ନନଷ୍ଟିକ ପ୍ୟାନ୍‌କୁ କିଭଳି ଚମକାଇବେ, ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 7, 2020

ନନଷ୍ଟିକ ପ୍ୟାନ୍‌କୁ କିଭଳି ଚମକାଇବେ, ଜାଣନ୍ତୁ

ସାଧାରଣତଃ ରୋଷେଇ କଲା ବେଳେ କିଛି ନା କିଛି ପୋଡି ଯାଇଥାଏ । ଖାଦ୍ୟ ପୋଡିଯିବା ପରେ ସେହି ବାସନକୁ ସଫା କରିବା କଷ୍ଟକର ହୋଇପଡେ । ସେହିପରି ଅଧିକ ଦିନ ହୋଇଗଲା ପରେ ଗ୍ୟାସ ଓ ଗ୍ୟାସ ବର୍ଣ୍ଣରରେ ମଧ୍ୟ କଳଙ୍କି ଲାଗିଯାଏ । ତେବେ ଗ୍ୟାସ ବର୍ଣ୍ଣର ଠାରୁ ଆରମ୍ଭ କରି ନନ୍‌ଷ୍ଟିକ ପ୍ୟାନ ହେଉ ଅବା ପ୍ରେସର କୁକର୍‌ ଏସବୁ ଘରକରଣ ସାମଗ୍ରୀକୁ ଅତି ସହଜରେ ସଫା କରାଯାଇପାରିବ । ଘରେ ଥିବା କିଛି ଜିନିଷକୁ ବ୍ୟବହାର କରି ଏସବୁ ସାମଗ୍ରୀକୁ ପଲିସ କରିହେବ । ତେବେ ଆସନ୍ତୁ ଜାଣିବା ଏ ବିଷୟରେ ।

ନନ୍‌-ଷ୍ଟିକ ପ୍ୟାନ୍‌: ନନ୍‌-ଷ୍ଟିକ ପ୍ୟାନ୍‌କୁ ସଫା କରିବା ପାଇଁ ଆଲୁମିନିୟମ ଫଏଲକୁ ମୋଡି ବାସନ ସଫା କରାଯାଉଥିବା ପାଉଡର ସହ ମିଶାଇ ସଫା କରନ୍ତୁ । ଏହାଦ୍ବାରା ବାସନରେ ଲାଗିଥିବା ଦାଗ ଖୁବ ସହଜରେ ଛାଡିଯିବ ।

ପ୍ରେସର କୁକର୍‌: ଯଦି ପ୍ରେସର କୁକର ପୋଡି ଯାଇଛି ତେବେ ସେଥିରେ ବେକିଂ ପାଉଡର ପକାଇ ସଫା କରନ୍ତୁ । ଶୁଖିଲା ପ୍ରେସର କୁକର ବେସ୍‌ ତଳେ ବେକିଂ ସୋଡା ପକାଇ ତାକୁ ଚାରିପଟେ ଲଗାଇ ଦିଅନ୍ତୁ । ଏହାପରେ ଏକ ସ୍ପଞ୍ଜ ମାଧ୍ୟମରେ ପ୍ରେସର କୁକରକୁ ସଫା କରନ୍ତୁ ।

ଗ୍ୟାସ୍‌ ବର୍ଣ୍ଣର:  ଏକ ତୃତୀୟାଂଶ ଭିନେଗାର ଓ ଦୁଇ ତୃତୀୟାଂଶ ପାଣିକୁ ମିଶାଇ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରି ରଖନ୍ତୁ । ଏହା ପରେ ଗ୍ୟାସରେ ଛିଞ୍ଚନ୍ତୁ । ଏହାପରେ କିଛି ସମୟ ପାଇଁ ତାକୁ ଛାଡି ଦିଅନ୍ତୁ । ପରେ ଏକ ସ୍ପଞ୍ଜ ମାଧ୍ୟମରେ ଗ୍ୟାସ୍‌କୁ ସଫା କରିଦିଅନ୍ତୁ । ଏହାଦ୍ବାରା ଗ୍ୟାସ ଏବଂ ଗ୍ୟାସ ବର୍ଣ୍ଣର ପୁରାପୁରି ସଫା ହୋଇଯାଇଥାଏ ।  ଚପିଂ ବୋର୍ଡ: କାଠରେ ତିଆରି ଚପିଂ ବୋର୍ଡ ଛୁରୀ ପାଇଁ ଭଲ ହୋଇଥାଏ । ଏହା ଛୁରୀକୁ ଶୀଘ୍ର ଖରାପ ହେବାକୁ ଦିଏ ନାହିଁ । ଚପିଂ ବୋର୍ଡକୁ  ସଫା କରିବା ପାଇଁ ତା’ଉପରେ ଲୁଣ ଛିଞ୍ଚନ୍ତୁ । ଏହାପରେ ଲେମ୍ବୁ ଘସନ୍ତୁ ଏବଂ ଓଦା ସ୍ପଞ୍ଜରେ ଏହାକୁ ପୋଛି ଦିଅନ୍ତୁ । ଦେଖିବେ ଚପିଂ ବୋର୍ଡ ପୁରାପୁରି ସଫା ହୋଇଯିବ।

ଗ୍ରେଟର: ଗ୍ରେଟରରେ ଯଦି କୌଣସି ଜିନିଷ ଅଟକି ଯାଇଛି ତେବେ ତାକୁ ଶୁଖିଲା ଟୁଥବ୍ରଶ ସାହାଯ୍ୟରେ ସଫା କରନ୍ତୁ । ଏଥିସହ କିଛି ସମୟ ପାଇଁ ଗ୍ରେଟରକୁ ପାଣିରେ ଭିଜାଇ ରଖନ୍ତୁ । ଏହାଦ୍ବାରା ଗ୍ରେଟର ପୁରା ସଫା ହୋଇଯିବ ।

The post ନନଷ୍ଟିକ ପ୍ୟାନ୍‌କୁ କିଭଳି ଚମକାଇବେ, ଜାଣନ୍ତୁ appeared first on Odisha Reporter.



from Odisha Reporter https://ift.tt/37GFmhq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages