ସେନ ୱାର୍ଣ୍ଣଙ୍କ ବଡ଼ ବୟାନ: ମେଲବର୍ଣ୍ଣରେ ମାଟି କାମୁଡ଼ିବ ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 24, 2020

ସେନ ୱାର୍ଣ୍ଣଙ୍କ ବଡ଼ ବୟାନ: ମେଲବର୍ଣ୍ଣରେ ମାଟି କାମୁଡ଼ିବ ଭାରତ

ମେଲବର୍ଣ୍ଣ: ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବ ବକ୍ସିଂ ଡେ’ ଟେଷ୍ଟ। ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ଠାରୁ ଶୋଚନୀୟ ପରାଜୟବରଣ କରିଥିବା ଟିମ୍‌ ଇଣ୍ଡିଆ ବିରାଟ କୋହଲିଙ୍କ ବିନା ପଡ଼ିଆକୁ ଓହ୍ଲାଇବ। ବିରାଟଙ୍କ ବଦଳରେ ଅଜିଙ୍କ୍ୟ ରାହଣେ ଦଳର ନେତୃତ୍ୱ ନେବେ।

ଦଳ ଏହି ମ୍ୟାଚ୍‌ ଜିତି ସିରିଜ୍‌କୁ କମବ୍ୟାକ କରିବାକୁ ଲକ୍ଷ୍ୟ ରଖିଥିଲେ ହେଁ ମହାନ କିମ୍ବଦନ୍ତୀ ସ୍ପିନର ସେନ ୱାର୍ଣ୍ଣ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଆଡିଲେଡ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ଟିମ୍ ଇଣ୍ଡିଆ ବ୍ୟାକଫୁଟରେ ରହିଛି। ବକ୍ସିଂ ଡେ ଟେଷ୍ଟରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ। ସ୍ଥିତି ଏପରି ହେବ ଯେ ଅଷ୍ଟ୍ରେଲିଆ କାଲିର ମ୍ୟାଚରେ ଭାରତରକୁ ଧୂଳି ଚଟାଇ ଦେବ। ମେଲବର୍ଣ୍ଣରେ ଭାରତ ମାଟି କାମୁଡ଼ିବ ବୋଲି ସେ ଆକଳନ କରିଛନ୍ତି।

ଆଡିଲେଡ୍ ମ୍ୟାଚରେ ଭାରତ ତା’ ଟେଷ୍ଟ ଇତିହାସର ସର୍ବନିମ୍ନ ସ୍କୋର କରିଥିଲା। ଦଳ ମାତ୍ର ୩୬ ରନରେ ଅଟକି ଯିବାରୁ ଅଷ୍ଟ୍ରେଲିଆ ମାତ୍ର ଅଢ଼େଇ ଦିନରେ ମ୍ୟାଚକୁ ୮ ୱିକେଟରେ ଜିତି ନେଇଥିଲା।

ୱାର୍ଣ୍ଣ ଫକ୍ସ କ୍ରିକେଟକୁ କହିଛନ୍ତି, ମୁଁ ଭାବୁଛି ଅଷ୍ଟ୍ରେଲିଆ ଦଳ ଟିମ ଇଣ୍ଡିଆକୁ ସଂପୂର୍ଣ୍ଣ ଭାବେ ପଛରେ ପକାଇ ଦେବ। ସ୍ଥିତି ଏପରି ହେବ ଯେ ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ଦଳ ଭାରତର ଧଜିଆ ଉଡ଼ାଇ ଦେବ। ତଥାପି ସେମାନଙ୍କ ପାଖରେ କେଏଲ୍ ରାହୁଲଙ୍କ ଭଳି କ୍ଲାସ ଖେଳାଳି ଅଛନ୍ତି।

ଯୁବ ଖେଳାଳି ଶୁବମନ ଗିଲ୍ ମଧ୍ୟ କାଲିର ମ୍ୟାଚ୍ ଖେଳିବେ। ଅଜିଙ୍କ୍ୟ ରାହାଣେ ଜଣେ ମହାନ ଖେଳାଳି। ସେହିପରି ଚେତେଶ୍ୱର ପୂଜାରା କ’ଣ କରିପାରନ୍ତି, ସେ ବିଷୟରେ ମଧ୍ୟ ସମସ୍ତେ ଜାଣିଛନ୍ତି। ତେବେ ଆହତ କାରଣରୁ ମହମ୍ମଦ ଶାମି ବାଦ୍ ପଡ଼ିବା ଭାରତ ପାଇଁ ଶକ୍ତ ଝଟକା। ତାଙ୍କୁ ମେଲବର୍ଣ୍ଣର ପିଚ୍ ବେଶ ସୁହାଇ ଥାଆନ୍ତା। ହେଲେ ଏବେ ଆଉ କିଛି କରାଯାଇ ପାରିବ ନାହିଁ।

ପ୍ରଥମ ମ୍ୟାଚରେ ଭାରତୀୟ ବ୍ୟାଟସମ୍ୟାନ ଖରାପ ପ୍ରଦର୍ଶନ କରି ନଥିଲେ। ବରଂ ଅଷ୍ଟ୍ରେଲିଆ ବୋଲରମାନେ ଚମତ୍କାର ବୋଲିଂ କରିଥିଲେ। ଦୀର୍ଘ ଦିନ ହେଲା ପ୍ୟାଟ୍ କମିନ୍ସ, ଜୋଶ ହେଜେଲଉଡ୍, ମିଚେଲ୍ ଷ୍ଟାର୍କ ଓ ନେଥନ ଲାୟନ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଏମାନଙ୍କର ବୋଲିଂ ବେଶ ଆକର୍ଷଣୀୟ। ଏହି ୪ ଜଣଙ୍କ ସହ ଗ୍ରୀନ ମଧ୍ୟ ରହିଛନ୍ତି।

ଏହି କମ୍ବିନେସନ ଭାରତୀୟ ବ୍ୟାଟିଂ ଲାଇନଅପକୁ ଛିନଛତ୍ର କରିବାକୁ ସକ୍ଷମ। ମହାନ ବୋଲର ହେବାକୁ କମିନ୍ସ, ହେଜେଲଉଡ୍, ଷ୍ଟାର୍କ ଓ ଲାୟନଙ୍କ ପାଖରେ କ୍ଷମତା ରହିଛି। ଯଦି ସେମାନେ ଆସନ୍ତା ଚାରି କିମ୍ବା ପାଞ୍ଚ ବର୍ଷ ଏପରି ଖେଳ ଜାରି ରଖିବେ, ତା’ହେଲେ ସେମାନେ ଅଷ୍ଟ୍ରେଲିଆର ସର୍ବଶ୍ରେଷ୍ଠ ବୋଲିଂ ଆଟାକ କମ୍ବିନେସନ ଭାବେ ନିଜର ପରିଚୟ ହାସଲ କରିପାରିବେ। ତେଣୁ ଆସନ୍ତାକାଲି ମ୍ୟାଚରେ ଅଷ୍ଟ୍ରେଲିଆ ବୋଲିଂ ଆଟାକ ପୁଣିଥରେ କମାଲ କରିବେ ବୋଲି ସେ ଦମ୍ଭୋକ୍ତି କରିଛନ୍ତି।

The post ସେନ ୱାର୍ଣ୍ଣଙ୍କ ବଡ଼ ବୟାନ: ମେଲବର୍ଣ୍ଣରେ ମାଟି କାମୁଡ଼ିବ ଭାରତ appeared first on Odisha Reporter.



from Odisha Reporter https://ift.tt/3hkPNvw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages