ଫାଇଜର ଟିକା ନେଇ ଦୁଇ ଅସୁସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 9, 2020

ଫାଇଜର ଟିକା ନେଇ ଦୁଇ ଅସୁସ୍ଥ

ଲଣ୍ଡନ: ଫାଇଜର ଟିକା ନେଇ ଦୁଇ ଜଣ ଅସୁସ୍ଥ ହୋଇଛନ୍ତି। ଟିକା ନେବା ପରେ ତାଙ୍କ ଶରୀରରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଏ ନେଇ ବ୍ରିଟେନର ନ୍ୟାଶନାଲ ହେଲଥ ସର୍ଭିସେସ୍ ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ଆଲର୍ଜି ଥିବା ବ୍ୟକ୍ତି ଫାଇଜର ଟିକା ନେବାରୁ ନିବୃତ ରହିବା ଦରକାର ବୋଲି କୁହାଯାଇଛି। ଟିକା ନେଇ ଅସୁସ୍ଥ ହୋଇଥିବା ଦୁଇ ଜଣ ଏବେ ଧିରେ ଧିରେ ସୁସ୍ଥ ହେଉଛନ୍ତି ବୋଲି ଜଣାପଡ଼ିଛି।

ନ୍ୟାଶନାଲ ହେଲଥ ସର୍ଭିସେସର ମୁଖ୍ୟ ଷ୍ଟିଫେନ୍ ପୋଓ୍ୱିସ୍ କହିଛନ୍ତି, ପ୍ରଥମ ଦିନ ଫାଇଜର ଟିକା ନେବା ବେଳେ ଦୁଇ ଜଣଙ୍କ ଶରୀରରେ ଆଲର୍ଜି ବାହାରିଥିଲା। ତେଣୁ ଏଭଳି ନୂଆ ଗାଇଡ୍ ଲାଇନ୍ ଲୋକଙ୍କ ପାଇଁ ଜାରି ହୋଇଛି।

ଗତ ସପ୍ତାହରେ ମେଡିସିନ୍ ଆଣ୍ଡ ହେଲଥ କେୟାର ପ୍ରଡକ୍ଟ ରେଗୁଲେଟରୀ ଏଜେନ୍ସି (MHRA) ଜର୍ମାନୀର ବାୟୋ ଟେକ୍ ଏବଂ ବ୍ରିଟେନର ଫାଇଜରକୁ ଅନୁମତି ଦେଇଥିଲା। ଦୁଇ କମ୍ପାନୀ ମିଶି ଫାଇଜର ବାୟୋଟେକ ନାମରେ କରୋନା ଟିକା ବିକଶିତ କରିଛନ୍ତି। ଏହା ୯୫ ପ୍ରତିଶତ ସଫଳ ହେଉଛି ବୋଲି କମ୍ପାନୀ ଦାବି କରିଛି।

ଡିସେମ୍ୱର ୮ ତାରିଖ ଦିନ ବ୍ରିଟେନର ୯୦ ବର୍ଷ ବୃଦ୍ଧା ମାରଗାରେଟ୍ କିନନ୍ନଙ୍କୁ ପ୍ରଥମେ ଫାଇଜର ଟିକା ଦିଆଯାଇଛି। କ୍ଲିନିକାଲ୍ ଅନୁମୋଦନ ପରେ ଫାଇଜର କୋଭିଡ୍ ଟିକା ଗ୍ରହଣ କରିବାରେ ମାରଗାରେଟ୍ ଦୁନିଆର ପ୍ରଥମ ବ୍ୟକ୍ତି। ମାରଗାରେଟ୍ କିନନ୍ନ ଗତ ସପ୍ତାହରେ ୯୧ ବର୍ଷ ବୟସରେ ପାଦ ଥାପିଥିଲେ। ସେଣ୍ଟ୍ରାଲ ଇଂଲଣ୍ଡର ଥିବା ଏକ ସ୍ଥାନୀୟ ହସ୍ପିଟାଲରେ ସେ ଟିକା ନେଇଛନ୍ତି।

The post ଫାଇଜର ଟିକା ନେଇ ଦୁଇ ଅସୁସ୍ଥ appeared first on Odisha Reporter.



from Odisha Reporter https://ift.tt/39WyiQl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages