ନୂଆଦିଲ୍ଲୀ: କରୋନା ଟିକା ସମସ୍ତ ଦେଶବାସୀଙ୍କୁ ମିଳିବନି ବୋଲି ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। ଏହା ପରେ କଂଗ୍ରେସ ନେତା ତଥା କେରଳର ଓ୍ୱାଏନାଡ ସାଂସଦ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ସରକାରର ଦୋମୁହାଁ ନୀତିକୁ ପଦାରେ ପଡ଼ିଛି ବୋଲି କହିଛନ୍ତି।
ନିକଟରେ ବିହାର ବିଧାନସଭା ନିର୍ବାଚନ ବେଳେ ବିଜେପି ପ୍ରତିଶ୍ରୁତି ଦେଇଥିଲା ତାଙ୍କ ଦଳ ବିଜୟୀ ହେଲେ ସମସ୍ତ ବିହାର ବାସୀଙ୍କୁ କରୋନା ଟିକା ମିଳିବ। ପ୍ରଧାନମନ୍ତ୍ରୀ ମଧ୍ୟ କହିଛନ୍ତି ସମସ୍ତଙ୍କୁ କରୋନା ଟିକା ମିଳିବ। ଏବେ କେନ୍ଦ୍ର ସରକାର କହିଛନ୍ତି ସମସ୍ତଙ୍କୁ କରୋନା ଟିକା ମିଳିବନି। ଏହି ତିନି ପଏଣ୍ଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁ ଘେରିଛନ୍ତି ରାହୁଲ୍ ଗାନ୍ଧୀ। ତେବେ ପ୍ରଧାନମନ୍ତ୍ରୀ ଟିକାକୁ ନେଇ ଅସଲରେ କେଉଁ ଆଭିମୁଖ୍ୟ ରଖିଛନ୍ତି ବୋଲି ରାହୁଲ୍ ଟ୍ୱିଟ୍ କରି ପଚାରିଛନ୍ତି।
PM- Everyone will get vaccine.
BJP in Bihar elections- Everyone in Bihar will get free vaccine.
Now, GOI- Never said everyone will get vaccine.
Exactly what does the PM stand by?
— Rahul Gandhi (@RahulGandhi) December 3, 2020
ବୁଧବାର କଂଗ୍ରେସ ଟ୍ୱିଟ୍ କରି କହିଛି, ସମସ୍ତଙ୍କୁ କରୋନା ଟିକା ମିଳିବ ବୋଲି କହିଥିଲେ। ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ସମସ୍ତଙ୍କୁ କରୋନି ଟିକା ମିଳିବନି। ତାହାଲେ ମୋଦିଙ୍କ କଥା ‘ଜୁମଲା’ ବୋଲି ସାବ୍ୟସ୍ତ ହୋଇଛି। ଏଥିସହ ‘ୟୁଟର୍ଣ୍ଣ ସରକାର’ ବୋଲି କହିଛି କଂଗ୍ରେସ।
ଏବେ କେନ୍ଦ୍ର ସରକାର ଏହାକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର। ଦେଶବାସୀ କରୋନା ଟିକା ବାବଦରେ ଜାଣିବା ଦରକାର। ନଚେତ ଟିକା ପାଇଁ ଆତ୍ମନିର୍ଭର ହେବା ଦରକାର କି ବୋଲି କଂଗ୍ରେସ ଟ୍ୱିଟ୍ କରିଛି।
Can the Indian people get some clarity? Will they be getting a vaccine or do they have to be Atmanirbhar when it comes to surviving this deadly virus?#ModiHaiToManipulationHai pic.twitter.com/hn3qMAemZ3
— Congress (@INCIndia) December 2, 2020
ସୂଚନାଯୋଗ୍ୟ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର କହିଥିଲେ କରୋନା ଲଢ଼େଇ ପାଇଁ ସାରା ଦେଶକୁ ଟିକା ଦେବାର ଆବଶ୍ୟକତା ନାହିଁ। ଯଦି ଜଣେ ଗୁରୁତର ରହିଛି ତାହେଲେ ସେ ହିଁ ଟିକା ନେବେ ବୋଲି କହିଥିଲେ। ସମସ୍ତ ଦେଶବାସୀଙ୍କୁ କରୋନା ଟିକା ମିଳିବ ବୋଲି ସରକାର କହି ନାହାନ୍ତି ବୋଲି ସେ କହିଥିଲେ।
The post କରୋନା ଟିକା: ପଦାରେ ପଡ଼ିଲା ମୋଦି ସରକାରର ଦୋମୁହାଁ ନୀତି ! appeared first on Odisha Reporter.
from Odisha Reporter https://ift.tt/3mDl3rs
No comments:
Post a Comment