ସୁନ୍ଦରଗଡ଼(ବିଜୟ ବରୁଆ): ନିଜ ସଂସାରକୁ ପର କରି ୩୦ ବର୍ଷ ପୂର୍ବେ ଯାହା ହାତ ଧରିଥିଲା ଆଉ ଜଣେ ନାରୀ ପ୍ରରୋଚନାରେ ପଡ଼ି ସେ ସ୍ୱାମୀ ଘଟାଇଲା ଜଘନ୍ୟ କାଣ୍ଡ। ରାସ୍ତାରୁ ସଫା କରିଦେବା ପାଇଁ ନିଜ ସ୍ତ୍ରୀକୁ ମାରି ବାଡ଼ି ପଟେ ପୋତି ଦେଇଥିଲା ସ୍ୱାମୀ। ଗାଁ ଲୋକେ ସନ୍ଦେହରେ ପଚରାପଚରି କରିବାରୁ ଶେଷରେ ୪ ଦିନ ପରେ ସତ ଓଗାଳିଛି ହତ୍ୟାକାରୀ ସ୍ୱାମୀ।
ଏପରି ଲୋମଟାଙ୍କୁରା ଘଟଣା ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ସବଡେ଼ଗା ବସ୍ତିରେ ଘଟିଛି। ମୃତା ମହିଳା ହେଲେ ଶକୁନ୍ତଳା ନାଏକ। ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ପୁଲିସ୍ ତାଙ୍କ ସ୍ୱାମୀ ଖଏରୁ ନାଏକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ପୁଲିସ୍ଠୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ଅନ୍ୟ ଜଣେ ମହିଳାକ ସହ ସମ୍ପର୍କକୁ ନେଇ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଗତ ଶନିବାର ଖଏରୁ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ଏହାପରେ ସ୍ୱାମୀସ୍ତ୍ରୀ ମଧ୍ୟରେ କଳହ ହେବାରୁ ଉତ୍ତ୍ୟକ୍ତ ଖଏରୁ ଘରେ ଥିବା ଏକ ଧାରୁଆ ମାରଣାସ୍ତ୍ରରେ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ। ଏହାପରେ ସେ ଘର ବାଡ଼ି ପଟେ ମାଟି ଖୋଲି ସ୍ତ୍ରୀଙ୍କୁ ପୋତି ଦେଇଥିଲେ। ଘଟଣା ସମ୍ପର୍କରେ କେହି ବି ଖବର ପାଇପାରି ନ ଥିଲେ।
ଏହାପରେ ଦୁର୍ଗନ୍ଧ ହେବାରୁ ସନ୍ଦେହ କରି ଗାଁ ଲୋକେ ଖଏରୁଙ୍କୁ ପଚରାଉଚରା କରିଥିଲେ। ଏହାପରେ ସେ ଗତ ଶନିବାର ସ୍ତ୍ରୀ କୁ ହତ୍ୟା କରି ମାଟିତଳେ ପୋତିଦେଇଥିବା ସ୍ୱୀକାର କରିଥିବା ଜଣାପଡ଼ିଛି । ଗାଁ ଲୋକେ ଖଏରୁଙ୍କୁ ଅଟକ ରଖି ପୁଲିସ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ତଲସରା ପୁଲିସ୍ ପହଞ୍ଚିବା ପରେ ଗାଁ ଲୋକେ ଖଏରଙ୍କୁ ପୁଲିସ୍କୁ ହସ୍ତାନ୍ତର କରିଛନ୍ତି ।
ସୂଚନାଯୋଗ୍ୟ, ଶକୁନ୍ତଳା ନାଏକ ନିଜ ପ୍ରଥମ ସ୍ୱାମୀ ଓ ଦୁଇ ସନ୍ତାନ ଙ୍କୁ ଛାଡି ୩୦ ବର୍ଷ ପୂର୍ବେ ଖଏରୁଙ୍କ ପାଖକୁ ପଳାଇ ଯାଇଥିଲେ। ହେଲେ ଏବେ ଖଏରୁ ପୁଣି ଥରେ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଳି ଝଗଡ଼ା ଲାଗି ରହୁଥିଲା ଉକ୍ତ ମହିଳା ମଧ୍ୟ ଖଏରୁଙ୍କ ସହ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ଶକୁନ୍ତଳାଙ୍କ ଝିଅ ଥାନାରେ ଅଭିଯୋଗ କରିଛି । ପୁଲିସ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବାବେଳେ ମାଜିଷ୍ଟ୍ରେଟ ଆସିଲେ ଶବ ଖୋଳା ଯିବ ବୋଲି ସୂଚନା ମିଳିଛି।
The post ଜଘନ୍ୟ କାଣ୍ଡ; ସ୍ତ୍ରୀକୁ ମାରି ପୋତିଦେଲା ସ୍ୱାମୀ appeared first on Odisha Reporter.
from Odisha Reporter https://ift.tt/3mYte0J
No comments:
Post a Comment