ଆନ୍ଦୋଳନକାରୀ ଚାଷୀଙ୍କୁ ନକ୍ସଲ ଓ ଖଲିସ୍ତାନୀ କହିବା ଠିକ୍‌ ନୁହେଁ: ରାଜନାଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 29, 2020

ଆନ୍ଦୋଳନକାରୀ ଚାଷୀଙ୍କୁ ନକ୍ସଲ ଓ ଖଲିସ୍ତାନୀ କହିବା ଠିକ୍‌ ନୁହେଁ: ରାଜନାଥ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ କିଛି ବିଜେପି ନେତା ଓ ମନ୍ତ୍ରୀ ନକ୍ସଲ ଏବଂ ଖଲିସ୍ତାନୀ ଆତଙ୍କବାଦୀ କହି ସମାଲୋଚନା କରୁଛନ୍ତି। ହେଲେ ଏହାକୁ ତୀବ୍ର ନାପସନ୍ଦ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଚାଷୀଙ୍କୁ ଏଭଳି ନକ୍ସଲ ଓ ଖଲିସ୍ତାନୀ କହିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

ଏଥିସହ କୃଷି ଆଇନକୁ ନେଇ ଶ୍ରୀ ସିଂହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧି ଚାଷ ବିଷୟରେ କିଛି ଜାଣି ନଥିବା ମଧ୍ୟ ସେ କହିଛନ୍ତି।

ଏଏନଆଇକୁ ସାକ୍ଷାତକାର ଦେଇ ରାଜନାଥ କହିଛନ୍ତି, ରାହୁଲଜୀ ମୋ ଠାରୁ ସାନ। ତାଙ୍କ ଠାରୁ ମୁଁ କୃଷି ବିଷୟରେ ଅଧିକ ଜାଣିଛି। ରାହୁଲ ଧନୀ ପରିବାରରେ ଜନ୍ମ ଗ୍ରହଣ କରିଛନ୍ତି। କିନ୍ତୁ ମୁଁ ଗୋଟିଏ ଚାଷୀ ପରିବାରର ମା’ର ଔରଷରୁ ଜନ୍ମ ହୋଇଛି। ମୁଁ ଗୋଟିଏ ଚାଷୀର ପୁଅ ଓ ଆମେ କେବେ ହେଲେ ଚାଷୀଙ୍କ ବିରୋଧରେ ନିଷ୍ପତ୍ତି ନେଇପାରିବୁ ନାହିଁ।

ଆମ ପ୍ରଧାନମନ୍ତ୍ରୀ ମଧ୍ୟ ଗୋଟିଏ ଗରବି ମା’ର ପେଟରୁ ଜନ୍ମ ନେଇଛନ୍ତି। ମୁଁ କେବଳ ଏତିକି କହିପାରିବି ଓ ଏହା ଠାରୁ ଅଧିକ କିଛି କହିପାରିବି ନାହିଁ ବୋଲି ରାଜନାଥ କହିଛନ୍ତି।

ପୁଣିଥରେ କୃଷି ଆଇନକୁ ଯର୍ଥାଥ ବୋଲି ଦର୍ଶାଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, “ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କୃଷି ଆଇନରେ ସଂସ୍କାର ଅଣାଯାଇଛି। ଚାଷୀମାନେ ପରୀକ୍ଷା ମୂଳକ ଭାବେ ଅତି କମରେ ଏହାକୁ ୨ ବର୍ଷ ପାଇଁ କାର୍ଯ୍ୟକାରୀ କରି ଦେଖନ୍ତୁ। ଚାଷୀମାନେ କରୁଥିବା ଆନ୍ଦୋଳନକୁ ଦେଖି ସରକାର କଷ୍ଟ ଅନୁଭବ କରୁଛନ୍ତି।

ହେଲେ ମୋଦି ସରକାର କେବେ ହେଲେ ଚାଷୀଙ୍କ ବିରୋଧରେ କୌଣସି ପ୍ରକାରର ନିଷ୍ପତ୍ତି ନେଇପାରିବେ ନାହିଁ। ଚାଷୀଙ୍କୁ ଭ୍ରମିତ କରାଯାଇ ଆନ୍ଦୋଳନ କରିବାକୁ ଉସକା ଯାଉଛି। ଚାଷୀମାନେ ଆଲୋଚନାକୁ ଆସନ୍ତୁ। ସେମାନେ ଚାହିଁଲେ ଏକ୍ସପର୍ଟ ମାନଙ୍କୁ ମଧ୍ୟ ସାମିଲ କରିପାରିବେ। ସରକାର ଚାଷୀ ଆଇନର ପ୍ରତି କ୍ଲଜୱାରୀ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି।”

ଆନ୍ଦୋଳନ କରୁଥିବା ଚାଷୀଙ୍କୁ ନକ୍ସଲ ଓ ଖଲିସ୍ତାନୀ କୁହାଯାଉଥିବା ପ୍ରସଙ୍ଗରେ ସେ କହିଛନ୍ତି, ଚାଷୀଙ୍କ ବିରୋଧରେ ଏଭଳି ଶବ୍ଦ କେହି ବି ପ୍ରୟୋଗ କରିବା କଥା ନୁହେଁ। ଆମେ ଆମର ଚାଷୀଙ୍କୁ ଗଭୀର ସମ୍ମାନ ଜଣାଉଛୁ। ଚାଷୀଙ୍କ ଆଗରେ ଆମେ ମୁଣ୍ଡ ନୁଆଁଉଛୁ। ସେମାନେ ଆମର ଅନ୍ନଦାତା।

ଅର୍ଥନୀତିକ ରିସେସନ ଭିତରେ ଚାଷୀମାନେ ହିଁ ଦାୟିତ୍ୱ ନେଇ ସମସ୍ୟାରୁ ଦେଶକୁ ମୁକୁଳାଇ ପାରିବେ। ସେମାନେ ଅର୍ଥନୀତିର ମେରୁଦଣ୍ଡ। ଅନେକ ଥର ସେମାନେ ଦେଶକୁ ସମସ୍ୟାର ଗୋଳିଆ ପାଣିରୁ ଉଦ୍ଧାର କରିଛନ୍ତି। ତେଣୁ ଚାଷୀଙ୍କୁ ଅସମ୍ମାନ କରିବାର ଅଧିକାର କାହାର ନାହିଁ ବୋଲି ସେ କହିଛନ୍ତି।

The post ଆନ୍ଦୋଳନକାରୀ ଚାଷୀଙ୍କୁ ନକ୍ସଲ ଓ ଖଲିସ୍ତାନୀ କହିବା ଠିକ୍‌ ନୁହେଁ: ରାଜନାଥ appeared first on Odisha Reporter.



from Odisha Reporter https://ift.tt/3aUd8Th

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages