପୂର୍ବତନ ସିଇଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 24, 2020

ଟିଆରପି ସ୍କାମ: ଗିରଫ ହେଲେ ବାର୍କର ପୂର୍ବତନ ସିଇଓ

ମୁମ୍ବାଇ: ଟିଭି ରେଟିଂ ପଏଣ୍ଟ (ଟିଆରପି) ସ୍କାମରେ ମୁମ୍ବାଇ ପୁଲିସ ଗୁରୁବାର ବାର୍କର ପୂର୍ବତନ ସିଇଓ ପାର୍ଥ ଦାସ୍ତଗୁପ୍ତାଙ୍କୁ ଗିରଫ କରିଛି। ଟିଆରପି ସ୍କାମର ତଦନ୍ତ କରୁଥିବା ମୁମ୍ବାଇ ପୁଲିସ୍‌ ଏହି ଘଟଣାରେ ୧୫ ଜଣଙ୍କୁ ଗିରଫ କରି ସାରିଲାଣି। ଦାସଗୁପ୍ତାଙ୍କୁ ରାଇଗଡ଼ରୁ ଗିରଫ କରିବା ପରେ ପୁଲିସ୍‌ ତାଙ୍କୁ ଥାନାକୁ ଆଣିଥିଲା। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ।

ଗତ ସପ୍ତାହରେ ବାର୍କର ପୂର୍ବତନ ସିଓଓ ରୋମିଲ ରାମଗଡ଼ିଆଙ୍କୁ ମଧ୍ୟ ପୁଲିସ ମୁମ୍ବାଇରୁ ଗିରଫ କରିଥିଲା। ରୋମିଲ କିଛି ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲକୁ ସେମାନଙ୍କ ଟିଆରପି ବୃଦ୍ଧି କରି ଦେଖାଇବା ପାଇଁ ଗୁପ୍ତ ତଥ୍ୟ ଓ ସୂଚନା ଦେଇଥିବା ଅଭିଯୋଗ ହୋଇଥିଲା। ଜଣେ ପୁଲିସ୍‌ ଅଫିସର କହିଛନ୍ତି ଯେ ତଦନ୍ତକାରୀ ଅଧିକାରୀମାନେ ରୋମିଲ ଓ ARG Outlier Media Private Limitedର ନିର୍ଦ୍ଦେଶକ ଏବଂ ସିଇଓଙ୍କ ମଧ୍ୟରେ ହୋଇଥିବା ଟିଆରପି ସ୍କାମ ସମ୍ପର୍କିତ ହ୍ୱାଟସଆପ୍‌ ଚ୍ୟାଟ୍‌ ମଧ୍ୟ ଠାବ କରିଛନ୍ତି।

ARG Outlier Media Private Limitedର ମାଲିକାନାରେ ରିପବ୍ଲିକ ମିଡିଆ ନେଟୱର୍କ ରହିଛି। ଏହାର ସିଇଓ ବିକାଶ ଖାନଚନ୍ଦାନୀଙ୍କୁ ପୁଲିସ୍‌ ଗତ ମାସରେ ଗିରଫ କରିଥିଲା। ତେବେ ତାଙ୍କୁ ପରବର୍ତ୍ତୀ ଅବସ୍ଥାରେ ଜାମିନ ମିଳିଛି। ସେହିପରି ରିପବ୍ଲିକ ନେଟୱର୍କର ବିତରଣ ମୁଖ୍ୟ ଘନଶ୍ୟାମ ସିଂହ ବି ଗତ ମାସରେ ଗିରଫ ହୋଇଥିଲେ।

ଟିଆରପି ସ୍କାମରେ ମୁମ୍ବାଇ ପୁଲିସ୍‌ ଦାଖଲ କରିଥିବା ଚାର୍ଜଶିଟ୍‌ରେ ରିପବ୍ଲିକ ଟିଭର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ନାଁ ରହିଛି।

The post ଟିଆରପି ସ୍କାମ: ଗିରଫ ହେଲେ ବାର୍କର ପୂର୍ବତନ ସିଇଓ appeared first on Odisha Reporter.



from Odisha Reporter https://ift.tt/2WJdUdH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages