୩୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଅନୁଗୋଳରେ ସର୍ବାଧିକ, ୩ ଜିଲ୍ଲାରୁ କେହି ନାହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 12, 2020

୩୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଅନୁଗୋଳରେ ସର୍ବାଧିକ, ୩ ଜିଲ୍ଲାରୁ କେହି ନାହାନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୬୫ଟି ହେଉଛି ଲୋକାଲ୍ କେସ୍‌।

ଅନୁଗୋଳ ଜିଲ୍ଲାରେ ସବୁଠୁ ଅଧିକ ୪୭ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରେ ୪୪ ଓ ଖୋର୍ଦ୍ଧାରେ ୩୯ ଜଣ ଚିହ୍ନଟ ହୋଇଛନ୍ତି।

ବାଲେଶ୍ୱର ଜିଲ୍ଲାରେ ୨୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରେ ୨୬, ଭଦ୍ରକରେ ୩, ବଲାଙ୍ଗିରରେ ୨, ବୌଦ୍ଧରେ ଜଣେ, କଟକରେ ୨୪, ଦେବଗଡ଼ରେ ୫, ଢେଙ୍କାନାଳରେ ୩, ଗଞ୍ଜାମରେ ୧୪, ଜଗତସିଂହପୁରରେ ୨, ଯାଜପୁରରେ ୧୬, ଝାରସୁଗୁଡ଼ାରେ ୧୮, କଳାହାଣ୍ଡିରେ ୭, କନ୍ଧମାଳରେ ୨, କେନ୍ଦ୍ରାପଡ଼ାରେ ୭, କେନ୍ଦୁଝରରେ ୭, ମାଲକାନଗିରିରେ ଜଣେ, ମୟୂରଭଞ୍ଜରେ ୨୬, ନବରଙ୍ଗପୁରରେ ୪, ନୟାଗଡ଼ରେ ୫, ନୂଆପଡ଼ାରେ ୧୩, ପୁରୀରେ ୧୪, ରାୟଗଡ଼ାରେ ୬ ଓ ସମ୍ବଲପୁରରେ ୨୭ ଜଣ ଚିହ୍ନଟ ହୋଇଛନ୍ତି।

ଷ୍ଟେଟ୍‌ ପୁଲ୍‌ରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଜପତି, ସୋନପୁର ଓ କୋରାପୁଟରୁ କେହି ଚିହ୍ନଟ ହୋଇ ନାହାନ୍ତି।

୩୯୩ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୭୫୭ରେ ପହଞ୍ଚିଥିବା ବେଳେ ୩,୧୮,୬୮୩ ଜଣ ସୁସ୍ଥ ହୋଇସାରିଛନ୍ତି। ୩,୨୧୪ ଜଣଙ୍କ ଚିକିତ୍ସା ଚାଲିଛି। ସେହିପରି ୧,୮୦୭ ଜଣଙ୍କ ମୃତ୍ୟୁ ଘଟିଛି।

The post ୩୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଅନୁଗୋଳରେ ସର୍ବାଧିକ, ୩ ଜିଲ୍ଲାରୁ କେହି ନାହାନ୍ତି appeared first on Odisha Reporter.



from Odisha Reporter https://ift.tt/2WgrS6p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages