ଏମ୍ସରେ ଭର୍ତ୍ତି ହେଲେ ପ୍ରଜ୍ଞା ଠାକୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 18, 2020

ଏମ୍ସରେ ଭର୍ତ୍ତି ହେଲେ ପ୍ରଜ୍ଞା ଠାକୁର

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ମଧ୍ୟପ୍ରଦେଶର ଭୋପାଳ ସାଂସଦ ତଥା ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାର ଅଭିଯୁକ୍ତ ପ୍ରଜ୍ଞା ସିଂ ଠାକୁର। ସେ ଏମ୍ସରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଆସିଥିଲେ। ହେଲେ ଡାକ୍ତର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ଅନ୍ୟପଟେ ଅସୁସ୍ଥତା କାରଣରୁ ଆଜି କୋର୍ଟରେ ହାଜର ହେବେନି।

ଏନଆଇଏର ଏକ ସ୍ୱତନ୍ତ୍ର କୋର୍ଟ ଏହି ବିଜେପି ସାଂସଦ ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଡିସେମ୍ବର ୩ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଠାକୁର ଏବଂ ଅନ୍ୟ ତିନି ଅଭିଯୁକ୍ତ ଉପସ୍ଥିତ ହୋଇନଥିଲେ। କେବଳ ତିନି ଅଭିଯୁକ୍ତ ବିଚାରପତିଙ୍କ ଆଗରେ ହାଜର ହୋଇଥିଲେ। ସେତେବେଳେ ହାଜର ହୋଇନଥିବା ତିନି ଅଭିଯୁକ୍ତ କୋର୍ଟଙ୍କୁ କହିଥିଲେ ଯେ କରୋନା ପାଇଁ ହାଜର ହୋଇ ପାରୁ ନାହାନ୍ତି। ଏହା ପରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ୧୯ ଡିସେମ୍ବରରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ମୁମ୍ବାଇ ଆସିବା ପୂର୍ବରୁ ପ୍ରଜ୍ଞା ଠାକୁର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଏମ୍ସରେ କରାଇଥିଲେ। ଆଉ ଏମ୍ସ ଡାକ୍ତର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି।

ସୂଚନାଯୋଗ୍ୟ, ୨୦୦୮ ମସିହା ସେପ୍ଟେମ୍ବର ୨୯ରେ ମୁମ୍ବାଇ ଠାରୁ ୨୦୦ କିଲୋମିଟର ଦୂରରେ ଥିବା ମାଲେଗାଓଁରେ ଏକ ମୋଟର ସାଇକେଲରେ ମସଜିଦ ନିକଟରେ ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ଛଅ ଜଣ ଲୋକ ଏବଂ ଶହେରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା।

The post ଏମ୍ସରେ ଭର୍ତ୍ତି ହେଲେ ପ୍ରଜ୍ଞା ଠାକୁର appeared first on Odisha Reporter.



from Odisha Reporter https://ift.tt/2Wxj4Ju

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages