ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ ଚାଲିଥିବା ଘମାସାନ ଭିତରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ୫ଟି ବିରୋଧୀ ଦଳର ନେତା। ଏହି ପ୍ରତନିଧି ମଣ୍ଡଳୀରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ଏନସିପିର ଶରଦ ପାୱାର, ସିପିଆଇ(ଏମ)ର ସୀତାରାମ ୟେଚୁରୀ, ସିପିଆଇର ଡି ରାଜା ଓ ଡିଏମକେର ଟିକେଏସ ଇଲାନଗୋଭାନ ରହିଛନ୍ତି। ଏମାନେ ରାଷ୍ଟ୍ରପତିଙ୍କ ସହ କୃଷି ଆଇନ ସମ୍ପର୍କରେ ଆଲୋଚନା କରିବେ ଓ ଏହାକୁ ଉଚ୍ଛେଦ କରିବାକୁ ଦାବି କରିବେ ବୋଲି ଜଣାପଡ଼ିଛି।
ରାଷ୍ଟ୍ରପତିଙ୍କୁ ଭେଟିବା ପୂର୍ବରୁ ପ୍ରଥମେ ଏହି ନେତାମାନେ ମଧ୍ୟାହ୍ନ ସମୟରେ ପରସ୍ପର ସହ ଆଲୋଚନା କରିବେ। ଏହାପରେ ସନ୍ଧ୍ୟା ୫ଟାରେ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତିଙ୍କୁ ଭେଟିବେ। ରାଷ୍ଟ୍ରପତିଙ୍କ ସହ ବୈଠକ ସମ୍ପର୍କରେ ୟେଚୁରୀ କହିଛନ୍ତି, “ରାଷ୍ଟ୍ରପତିଙ୍କୁ ଭେଟିବା ପୂର୍ବରୁ ଆମେ ୫ ଦଳର ନେତା ପରସ୍ପର ସହ ବୈଠକ କରି ରଣନୀତି ପ୍ରସ୍ତୁତ କରିବୁ।
ଆମେ ସମସ୍ତେ ବିରୋଧୀ ଦଳର ନେତାମାନଙ୍କ ସହ ଆଲୋଚନା କରି ଆଗାମୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନେଇଛୁ। କରୋନା କଟକଣା ଯୋଗୁ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଥିବା ସଦସ୍ୟଙ୍କ ସଂଖ୍ୟା ୫ରେ ସୀମିତ ରହିଛି। ତଥାପି ଆମେ ଅଧିକ ପ୍ରତିନିଧିଙ୍କୁ ସାମିଲ କରିବାକୁ ଯୋଜନା କରୁଛୁ।” ଡି ରାଜା ମଧ୍ୟ ବୁଧବାର ରାଷ୍ଟ୍ରପତିଙ୍କୁ ଭେଟୁଥିବା କଥା କହିଛନ୍ତି।
The post କୃଷି ଆଇନ: ରାଷ୍ଟ୍ରପତିଙ୍କୁ ଭେଟିବେ ରାହୁଲଙ୍କ ସମେତ ୫ ବିରୋଧୀ ଦଳର ନେତା appeared first on Odisha Reporter.
from Odisha Reporter https://ift.tt/3lYYz2T
No comments:
Post a Comment