ଆଉ ଗୋଟିଏ ଦେଶରେ ଆରମ୍ଭ ହେଲା ଟିକାକରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 24, 2020

ଆଉ ଗୋଟିଏ ଦେଶରେ ଆରମ୍ଭ ହେଲା ଟିକାକରଣ

ମେକ୍ସିକୋ ସିଟି: ବ୍ରିଟେନ ଓ ଆମେରିକା ପରେ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକାକୁ ବ୍ୟବହାର ପାଇଁ ଅନୁମତି ଦେଇଛି ମେକ୍ସିକୋ। ଅନୁମତି ମିଳିବା ପରେ ଦେଶରେ ଟିକାର ପ୍ରଥମ ଡୋଜ୍‌ ମେକ୍ସିକୋ ସିଟିରେ ଜଣେ ମହିଳା ନର୍ସଙ୍କୁ ଦିଆଯାଇଛି। ସେ ଲାଟିନ ଆମେରିକାର ପ୍ରଥମ ମହିଳା ଭାବେ ଏହି ଟିକା ନେଇଛନ୍ତି।

ମେକ୍ସିକୋ ଫାଇଜର-ବାୟୋନଟେକ୍‌ ଟିକାର ୩ ହଜାର ଡୋଜ୍‌ ବିଭିନ୍ନ ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ଲୋକଙ୍କୁ ପ୍ରଦାନ କରିବ। ପ୍ରଥମ ଦିନରେ ଟିକାକରଣ ବେଳର ଦୃଶ୍ୟକୁ ସିଧାପ୍ରସରଣ କରାଯାଇଥିଲା। ଏହି ସମୟରେ ୫୯ ବର୍ଷୀୟ ମାରିଆ ଇରେନେ ରାମିରେଜ ସର୍ବସମ୍ମୁଖରେ ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ଟିକାକରଣ ବେଳେ ମିଲିଟାରୀ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ମିଲାଟାରୀ ଅଧିକାରୀଙ୍କ ତତ୍ତ୍ୱାବଧାନରେ ହିଁ ମେକ୍ସିରେ ଟିକାକରଣ କରାଯାଉଛି।

ଟିକାକରଣ ପରେ ମାରିଆ କହିଛନ୍ତି, “୨୦୨୦ରେ ମୁଁ ସବୁଠାରର ବଡ଼ ଉପହାର ଭାବେ ଟିକା ନେଇଛି। ସତ କଥା ହେଲା ଆମେ ସମସ୍ତେ ଟିକାର ପ୍ରଭାବକୁ ନେଇ ଚିନ୍ତା ଓ ଭୟଭୀତ ରହିଛୁ। ହେଲେ ଯୁଦ୍ଧ କରିବା ପାଇଁ କାହାକୁ ତ ଆଗକୁ ଆସିବାକୁ ପଡ଼ିବ। ମୁଁ ଏଥିପାଇଁ ପ୍ରଥମେ ଟିକା ନେଇଛି।”

ମେକ୍ସିକୋ ବର୍ତ୍ତମାନ ୩ ହଜାର ଡୋଜ୍‌ ଟିକା ପାଇଥିବା ବେଳେ ମଙ୍ଗଳବାର ସୁଦ୍ଧା ଆଉ ୫୩ ହଜାର ଡୋଜ୍‌ ପାଇବ। ଜାନୁଆରୀ ଶେଷ ସୁଦ୍ଧା ଦେଶ ପାଖରେ ୧.୪ ମିଲିୟନ ଡୋଜ ଓ ୨୦୨୧ର ମଧ୍ୟଭାଗ ସୁଦ୍ଧା ୧୧.୭୫ ମିଲିୟନ ଡୋଜ୍‌ ଫାଇଜର ଟିକା ହାସଲ କରିବାକୁ ମେକ୍ସିକୋ ଲକ୍ଷ୍ୟ ରଖିଛି।

The post ଆଉ ଗୋଟିଏ ଦେଶରେ ଆରମ୍ଭ ହେଲା ଟିକାକରଣ appeared first on Odisha Reporter.



from Odisha Reporter https://ift.tt/34KZ1Me

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages