ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ହ୍ରଦ ଭିତରେ ପଶିଗଲେ ହାତୀପଲ। ହ୍ରଦରେ ପଶି ୧୬ଟିକିଆ ହାତୀପଲ ମଚାଇଲେ ଉତ୍ପାତ। ଚିଙ୍ଗୁଡି ଘେରି ନଷ୍ଟ କରିବା ସହ ମାଛଧରା ଡଙ୍ଗା ସବୁ ଭାଙ୍ଗିରୁଜି ପକାଇଛନ୍ତି। ଆଜି ସକାଳୁ ଚିକିଟିର ସୋନପୁର-ସୋରଳିତାମ୍ପର ହ୍ରଦ ଭିତରେ ୧୬ ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଲୋକେ ହାତୀପଲକୁ ଦେଖି ଭୟଭିତ ହୋଇପଡିଥିବା ବେଳେ ଏମାନଙ୍କୁ ଘଉଡାଇବା ପାଇଁ ଚେଷ୍ଠା ଚାଲିଛି। ଧନୁ ତୀର, ବାଣ, ବାଜା ଧରି ହାତୀମାନଙ୍କୁ ଆନ୍ଧ୍ରପ୍ରଦେଶର ଡମକା ଅଞ୍ଚଳ ଆଡକୁ ଘଉଡାଇବା ପାଇଁ ସ୍ଥାନୀୟ ଲୋକେ ଓ ବନବିଭାଗ ମିଳିତ ଭାବେ ଉଦ୍ୟମ ଜାରି ରଖିଛନ୍ତି।
ଗତ ସପ୍ତାହେ ହେଲା ବାହାରୁ ଅସି ସୁରୋଳ ଅଞ୍ଚଳରେ ଏହି ହାତୀପଲ ରହିଥିଲେ। ପରେ ଏମାନେ ପିତାତଳୀରେ ପଶିଥିଲେ। ଏହାପରେ ଆନ୍ଧ୍ରପ୍ରଦେଶର ଡମକା ଅଞ୍ଚଳକୁ ପଳାଇଥିଲେ। ତେବେ ଆଜି ସକାଳୁ ପୁଣି ଏହି ହାତୀପଲ ଚିକିଟି ଆଡକୁ ମାଡି ଆସି ଉତ୍ପାତ ମଚାଇଥିବା ଦେଖିବାକୁ ମିଳିଛି। ଆନ୍ଧ୍ର ପଟୁ ସୋନପୁର- ସୋରଳିତାମ୍ପର ହ୍ରଦରେ ପଶି ଦଳାଚକଟା କରିବା ସହ ଭଙ୍ଗା ରୁଜା କରିଛନ୍ତି । ସେପଟେ ହ୍ରଦ ପାଖରେ ଯେପରି ଜନଗହଳି ନହୁଏ ସେଥିଲାଗି ବନ କର୍ମଚାରୀ ଲୋକଙ୍କୁ ସତର୍କ କରାଇଛନ୍ତି। ଭିଡ ନ ଜମାଇବାକୁ ଲୋକଙ୍କୁ ପରାମର୍ଶ ଦେଇଛି ବନ ବିଭାଗ।
The post ହ୍ରଦ ଭିତରେ ହାତୀଙ୍କ ଉତ୍ପାତ appeared first on Odisha Reporter.
from Odisha Reporter https://ift.tt/2JqeU3i
No comments:
Post a Comment