୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର, ଜାଣନ୍ତୁ, କିପରି ମିଳିବ ପ୍ରବେଶ ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 15, 2020

୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର, ଜାଣନ୍ତୁ, କିପରି ମିଳିବ ପ୍ରବେଶ ଅନୁମତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ଖୁବ୍‌ ଶୀଘ୍ର ଖୋଲିବାକୁ ଯାଉଛି ଧର୍ମାନୁଷ୍ଠାନ ।  ଆସନ୍ତା ୨୭ ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର । ଆସନ୍ତା ୨୭ରୁ ୩୧ ପର୍ଯ୍ୟନ୍ତ କେବଳ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ମିଳିବ ।

ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି । ପରେ ଜାନୁଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ରାଜଧାନୀବାସୀ ଲିଙ୍ଗରାଜଙ୍କ ଦର୍ଶନର ସୁଯୋଗ ପାଇବେ । ୬ ତାରିଖରୁ ସାଧାରଣ ଭକ୍ତଙ୍କ ଲାଗି ଉନ୍ମୁକ୍ତ ହେବ ମନ୍ଦିର ପରିସର ।

ତେବେ ଲିଙ୍ଗରାଜ ମନ୍ଦିର ପ୍ରବେଶ ପାଇଁ ଚାହୁଁଥିବା ଭକ୍ତଙ୍କୁ ୪-୫ ଦିନ ତଳର କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡ଼ିବ। ତାହା ହେଲେ ମନ୍ଦିରରେ ପ୍ରବେଶ ଅନୁମତି ମିଳିବ ।  କେବଳ ଆଡକାଠ ପର୍ଯ୍ୟନ୍ତ ଭକ୍ତମାନେ ଯାଇ ଦର୍ଶନ କରିପାରିବେ ।

ଲିଙ୍ଗରାଜ ମନ୍ଦିରରେ ଏକକାଳୀନ ସର୍ବାଧିକ ୫ ଶହ ଭକ୍ତ ଉପସ୍ଥିତ ରହିବା ନେଇ ବି  ଜାରି ହୋଇଛି ଏସଓପି  । ଦର୍ଶନ ପାଇଁ ମନ୍ଦିର ବାହାରଠାରୁ ଆରମ୍ଭ କରି ବେଢା ଭିତର ପର୍ଯ୍ୟନ୍ତ ବ୍ୟାରିକେଡ କଟକଣା ରହିବ ।

The post ୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର, ଜାଣନ୍ତୁ, କିପରି ମିଳିବ ପ୍ରବେଶ ଅନୁମତି appeared first on Odisha Reporter.



from Odisha Reporter https://ift.tt/3oX5POw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages