ପାଣି ପିଇବାକୁ ଯାଇଥିଲା ଚିତା, ଝାମ୍ଫି ନେଲା କୁମ୍ଭୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 24, 2020

ପାଣି ପିଇବାକୁ ଯାଇଥିଲା ଚିତା, ଝାମ୍ଫି ନେଲା କୁମ୍ଭୀର

ଜୋହାନ୍ସବର୍ଗ: ଶିକାରୀ ବନିଛି ଶିକାର। ପାଣି ପିଇବାକୁ ଉଦ୍ୟମ କଲା ବେଳେ ଗୋଟିଏ ଚିତା ବାଘକୁ ଝାମ୍ଫି ନେଇଛି ବିଶାଳକାୟ କୁମ୍ଭୀର। ପୂରା ଘଟଣା ଭିଡିଓ ମଧ୍ୟ କ୍ୟାମେରାରେ କଏଦ ହୋଇଛି। ୧୩ ଫୁଟ ଲମ୍ବର କୁମ୍ଭୀରଟି ଚିତାକୁ ପାଣି ଭିତରକୁ ନେବା ବେଳର ଦୃଶ୍ୟକୁ ଦକ୍ଷିଣ ଆଫ୍ରିକା ୱାଇଲ୍ଡ ଆର୍ଥ ସଫାରୀର ଗାଇଡ୍‌ ବୁସାନି ମୁଚାଲି ନିଜ କ୍ୟାମେରରେ କଏଦ କରିଛନ୍ତି।

ଏହି ଘଟଣାଟି ଦକ୍ଷିଣ ଆଫ୍ରିକାର &Beyond Phinda Private Game Reserveରେ ଘଟିଥିବା ଡେଲିମେଲ୍‌ରେ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, ଚିତାଟି ପାଣି ପିଇବା ପାଇଁ ନିକଟରେ ଥିବା ଗଡ଼ିଆକୁ ଯାଇଥିଲା।

ତେବେ ଏଠାରେ ଯେ ଶିକାର ପାଇଁ ଗୋଟିଏ ୧୩ ଫୁଟିଆ କୁମ୍ଭୀର ଛକି ରହିଛି, ସେ ବିଷୟରେ ତାକୁ ଆଦୌ ଜଣା ନଥିଲା। ସେ ପାଣି ପିଇବାକୁ କୂଳରେ ପହଞ୍ଚି ମୁହଁ ବଢ଼ାଇବା କ୍ଷଣି ଫିଲ୍ମ ଷ୍ଟାଇଲରେ କୁମ୍ଭୀରଟି ତା’ ବେକକୁ ଧରି ପକାଇଥିଲା। ଚିତାଟି ଖସିବାକୁ ଉଦ୍ୟମ କରିଥିଲେ ହେଁ ପାଣିର ରାଜା କୁମ୍ଭୀର ଆଗରେ ହାର ମାନିଥିଲା। କୁମ୍ଭୀରଟି ସିଧା ଚିତାକୁ ପାଣି ମଧ୍ୟକୁ ଟାଣି ନେଇ ତା’ର ଶିକାର କରିଥିଲା।

ଉକ୍ତ କଅଁଳ ଚିତା ପଛରେ ତା’ର ସହଯୋଗୀ ମଧ୍ୟ ରହିଥିଲା। ହେଲେ ସେ ଘଟଣା ପରେ କେବଳ ଆଶ୍ଚର୍ଯ୍ୟ ହୋଇ ପାଣିକୁ ଚାହିଁ ରହିଥିଲା। ନିଜ ବନ୍ଧୁକୁ ହରାଇ ସେ ଶେଷରେ ପଛକୁ ଫେରି ଯାଇଥିଲା।

The post ପାଣି ପିଇବାକୁ ଯାଇଥିଲା ଚିତା, ଝାମ୍ଫି ନେଲା କୁମ୍ଭୀର appeared first on Odisha Reporter.



from Odisha Reporter https://ift.tt/37KTxTE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages