ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପରୀ ହତ୍ୟା ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ମାମଲାରେ ୩ ଜଣଙ୍କୁ ଉଠାଇ ନେଇଛି SIT। ପରୀର ଗାଁ ଯଦୁପୁରରୁ ସରୋଜ ସେଠୀ, ତାଙ୍କ ମା’ ଓ ଭଉଣୀଙ୍କୁ ଉଠାଇ ନେଲା SIT ଟିମ୍ ।
ସରୋଜଙ୍କୁ ପୂର୍ବରୁ ୨ ଥର ଉଠାଇ ନେଇ ପଚରାଉଚରା କରିଥିବା SIT ଟିମ୍ ଆଜି ପୁଣି ମା’, ଭଉଣୀଙ୍କ ସହ ତାଙ୍କୁ ଉଠାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିବା ଜଣାଯାଇଛି। ପୂର୍ବରୁ ପଚରାଉଚରା ସମୟରେ SIT ଟିମ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ବେଳେ ତାଙ୍କୁ କିନ୍ତୁ ଫସାଇ ଦେବାକୁ ଉଦ୍ୟମ କରାଯାଉଥିବା ନେଇ ସଙ୍ଗୀନ ଅଭିଯୋଗ ଆଣିଥିଲେ ସରୋଜ। ଦୋଷ ମୁଣ୍ଡେଇବାକୁ ଅରୁଣ ବୋଥ୍ରା ତାଙ୍କୁ ୫ ଲକ୍ଷ ଯାଚିଥିବା ସେ ଗଣମାଧ୍ୟମ ସମ୍ମୁଖରେ ଖୋଲାଖୋଲି କହିଥିଲେ।
ସୂଚନାଯୋଗ୍ୟ, ନୟାଗଡ଼ ‘ପରୀ’ ହତ୍ୟା ମାମଲାରେ ଓଡ଼ିଶା ହାଇକୋର୍ଟରେ ଦାଖଲ ହୋଇଥିବା ପ୍ରାଥମିକ ରିପୋର୍ଟରେ ‘ପରୀ’କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଉଲ୍ଲେଖ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଥିଲା। ଏହି ରିପୋର୍ଟ ପ୍ରଘଟ ହେବାର ଦିନକ ପରେ SIT ମୁଖ୍ୟ ଆଇଜି ଅରୁଣ ବୋଥ୍ରାଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଥିଲେ ପରୀ ପରିବାରର ପଡ଼ୋଶୀ ସରୋଜ ସେଠୀ।
ସରୋଜ କହିଥିଲେ-“ନିଖୋଜ ହେବାର ପୂର୍ବଦିନ ପରୀ ଆମ ଘରକୁ ଆସିଥିବାରୁ ମୋତେ ସନ୍ଦେହ କରୁଛନ୍ତି। ସେଥିପାଇଁ ମୋ ରକ୍ତ, ଲାଳ ଓ ପ୍ୟାଣ୍ଟସାର୍ଟ ନମୁନା ନେଇଛନ୍ତି। ଦୋଷ ମାନିବାକୁ ଅରୁଣ ବୋଥ୍ରା ସାର୍ ମୋତେ ୫ ଲକ୍ଷ ଯାଚିଛନ୍ତି। ତୋତେ ୧୮ ବର୍ଷ, ଆମେ ୧୭ ଦେଖାଇବୁ, ତୁ ରାଜି ହେଇଯା ବୋଲି ବୋଥ୍ରା କହିଛନ୍ତି।”
ମୁଁ ନିର୍ଦ୍ଦୋଷ, ମୁଁ କିଛି ଜାଣିନି । ମୋର ବା ପରିବାରର କିଛି ହେଲେ ଅରୁଣ ବୋଥ୍ରା ଦାୟୀ ରହିବେ ବୋଲି କହିଥିଲେ ସରୋଜ।
୪ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିର ହାତ ଥିବା ‘ପରୀ’ର ବାପା-ମାଆ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ‘ପରୀ’ର ବାପା-ମାଆଙ୍କୁ ନାନା ହଇରାଣ କରୁଥିଲା। ଅଭିଯୁକ୍ତଙ୍କୁ ଗିରଫ କରୁନଥିଲା। ଅନ୍ୟପକ୍ଷରେ ପୁଲିସ୍ ଅଧିକାରୀ ଘରେ ପଶି ତାଙ୍କୁ ମାଡ଼ ମାରିଥିବା ପରୀଙ୍କ ମାଆ ଅଭିଯୋଗ କରିଥିଲେ।
ପୁଲିସ ପ୍ରଶାସନଠାରୁ ନିରାଶ ହେବା ପରେ ‘ପରୀ’ର ବାପା-ମାଆ ଭୁବନେଶ୍ୱର ଚାଲି ଆସିଥିଲେ। ସେମାନେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଧମକ ଦେଇଥିଲେ। ତମ୍ୱି ତୋଫାନ୍ ପରେ ରାଜ୍ୟ ସରକାର ଏସ୍ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏବେ ଏହି ମାମଲାର ଏସ୍ଆଇଟି ତଦନ୍ତ ଚାଲିଛି।
The post ପରୀ ଗାଁରୁ ୩ ଜଣଙ୍କୁ ଉଠାଇ ନେଲା SIT appeared first on Odisha Reporter.
from Odisha Reporter https://ift.tt/2WxjbVq
No comments:
Post a Comment