ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପୁଲିସ ଏଏସଆଇ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ କୋର୍ଟରେ କାର୍ଯ୍ୟରତ ପୁଲିସ ଏଏସଆଇ ରବୀନ୍ଦ୍ର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି।
ଶ୍ରୀ ସେନାପତିଙ୍କ ଏରସମା ଥାନା ଗଡ଼ ବିଶିନୀପୁର ପଞ୍ଚାୟତ ଆନନ୍ଦପୁର ସ୍ଥିତ ପୈତୃକ ଘର ସମେତ ସିପି ମକୁନ୍ଦପୁର ଗ୍ରାମରେ ଦୁଇ ମହଲା ଘର, ଭୁବନେଶ୍ୱର ହଂସପାଳସ୍ଥିତ ସୁରକ୍ଷା ବାଟିକାରେ ଥିବା ଆପାର୍ଟମେଣ୍ଟ ଓ ତିର୍ତ୍ତୋଲ କୋର୍ଟ କାର୍ଯ୍ୟାଳୟ ଆଦି ୪ଟି ସ୍ଥାନରେ ଏକ ସାଙ୍ଗରେ ଚଢ଼ାଉ କରାଯାଇଛି।
ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର ନାଥ ରାୟଗୁରୁଙ୍କ ନେତୃତ୍ବରେ ୨୫ ଜଣିଆ ଟିମ ଏହି ଚଢ଼ାଉରେ ସାମିଲ ହୋଇଛି। ବୁଧବାର ସକାଳେ ଏହି ଚଢ଼ାଉ ଆରମ୍ଭ ହୋଇ ଥିବା ବେଳେ ତାଙ୍କ ଘରୁ ତାଙ୍କର ନିଜ ନାମରେ ଓ ପରିବାର ଲୋକଙ୍କ ନାଁରେ ଥିବା ୧୦ଟିରୁ ଉର୍ଦ୍ଧ୍ୱ ବ୍ୟାଙ୍କ ପାସବୁକ, ଏଟିଏମ୍ କାର୍ଡ, ଜମିବାଡ଼ି କାଗଜପତ୍ର ଆଜି ଜବତ ହୋଇଛି। ସେହିପରି ଘରେ ଓ ବ୍ୟାଙ୍କରେ ଥିବା ଲକର ଖୋଲା ହେବା ପରେ ସୁନା ଗହଣା ଓ ଟଙ୍କା ବାବଦରେ ଜଣା ପଡିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
The post ଭିଜିଲାନ୍ସ ଜାଲରେ ପୁଲିସ୍ ବାବୁ appeared first on Odisha Reporter.
from Odisha Reporter https://ift.tt/38I5UPS
No comments:
Post a Comment