ପଇସାପତ୍ର ନାହିଁ, ଅଟୋ ବିକିଦେବେ ‘ପରୀ’ର ବାପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 7, 2020

ପଇସାପତ୍ର ନାହିଁ, ଅଟୋ ବିକିଦେବେ ‘ପରୀ’ର ବାପା

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ର କୁନି ଝିଅ ‘ପରୀ’ ବାପା ଅଶୋକ ସାହୁ ଜଣେ ଅଟୋଚାଳକ। ଅଟୋ ଗଡ଼ିଲେ ପରିବାର ରଥ ଗଡ଼ୁଥିଲା। କହିବାକୁ ଗଲେ ଅଟୋ ଥିଲା ତାଙ୍କର ଏକମାତ୍ର ରୋଜଗାରର ଉତ୍ସ। ଏବେ ସେହି ଅଟୋକୁ ବିକ୍ରି କରିବେ ଅଶୋକ। ଝିଅ ‘ପରୀ’ ହତ୍ୟା ପରେ ଦୀର୍ଘ ସାଢ଼େ ୪ ମାସର ଲମ୍ବା ଲଢେଇରେ ତାଙ୍କୁ ମିଳିନି ନ୍ୟାୟ। ଏପରି ସମୟରେ ଚଳିବା ପାଇଁ ପାଖରେ ପଇସା ମଧ୍ୟ ନାହିଁ। ସେପଟେ ଦୁର୍ବୃତ୍ତମାନେ ଅଟୋଟିକୁ ଭଙ୍ଗି ଦେଇଛନ୍ତି। ତାକୁ ମରାମତି କରି ଚଳାଇବା ପାଇଁ ପାଖରେ ସମ୍ବଳ ନାହିଁ ବୋଲି ଅଶୋକ କହିଛନ୍ତି।

୪ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିର ହାତ ଥିବା ‘ପରୀ’ର ବାପା-ମାଆ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ‘ପରୀ’ର ବାପା-ମାଆଙ୍କୁ ନାନା ହଇରାଣ କରୁଥିଲା। ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରୁନଥିଲା। ପୁଲିସ ପ୍ରଶାସନଠାରୁ ନିରାଶ ହେବା ପରେ ‘ପରୀ’ର ବାପା-ମାଆ ଭୁବନେଶ୍ୱର ଚାଲି ଆସିଥିଲେ। ସେମାନେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଧମକ ଦେଇଥିଲେ। ତମ୍ୱି ତୋଫାନ୍‌ ପରେ ରାଜ୍ୟ ସରକାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏବେ ଏହି ମାମଲାର ଏସ୍‌ଆଇଟି ତଦନ୍ତ ଚାଳାଇଛି।

ସେପଟେ ଏହି ମାମଲାରେ ଏନସିପିସିଆର୍ ଅଧ୍ୟକ୍ଷ ପ୍ରିୟାଙ୍କ କାନୁନଗୋଙ୍କୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରିଥିଲେ। ଓଡ଼ିଶା ତଦନ୍ତର ଅଗ୍ରଗତି ସହ କିଛି ଦସ୍ତାବିଜ ୧୦ ଦିନ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୀଡ଼ିତାର ବୟସ ପ୍ରମାଣପତ୍ର, ଏତଲା କପି, ଶବ ବ୍ୟବଚ୍ଛେଦ‌ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏନ୍‌ସିପିସିଆର।

The post ପଇସାପତ୍ର ନାହିଁ, ଅଟୋ ବିକିଦେବେ ‘ପରୀ’ର ବାପା appeared first on Odisha Reporter.



from Odisha Reporter https://ift.tt/2JYABrl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages