ମାଲକାନଗିରି (ଜିତେନ୍ଦ୍ର ବେଉରା): ଛତିଶଗଡ ସୁରକ୍ଷାବଳକୁ ମିଳିଲା ବଡ ସଫଳତା। ଯବାନଙ୍କ ଗୁଳିରେ ଟଳିଲେ ୨ ହାର୍ଡକୋର ମାଓବାଦୀ। ଓଡ଼ିଶା ମାଲକାନଗିରି ସୀମାନ୍ତ ଛତିଶଗଡ ଦାନ୍ତେୱାଡା କାଲୋପଲ ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବା ଖବର ପାଇ କମ୍ବିଂ ଅପରେସନ କରିଥିଲେ ଯବାନ। ଏହି ସମୟରେ ପୁଲିସ ଉପରକୁ ମାଓବାଦୀମାନେ ଆଖିବୁଜା ଗୁଳିମାଡ କରିଥିଲେ। ଯବାନମାନେ ମଧ୍ୟ ଏହାର ପାଲଟ ଜବାବରେ ଗୁଳି ଚଳାଇଥିଲେ। ଯବାନଙ୍କ ଗୁଳିରେ ୨ ୱାଣ୍ଟେଡ ମହିଳା ମାଓବାଦୀ ଇଜେ ମରକୋମ୍ ଓ ମାଲାଙ୍ଗିରିଙ୍କ ମୃତ୍ୟୁ ହୋଇଛି।
ଇଜେ ନାଁରେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ବେଳେ ମଲାଙ୍ଗିରି ଏରିଆ କମିଟି ମାଓ ସଙ୍ଗଠନର ସଦସ୍ୟ ଥିଲେ । ତେବେ ଏହି ଏନକାଉଣ୍ଟର ବେଳେ ଅନ୍ୟ କିଛି ଦୁର୍ଦ୍ଦାନ୍ତ ମାଓବାଦୀ ଖସି ପଲାଇଛନ୍ତି। କିଛି କ୍ୟାଡର୍ ମାଓବାଦୀ ବି ଘଟଣାସ୍ଥଳରୁ ଚମ୍ପଟ୍ ମାରିବାରେ ସଫଳ ହୋଇଛନ୍ତି।
ଏହି ମାଓ ଅପରେସନ୍ ପରେ ଘଟଣାସ୍ଥଳରୁ ୨ଟି ବନ୍ଧୁକ ସସେତ ବ୍ୟାପକ ପରିମାଣର ମାରଣାସ୍ତ୍ର, ମାଓ ସାମଗ୍ରୀ ଜବତ ହୋଇଛି। ଏନକାଉଣ୍ଟର ପରେ ପୁରା ଅଞ୍ଚଳରେ ଏବେ କମ୍ବିଂକୁ ଜୋରଦାର କରାଯାଇଛି। ମାଓବାଦୀ ମାନେ କିଛି ବଡ଼ ଧରଣର ଷଡଯନ୍ତ୍ର କରିବା ନେଇ ଯବାନଙ୍କ ପାଖରେ ସୂଚନା ମିଳିଥିଲା। ଏହାପରେ ଯବାନମାନେ କମ୍ବିଂ ଅପରେସନ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି।
The post ଯବାନଙ୍କ ଗୁଳିରେ ଟଳିଲେ ୨ ହାର୍ଡକୋର ମାଓବାଦୀ appeared first on Odisha Reporter.
from Odisha Reporter https://ift.tt/3hrggHJ
No comments:
Post a Comment