ବରଗଡ଼(ଓଡ଼ିଶା ରିପୋର୍ଟର ): ଶିକ୍ଷା ପାଇଁ ଯେ ବୟସ ବାଧକ ନୁହେଁ, କେବଳ ଦୃଢ ଇଚ୍ଛାଶକ୍ତି ଆବଶ୍ୟକ। ଏହାକୁ ସତ ପ୍ରମାଣିତ କରି ଉଦାହରଣ ସୃଷ୍ଟି କରିଛନ୍ତି ବରଗଡ଼ ଜିଲ୍ଲା ଅତାବିରାର ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଜୟକିଶୋର ପ୍ରଧାନ । ୬୪ ବର୍ଷ ବୟସ୍କ ଜୟକିଶୋର ଏବେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ।
୬୪ ବର୍ଷ ବୟସରେ ନିଟ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ସେ ବୁର୍ଲା ଭିମ୍ସାରରେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ଭାବେ ନାମ ଲେଖାଇଛନ୍ତି । ଏପରି ପରିଣତ ବୟସରେ ଜଣେ ଡାକ୍ତରୀ ଛାତ୍ର ଭାବେ ନାମ ଲେଖାଇବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଡାକ୍ତରୀ ଶିକ୍ଷା ଇତିହାସରେ ଏହା ଏକ ବିରଳ ଘଟଣା ବୋଲି ଭିମସାରର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ସେପଟେ କିଭଳି ଠିକ୍ ପାଠ ପଢି ଜଣେ ଉତ୍ତମ ଡାକ୍ତର ହୋଇ ବାହାରିବେ ଏବଂ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିପାରିବେ, ଏହା ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିବା କହିଛନ୍ତି ଜୟକିଶୋର।
The post ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଏବେ ଡାକ୍ତରୀ ଛାତ୍ର appeared first on Odisha Reporter.
from Odisha Reporter https://ift.tt/38DBwWR
No comments:
Post a Comment