ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରୀ ହତ୍ୟା ମାମଲାରେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଆଜି ପ୍ରେସମିଟ୍ କରିଛନ୍ତି। ଏଥିରେ ସେ ପରୀକୁ ଅଭିଯୁକ୍ତ କେମିତି ମାରିଥିଲା ଓ କାହିଁକି ମାରିଥିଲା, ତାହା ବର୍ଣ୍ଣନା କରିଛନ୍ତି। ଏହା ସହିତ ଆଉ କ’ଣ ସବୁ କହିଛନ୍ତି ଚୁମ୍ବକରେ ପଢ଼ନ୍ତୁ।
ସେ କହିଛନ୍ତି- ସେହି ଗାଁର ଜଣେ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରାଯାଇଛି।
-
- ସରୋଜ ସେଠୀ ଘଟଣାର ମୁଖ୍ୟ ଅଭିଯୁକ୍ତ।
- ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ତଦନ୍ତ କରାଯାଉଛି।
- ଅଧିକ ପ୍ରମାଣ ଯୋଗାଡ଼ ପାଇଁ ଯଦୁପୁର ଗାଁର ପୋଖରୀ ଶୁଖାଯାଉଛି।
- ଏହି ଘଟଣାର କୌଣସି ଆଇ ୱିଟ୍ନେସ୍ ଆମକୁ ଏଯାଏ ମିଳିନାହିଁ।
- ମୋର ୨୨ ବର୍ଷର ପୁଲିସ ଚାକିରିରେ ଏହା ଏକ ବୀଭତ୍ସ ଘଟଣା।
- ପରୀର ଘରଠାରୁ ସରୋଜର ଘର ୨ଶହ ମିଟର ପାଖାପାଖି।
- ସରୋଜର ସାନଭଉଣୀ ସହ ପରୀର ଭଲ ସଂପର୍କ ଥିଲା।
- ସରୋଜ ଘରେ ଥିବା ଜାମୁ କୋଳି ଖାଇବାକୁ ପିଲାମାନେ ଯାଇଥା’ନ୍ତି।
- ୧୩ ତାରିଖ ଦିନ ପରୀ ଜାମୁକୋଳି ଖାଇବାକୁ ଯାଇଥିଲା।
- ୧୪ ତାରିଖ ଦିନ ପରୀ ଏକା ଏକା ଜାମୁକୋଳି ଖାଇବାକୁ ଯାଇଥିଲା।
- ସରୋଜର ବାପା ନାହିଁ, ମା ଓ ସାନ ଭଉଣୀ ଚାକିରି କରୁଛନ୍ତି, ବଡ଼ ଭଉଣୀ ବାହା ହୋଇଛି। ସେଦିନ ତାଙ୍କ ମା’ ଓ ସାନ ଭଉଣୀ ଘରେ ନଥିଲେ।
- ସରୋଜ ପରୀକୁ ଘର ଭିତରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା।
- ପରୀ ଏଥିରେ ବାଧା ଦେବାକୁ ସେ ତା ତଣ୍ଟି ଚିପି ଦେଇଥିଲା।
- ମୃତ୍ୟୁ ପରେ ନାବାଳିକାର ମୃତଦେହ ସାଥିରେ ଦୁଷ୍କର୍ମ କରିଥିଲା।
- ଅଶ୍ଳୀଳ ଫିଲ୍ମରେ ଏସବୁ ଦେଖି ସେ ଏଭଳି କରିଥିବା କହିଛି।
- ମୃତଦେହ ସହ ଦୁଷ୍କର୍ମ ପରେ ସେ ଏକ ଝୋଟ ବସ୍ତାରେ ଶବ ପୂରାଇଥିଲା।
- ବସ୍ତାରେ ମୃତଦେହ ଓ ଫ୍ରକ୍ ପୂରାଇ ପୋଖରୀ ଭିତରକୁ ଫିଙ୍ଗି ଦେଇଥିଲା।
- ତେବେ ଝିଅଟି ପିନ୍ଧିଥିବା ଲେଗିଙ୍ଗ୍ସକୁ ସେ ନେବା ଭୁଲି ଯାଇଥିଲା।
- ପରେ ଲେଗିଙ୍ଗସକୁ ନେଇ ସେ ପୋଖରୀରେ ଫିଙ୍ଗିଥିବା କହିଛି।
- ପଛରେ ଫିଙ୍ଗିଥିବା ଲେଗିଙ୍ଗସକୁ ଉଦ୍ଧାର ପାଇଁ ପୋଖରୀ ଶୁଖାଯାଉଛି।
- ସରୋଜ ମୋବାଇଲରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଫିଲ୍ମ ରଖି ଦେଖୁଥିଲା।
- ପର୍ଣ୍ଣୋ ଫିଲ୍ମ ମୋବାଇଲ ଫୋଲ୍ଡରରେ ରଖି ଲକ୍ ପକାଇଥିଲା।
- ଘଟଣାର ପୂର୍ବଦିନ ୧୩ ରାତିରେ ରାତିସାରା ପର୍ଣ୍ଣୋ ଫିଲ୍ମ ଦେଖିଛି।
- ହତ୍ୟା ବା ଦୁଷ୍କର୍ମ ପାଇଁ ପୂର୍ବ ପ୍ରସ୍ତୁତି ନଥିବା ସ୍ୱୀକାର କରିଛି ସରୋଜ।
- ରାତିସାରା ଫିଲ୍ମ ଦେଖିବା ପରେ ଝିଅଟି ଆସିବାରୁ, ଏଭଳି କରିଥିବା କହିଛି।
- ଆଇ ୱିଟନେସ୍ ବା ଚାକ୍ଷୁସ ପ୍ରମାଣ କିଛି ମିଳିନି।
- ଆଇ ଓ୍ବିଟନେସ୍ ନଥିବାରୁ ଆମେ ବୈଜ୍ଞାନିକ ପ୍ରମାଣ ଏକାଠି କରୁଛୁ।
- ହାଇଦ୍ରାବାଦର CCMB ଓ ଦିଲ୍ଲୀର NIPGR ସହ କଥା ହୋଇଛୁ।
- ତା ଘରୁ ବାହାରିଥିବା ଗଛଡାଳକୁ NIPGRକୁ ପଠାଯିବ।
- ପ୍ରଥମେ ପଲିଗ୍ରାଫ୍ କରିବାକୁ ସରୋଜ ଅରାଜି ହେଉଥିଲା।
- ପଲିଗ୍ରାଫ୍ ଟେଷ୍ଟରେ ତାର ଉତ୍ତର ମିଛଥିବା ଜଣାପଡ଼ିଥିଲା।
- ଘଟଣା ପରେ ସରୋଜ ୨ ଜଣଙ୍କୁ ଏକଥା ଜଣାଇଥିଲା।
- ସେଥିରୁ ଜଣଙ୍କ ସହ କଥା ବେଳେ ତାଙ୍କ ଭିଡିଓ ଏବଂ ଅଡିଓ ଅନ୍ ଥିଲା।
- ଆମକୁ ସେହି ଭିଡିଓ ଏବଂ ଅଡିଓ ବଡ଼ ପ୍ରମାଣ ଭାବେ ମିଳିପାରିବ।
- ମୃତଦେହ ନଷ୍ଟ ପାଇଁ କେମିକାଲ ବ୍ୟବହାର ହୋଇ ନଥିବା ରିପୋର୍ଟ ଆସିଛି।
The post ପରୀକୁ ମାରି ଦୁଷ୍କର୍ମ କରିଥିଲା ଅଭିଯୁକ୍ତ, ଅରୁଣ ବୋଥ୍ରା ବର୍ଣ୍ଣନା କଲେ ପୂରା ଘଟଣା appeared first on Odisha Reporter.
from Odisha Reporter https://ift.tt/37DUjSh
No comments:
Post a Comment