କୂଅକୁ ଖସିପଡ଼ିଲା ଦ୍ରୁତଗାମୀ କାର୍‌, ଚାଲିଗଲା ୬ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 8, 2020

କୂଅକୁ ଖସିପଡ଼ିଲା ଦ୍ରୁତଗାମୀ କାର୍‌, ଚାଲିଗଲା ୬ ଜୀବନ

ଭୋପାଲ: ମଧ୍ୟପ୍ରଦେଶର ଛତ୍ରପୁରରେ ଆଜି ସକାଳୁ ଭୟଙ୍କର ଦୁର୍ଘଟଣା ଘଟିଛି। ଜିଲ୍ଲାର ମହାରାଜପୁର ଅଞ୍ଚଳରେ ଥିବା ରାସ୍ତା କଡ଼ କୂଅରେ ଗୋଟିଏ ଦ୍ରୁତଗାମୀ କାର୍‌ ଖସି ପଡ଼ିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଗୋଟିଏ ବାହାଘର ପାର୍ଟିରୁ କାର୍‌ରେ ୯ ଜଣ ଲୋକ ଫେରୁଥିଲେ। ବିଳମ୍ବିତ ରାତିରେ କାର୍‌ଟି ମହାରାଜପୁର ଅତିକ୍ରମ କରୁଥିବା ବେଳେ ହଠାତ୍‌ ଏହାର ଡ୍ରାଇଭର ଭାରସାମ୍ୟ ହରାଇଥିଲେ। ଫଳରେ କାର୍‌ଟି ସିଧା ରାସ୍ତା କଡ଼ରେ ଥିବା ଗୋଟିଏ ଖୋଲା କୂଅରେ ଖସି ପଡ଼ିଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ସ୍ଥାନୀୟ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତ ୩ ଜଣଙ୍କୁ କାର ମଧ୍ୟରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।

The post କୂଅକୁ ଖସିପଡ଼ିଲା ଦ୍ରୁତଗାମୀ କାର୍‌, ଚାଲିଗଲା ୬ ଜୀବନ appeared first on Odisha Reporter.



from Odisha Reporter https://ift.tt/3lZVNdM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages