ନୂଆଦିଲ୍ଲୀ: ପାଖାପାଖି ୮ ବର୍ଷର ଲମ୍ବା ବ୍ୟବଧାନ ପରେ ଏସ୍ ଶ୍ରୀସନ୍ଥ କ୍ରିକେଟ୍ ମଇଦାନକୁ ଫେରିଛନ୍ତି। ଏହି ପେସ୍ ବୋଲରଙ୍କୁ ଆଗାମୀ ସୟଦ ମୁସ୍ତାକ ଅଲୀ ଟ୍ରଫି ପାଇଁ କେରଳ ଟି-୨୦ ସ୍କ୍ୱାଡରେ ସାମିଲ୍ କରାଯାଇଛି। ହେଲେ ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଶ୍ରୀସନ୍ଥ ଏକ ୱାର୍ମଅପ୍ ମ୍ୟାଚ୍ ଖେଳିଛନ୍ତି। ଏହି ମ୍ୟାଚରେ ଶ୍ରୀସନ୍ଥଙ୍କୁ ତାଙ୍କର ପୁରୁଣା ଲୟରେ ଦେଖିବାକୁ ମିଳିଛି।
ମଇଦାନରେ ଶ୍ରୀସନ୍ଥ ଆକ୍ରମଣାତ୍ମକ ସ୍ୱଭାବ ଦେଖାଇଥିଲେ। ବୋଲିଂ କରିବା ସମୟରେ ସେ ବ୍ୟାଟ୍ସମ୍ୟାନଙ୍କୁ ସ୍ଲେଜିଂ ମଧ୍ୟ କରିବାକୁ ପଛାଇ ନଥିଲେ। ତାଙ୍କର ଏହି ସ୍ଲେଜିଂ ଓ ବୋଲିଂ କରୁଥିବାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ୩୭ ବର୍ଷୀୟ ଏହି ବୋଲରଙ୍କ ପାଖରେ ଏବେବି ସେହି ଦମ୍ ଓ ଜୋଶ୍ ଦେଖିବାକୁ ମିଳିଛି।
୨୦୧୯ରେ ଶ୍ରୀସନ୍ଥଙ୍କ ବାସନ୍ଦାଦେଶକୁ ୭ ବର୍ଷ ପାଇଁ କୋହଳ କରାଯାଇଥିଲା। ଏହି କାରଣରୁ ସେ ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଶ୍ରୀସନ୍ଥ ମଧ୍ୟ ୨୦୨୩ରେ ହେବାକୁଥିବା ଦିନିକିଆ ୱାର୍ଲ୍ଡ କପ୍ ଖେଳିବା ପାଇଁ ଆଶା ବାନ୍ଧିଛନ୍ତି। ଚଳିତ ବର୍ଷ ମଧ୍ୟ ଆଇପିଏଲ୍ ନିଲାମ ପାଇଁ ଶ୍ରୀସନ୍ଥ ଉପଲବ୍ଧ ହେବେ। ଭଲ ପ୍ରଦର୍ଶନ କଲେ ଶ୍ରୀସନ୍ଥଙ୍କୁ ଆଇପିଏଲରେ ଖେଳିବା ପାଇଁ ସୁଯୋଗ ମିଳିପାରେ।
The post ପୁରୁଣା ଅନ୍ଦାଜରେ ମଇଦାନକୁ ଫେରିଲେ ଶ୍ରୀସନ୍ଥ appeared first on Odisha Reporter.
from Odisha Reporter https://ift.tt/2X24yKk
No comments:
Post a Comment