ମା’ ପର କରି ଦେଇଥିବା ହାତୀ ଛୁଆ ସାମାନ୍ୟ ଅସୁସ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 1, 2021

ମା’ ପର କରି ଦେଇଥିବା ହାତୀ ଛୁଆ ସାମାନ୍ୟ ଅସୁସ୍ଥ

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର): ଗୋଠଛଡ଼ା ହେବା ପରେ ମା’ ଦୂରେଇ ଦେଇଥିବା ତଥା ଗତକାଲି ଗଂଜାମରୁ କପିଳାସ ଆସିଥିବା ହାତୀ ଛୁଆଟି ସାମାନ୍ୟ ଅସୁସ୍ଥ ହୋଇପଡ଼ିଛି। ତା’ ନାଭିରେ ସଂକ୍ରମଣ ହୋଇଛି।

ଢେଙ୍କାନାଳ ଡିଏଫ୍‌ଓ କହିଛନ୍ତି, ହାତୀ ଛୁଆଟିର ନାଭି ପାଖରେ ଟିକେ ସଂକ୍ରମଣ ହୋଇଛି। ବିଶେଷ କିଛି ଅସୁବିଧା ନାହିଁ। ଡାକ୍ତର ଆଣ୍ଟିବାୟୋଟିକ ଦେଇଛନ୍ତି। ସେରେଲାକ, ଲାକ୍ଟୋଜେନ ଆଦି ସହ ଦିନକୁ ୭ ଥର ଖାଇବାକୁ ଦିଆଯାଉଛି। ଦୁଇ ତିନି ଘଣ୍ଟାରେ ତାକୁ କ୍ଷୀର ପିଇବାକୁ ଦିଆଯାଉଛି। ତା’ର ହଜମକ୍ରିୟା ଠିକ୍ ଅଛି। ସେ ଚଳଚଞ୍ଚଳ ଅଛି। ତା’ ରକ୍ତ ନମୂନା ଓୟୁଏଟି ପଠାଯାଇଛି। ସେଠାରୁ ରିପୋର୍ଟ ଆସିବା ପରେ ତାକୁ ବାହାରେ ଛଡ଼ା ଯିବ।

ସେ କହିଛନ୍ତି, ହାତୀ ଛୁଆଟି ଅଣ୍ଡିରା ନୁହେଁ। ତାହା ଏକ ମାଈ ହାତୀ। ତାକୁ ପାଖାପାଖି ୬ ମାସ ହୋଇଛି।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରୁ ମଙ୍ଗଳବାର ହାତୀ ଛୁଆଟିକୁ ଉଦ୍ଧାର କରାଯାଇଥିଲା। ବନ ବିଭାଗ କର୍ମଚାରୀମାନେ ତାକୁ ତା’ ପଲରେ ସାମିଲ କରିବା ପାଇଁ ପ୍ରୟାସ କରିଥିଲେ। କିନ୍ତୁ ତା’ ମା’ ବି ତାକୁ ଗ୍ରହଣ କରି ନଥିଲେ। ଏଥିରେ ବିଫଳ ହେବା ପରେ ବନ ବିଭାଗ ପକ୍ଷରୁ ତାକୁ ଟମଣା ନର୍ସରୀରେ ରଖାଯାଇଥିଲା। ଦୁଇ ଦିନ ସେଠାରେ ରଖାଯିବା ପରେ ଗତକାଲି ତାକୁ ସେଠାରୁ କପିଳାସ ଅଣାଯାଇଥିଲା।

The post ମା’ ପର କରି ଦେଇଥିବା ହାତୀ ଛୁଆ ସାମାନ୍ୟ ଅସୁସ୍ଥ appeared first on Odisha Reporter.



from Odisha Reporter https://ift.tt/3o3MI5m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages