୧୩ ଦିନ ହେଲା ରାଜରାସ୍ତାରେ କରୋନା ଯୋଦ୍ଧା, ଶୁଣୁନି ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 9, 2020

୧୩ ଦିନ ହେଲା ରାଜରାସ୍ତାରେ କରୋନା ଯୋଦ୍ଧା, ଶୁଣୁନି ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସମୟରେ ଆଗ ଧାଡ଼ିର ଯୋଦ୍ଧା ସାଜିଥିବା ଏଏନ୍ଏମ୍‌ ଏବେ ରାଜରାସ୍ତାରେ। ଠିକା ନିଯୁକ୍ତି ପାଇ ବି ନିଜ ଜୀବନକୁ ବିପଦରେ ଠେଲି କରୋନା ରୋଗୀଙ୍କ ସେବା କରିଥିଲେ। କିନ୍ତୁ କରୋନାର କୋପ କମିବା ପରେ ସରକାର ସେମାନଙ୍କୁ ଛଟେଇ କରିଦେବାରୁ ସ୍ଥାୟୀ ନିଯୁକ୍ତି ଦାବିରେ ସେମାନେ ରାସ୍ତାକୁ ଓହ୍ଲାଇଥିଲେ। ଏହା ମଧ୍ୟରେ ୧୩ ଦିନ ହେବ ଥଣ୍ଡା କାକରରେ ସେମାନେ ରାଜରାସ୍ତାରେ ବସିଥିବା ବେଳେ ସରକାରଙ୍କ ନିଦ ଭାଙ୍ଗୁନି।

ଆନ୍ଦୋଳନରତ ଏଏନ୍ଏମ୍‌ଙ୍କ ମଧ୍ୟରୁ ୧୫ ଜଣ ଆମରଣ ଅନଶନରେ ବସିଥିବା ବେଳେ ଗତ ରାତିରେ ସେମାନଙ୍କ ମଧ୍ୟରୁ ୪ ଜଣ ଅସୁସ୍ଥ ହୋଇପଡ଼ିଥିଲେ।  କିନ୍ତୁ ସେମାନଙ୍କୁ ହସ୍ପିଟାଲ ନେବାର ବ୍ୟବସ୍ଥା କରାଗଲାନି।

ପ୍ରତିବାଦରେ ଧାରଣାରତ ଏଏନ୍ଏମ୍ ଗତ ସନ୍ଧ୍ୟାରୁ ଲୋୟର ପିଏମ୍‌ଜି ରାସ୍ତା ଅବରୋଧ କରିଛନ୍ତି। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

ସରକାର ବିନା ନୋଟିସରେ ଛଟେଇ କରିଦେଲେ। ବହୁ ଜଣଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିନି। ଆମକୁ କମ୍‌ ଦରମାରେ ହେଲେ ବି ରଖାଯାଉ। ସ୍ଥାୟୀ ନିଯୁକ୍ତି ଦିଆଯାଉ ବୋଲି ଦାବି କରିଛନ୍ତି ଧାରଣାରତ ଏଏନ୍‌ଏମ୍‌।

 

The post ୧୩ ଦିନ ହେଲା ରାଜରାସ୍ତାରେ କରୋନା ଯୋଦ୍ଧା, ଶୁଣୁନି ସରକାର appeared first on Odisha Reporter.



from Odisha Reporter https://ift.tt/3mYAeLT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages