ଅଧିନାୟକଙ୍କ ଅର୍ଦ୍ଧଶତକ, ଅଷ୍ଟ୍ରେଲିଆ ଠାରୁ ଆଗେଇଲା ଟିମ୍ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 26, 2020

ଅଧିନାୟକଙ୍କ ଅର୍ଦ୍ଧଶତକ, ଅଷ୍ଟ୍ରେଲିଆ ଠାରୁ ଆଗେଇଲା ଟିମ୍ ଇଣ୍ଡିଆ

ମେଲବର୍ଣ୍ଣ: ବକ୍ସିଂ ଡେ’ ଟେଷ୍ଟରେ ଭାରତର ଦବଦବା ଜାରି ରହିଛି। ଗତକାଲି ପ୍ରଥମ ଦିନରେ ଅଷ୍ଟ୍ରେଲିଆକୁ ୧୯୫ ରନ୍‌ରେ ଅଲ୍‌ଆଉଟ୍ କରି ଦେଇଥିବା ଭାରତୀୟ ଦଳ ତା’ର ପ୍ରଥମ ଇନିଂସ୍ ଜାରି ରଖିଛି। ଗତକାଲି ଦଳ ଗୋଟିଏ ୱିକେଟ୍‌ ହରାଇ ୩୬ ରନ୍ କରିଥିବା ବେଳେ ଆଜି ଆଉ ଚାରୋଟି ୱିକେଟ୍ ହରାଇ ଅଷ୍ଟ୍ରେଲିଆର ପ୍ରଥମ ଇନିଂସର ସ୍କୋରକୁ ଅତିକ୍ରମ କରି ଯାଇଛି। ଖବର ଲେଖାଯିବା ସୁଦ୍ଧା ଭାରତୀୟ ଦଳ ୭୦ ଓଭରରେ ୫ ୱିକେଟ୍ ହରାଇ ୨୦୮ ରନ୍ ସଂଗ୍ରହ କରିଛି ଓ ଅଷ୍ଟ୍ରେଲିଆ ଠାରୁ ୧୩ ରନ୍‌ରେ ଅଗ୍ରଣୀ ରହିଛି।

ଗତକାଲି ଓପନର ମୟଙ୍କ ଅଗ୍ରୱାଲ ଶୂନରେ ଆଉଟ୍ ହୋଇଥିଲେ। ତେବେ ଷ୍ଟମ୍ପ ଅପସାରଣ ସୁଦ୍ଧା ଶୁବମନ ଗିଲ୍‌ ଓ ଚେତେଶ୍ୱର ପୂଜାରା କ୍ରିଜ୍‌ରେ ରହିଥିଲେ। ଶୁବମନ ୨୮ ରନ୍ କରିଥିଲେ ଓ ଚେତେଶ୍ୱର ୭ ରନ୍ କରିଥିଲେ। ଆଜି ଶୁବମନ ତାଙ୍କ ଖାତାରେ ଆଉ ୧୭ ରନ୍ ଯୋଡ଼ିଥିଲେ। ସେ ୪୫ ରନ୍ କରି ପ୍ୟାଟ୍ କମିନ୍ସଙ୍କ ବଲ୍‌ରେ ଟିମ୍ ପେନ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ପ୍ରଥମ ଟେଷ୍ଟ ଭଳି ଏଥର ବି ଚେତେଶ୍ୱର କିଛି କମାଲ କରିପାରିଲେ ନାହିଁ। ସେ ଆଜି ତାଙ୍କ ଖାତାରେ ମାତ୍ର ୧୦ ରନ୍ ଯୋଡ଼ି ଆଉଟ୍ ହୋଇଥିଲେ। ୭୦ଟି ବଲ୍ ଖେଳି ୧୭ ରନ୍ କରିଥିବା ବେଳେ ପ୍ୟାଟ କମିନ୍ସଙ୍କ ବଲରେ ଟିମ୍ ପେନ୍‌ଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍ ହୋଇଥିଲେ ପୂଜାରା।

ହନୁମା ବିହାରୀ ୬୬ଟି ବଲ୍ ଖେଳି ୨୧ ରନ୍ କରିଥିଲେ। ସେ ନାଥନ ଲିୟନଙ୍କ ବଲରେ ଷ୍ଟିଭ୍ ସ୍ମିଥ୍‌ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଋଷଭ ପନ୍ଥ ବି କିଛି କମାଲ କରିପାରି ନଥିଲେ। ଯଦିଓ ସେ ୪୦ ବଲରୁ ୩ଟି ଚୌକା ସାହାଯ୍ୟରେ ୨୯ ରନ୍ କରିଥିଲେ, କିନ୍ତୁ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ମିଚେଲ ଷ୍ଟାର୍କଙ୍କ ବଲରେ ଟିମ୍ ପେନ୍‌ଙ୍କ ଦ୍ୱାରା ସେ କ୍ୟାଚ୍ ଆଉଟ ହୋଇଥିଲେ।

ଅନ୍ୟପକ୍ଷରେ ଆଜିଙ୍କ୍ୟ ରାହାଣେ ଓ ରବୀନ୍ଦ୍ର ଜାଡ଼େଜା କ୍ରିଜ୍‌ରେ ଅଛନ୍ତି। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଧିନାୟକ ହୋଇଥିବା ଆଜିଙ୍କ୍ୟ ରାହାଣେ ଅର୍ଦ୍ଧ ଶତକ କରି ଖେଳୁଛନ୍ତି। ସେ ୧୪୦ ବଲ୍‌ରୁ ୭ ଚୌକା ସହାୟତାରେ ୬୪ ରନ୍ କରି କ୍ରିଜ୍‌ରେ ଅଛନ୍ତି। ଜେଡ଼େଜା ୧୨ରନ୍ କରିଛନ୍ତି।

The post ଅଧିନାୟକଙ୍କ ଅର୍ଦ୍ଧଶତକ, ଅଷ୍ଟ୍ରେଲିଆ ଠାରୁ ଆଗେଇଲା ଟିମ୍ ଇଣ୍ଡିଆ appeared first on Odisha Reporter.



from Odisha Reporter https://ift.tt/3aOwMQH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages