ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନ ପରିଷଦର ଉପବାଚସ୍ପତି ଏସଏଲ୍ ଧର୍ମେଗୌଡ଼ାଙ୍କ ମୃତଦେହ ରେଲୱେ ଟ୍ରାକରୁ ମିଳିଛି। ତାଙ୍କ ମୃତଦେହ ନିକଟରୁ ପୁଲିସ୍ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ। କିନ୍ତୁ ମୃତଦେହ ପାଖରୁ ସୁଇସାଇଡ୍ ନୋଟ ମିଳିବା ସ୍ପଷ୍ଟ କରୁଛି ଯେ ଧର୍ମେଗୌଡ଼ା ଆତ୍ମହତ୍ୟା କରିଛନ୍ତି। ଯଦି ସେ ଆତ୍ମହତ୍ୟା କରିଛନ୍ତି, ତାହେଲେ ଏହା ପଛର କାରଣ ଖୋଜୁଛି ପୁଲିସ୍।
ଗତକାଲି ବିଳମ୍ବିତ ରାତିରେ ଧର୍ମେଗୌଡ଼ା ଘରୁ କେଉଁଆଡ଼େ ପଳାଇଥିଲେ। ଯାହାକୁ ପରିବାର ଲୋକେ ବହୁତ ଚିନ୍ତାରେ ଥିଲେ। ତେବେ ରାତି ପ୍ରାୟ ୨ଟା ବେଳେ ତାଙ୍କର ମୃତଦେହ ରେଲୱେ ଟ୍ରାକ୍ରୁ ମିଳିଥିଲା। ଧର୍ମେଗୌଡ଼ାଙ୍କ ମୃତ୍ୟୁ ବିରୋଧୀ ଜେଡିଏସ୍ ପାଇଁ ଶକ୍ତ ଝଟ୍କା। ତାଙ୍କ ମୃତ୍ୟକୁ ନେଇ ଜେଡିଏସ୍ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା ଶୋକ ପ୍ରକାଶ କରିଛନ୍ତି। ଧର୍ମେଗୌଡ଼ା ଜଣେ ଶାନ୍ତ ସ୍ୱଭାବର ବ୍ୟକ୍ତି ଥିଲେ ଓ ଦଳ ପ୍ରତି ନିଷ୍ଠାବାନ୍ ଥିଲେ ବୋଲି ଦେବେଗୌଡ଼ା କହିଛନ୍ତି।
କିଛିଦିନ ପୂର୍ବରୁ କର୍ଣ୍ଣାଟକ ବିଧାନ ପରିଷଦରେ କଂଗ୍ରେସ ନେତାମାନେ ଧର୍ମେଗୌଡ଼ାଙ୍କ ସହ ଦୁର୍ବ୍ୟବହାର କରିଥିଲେ ଏବଂ ତାଙ୍କୁ ଚେୟାରରୁ ଘୋଷାଡ଼ି ବାହାର କରିଦେଇଥିଲେ। କଂଗ୍ରେସର ସଦସ୍ୟମାନେ ଅଭିଯୋଗ ଆଣିଥିଲେ ଯେ ଧର୍ମେଗୌଡ଼ା ବେଆଇନ ଭାବେ ଗୃହର ଅଧ୍ୟକ୍ଷତା କରିବାକୁ ର୍ପ୍ରାସ କରୁଥିଲେ।
ଏତେ ତାଙ୍କର ମୃତ୍ୟୁ ପରେ କର୍ଣ୍ଣାଟକ ରାଜନୀତିରେ ବଡ଼ ଧରଣର ଝଡ଼ ଆସିବାର ସମ୍ଭାବନା ଦେଖା ଦେଇଛି। ତାଙ୍କର ସନ୍ଦେହଜନକ ମୃତ୍ୟୁ ପାଇଁ କଂଗ୍ରେସକୁ କାଠଗଡ଼ାରେ ଛିଡ଼ା କରାଯାଇପାରେ।
The post ରେଲୱେ ଟ୍ରାକରୁ ମିଳିଲା ଉପବାଚସ୍ପତିଙ୍କ ମୃତଦେହ appeared first on Odisha Reporter.
from Odisha Reporter https://ift.tt/2Mgm63a
No comments:
Post a Comment