ପ୍ରେମିକ ସହ ମିଶି ଭାଇକୁ ମାରିଦେଲା ଭଉଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 26, 2020

ପ୍ରେମିକ ସହ ମିଶି ଭାଇକୁ ମାରିଦେଲା ଭଉଣୀ

ଉତ୍ତରପ୍ରଦେଶ: ସାନ ଭାଇକୁ ନିର୍ମମ ଭାବେ ହତ୍ୟା କଲା ଭଉଣୀ । ପ୍ରେମିକ ସହ ମିଶି ରଡରେ ପିଟିପିଟି ଭାଇକୁ ମାରିଦେଲା ବଡ ଭଉଣୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରେଦଶର ପ୍ରୟାଗରାଜ ଜିଲ୍ଲାରେ ।

ପ୍ରୟାଗରାଜର କୌନ୍ଧିଆରା ସ୍ଥିତ ବଡଗୋହନାରେ ଗୁରୁବାର ସକାଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ୧୪ ବର୍ଷିୟ ନାବାଳକର ମୃତେଦହ ଖଟ ଉପରୁ ମିଳିଥିଲା । କିଏ ଏବଂ କେଉଁ ଉଦ୍ଦେଶ୍ୟରେ ନାବାଳକକୁ ହତ୍ୟା କରିଛି ଜଣାପଡିନଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ପୁଲିସ ସୂଚନା ମୁତାବକ, ବୁଧବାର ରାତିରେ ଘରେ ୧୪ ବର୍ଷୀୟ ନାବାଳକ ତା’ ବଡ ଭଉଣୀ ସହ ଏକୁଟିଆ ଥିଲା । ଏତିକି ବେଳେ ଭଉଣୀ ଘରେ କିଏ ନଥିବାର ସୁଯୋଗ ପାଇ ପ୍ରେମିକକୁ ଘରକୁ ଡାକିଥିଲା । ପରେ ନାବାଳକ ଭାଇ ରାତିରେ ଦୁହିଁଙ୍କୁ ଏକାଠି ଦେଖିଥିଲା ଏବଂ ବାପାଙ୍କୁ କହିଦେବି ବୋଲି ଭଉଣୀକୁ ଧମକ ଦେଇଥିଲା । ଏଥିରେ ଉଭଣୀ ଉତକ୍ଷିପ୍ତ ହୋଇ ପ୍ରେମିକ ସହ ମିଶି ନାବାଳକ ଭାଇକୁ ରଡରେ ପିଟିପିଟି ହତ୍ୟା କରିଦେଇଥିଲା । ହତ୍ୟା ପରେ ପ୍ରେମିକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସକାଳୁ ଭାଇକୁ କେହି ହତ୍ୟା କରି ଚାଲିଯାଇଥିବା ନେଇ ଭଉଣୀ ପରିବାର ଲୋକେ ଓ ପୁଲିସକୁ ସୂଚନା ଦେଇଥିଲା ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଭଉଣୀକୁ ପୁଲିସ ପଚରା ଉଚରା ପରେ ଏବଂ ପ୍ରାଥମିକ ତଦନ୍ତରୁ ସେ ହିଁ ହତ୍ୟାକାରୀ ବୋଲି ଜଣାପଡିଛି । ଅଭିଯୁକ୍ତ ଭଉଣୀ ଏବଂ ତା’ପ୍ରେମିକଙ୍କୁ ପୁଲିସ ଗିରଫ କରି ଜେଲ ପଠାଇଦେଇଛି ।

The post ପ୍ରେମିକ ସହ ମିଶି ଭାଇକୁ ମାରିଦେଲା ଭଉଣୀ appeared first on Odisha Reporter.



from Odisha Reporter https://ift.tt/3prlTbw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages