ଆଡିଲେଡ୍: ଭାରତ-ଅଷ୍ଟ୍ରେଲିଆ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍ ଆଡିଲେଡ୍ରେ ଖେଳା ଯାଉଥିବା ବେଳେ ପ୍ରଥମ ଓଭରରେ ଭାରତକୁ ଝଟକା ଲାଗିଛି। ଓପନର ପୃଥ୍ୱୀ ଶ’ କୌଣସି ରନ୍ ନ କରି ଆଉଟ୍ ହୋଇଯାଇଛନ୍ତି। ପ୍ରଥମ ଓଭରର ଦ୍ୱିତୀୟ ବଲ୍ରେ ମିଚେଲ୍ ଷ୍ଟାର୍କଙ୍କ ବଲ୍ରେ ସେ ବୋଲ୍ଡ ହୋଇଥିଲେ।
ଶ’ ଆଉଟ୍ ହେବା ପରେ ‘ଟେଷ୍ଟ୍ ସ୍ପେଶାଲିଷ୍ଟ୍’ କୁହାଯାଉଥିବା ଚେତେଶ୍ୱର ପୂଜାରା ବ୍ୟାଟିଂ କରିବାକୁ ଆସିଛନ୍ତି। ପୃଥ୍ୱୀ ଶ’ଙ୍କ ସହିତ ମ୍ୟାଚ୍ ଓପନ୍ କରିବାକୁ ଆସିଥିବା ମୟଙ୍କ ଅଗ୍ରୱାଲ୍ କ୍ରିଜ୍ରେ ଅଛନ୍ତି।
ଖବର ଲେଖାଯିବା ସୁଦ୍ଧା ଭାରତ ୬ ଓଭରରେ ଗୋଟିଏ ୱିକେଟ୍ ହରାଇ ୭ ରନ୍ କରିଥିଲା। ଚେତେଶ୍ୱର ୨୦ଟି ବଲ୍ରୁ ୨ ରନ୍ କରିଥିବା ବେଳେ ମୟଙ୍କ ୧୪ଟି ବଲ୍ରୁ ୫ ରନ୍ କରି କ୍ରିଜ୍ରେ ଅଛନ୍ତି।
ସୂଚନାଯୋଗ୍ୟ, ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ମ୍ୟାଚ୍ ପାଇଁ ଟିମ୍ରେ ଶ’, ମୟଙ୍କ ଓ ଚେତେଶ୍ୱରଙ୍କ ସହିତ ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଦ୍ଧିମାନ ସାହା, ରବିଚନ୍ଦ୍ରନ ଅଶ୍ୱିନ, ଉମେଶ ଯାଦବ, ମହମ୍ମଦ ଶାମି ଓ ଯଶପ୍ରୀତ୍ ବୁମ୍ରା ସାମିଲ ହୋଇଛନ୍ତି।
The post ପ୍ରଥମ ଓଭରରେ ଭାରତକୁ ଝଟକା, ଶ’ ଶୂନରେ ଆଉଟ୍ appeared first on Odisha Reporter.
from Odisha Reporter https://ift.tt/2Kbgs1y
No comments:
Post a Comment